ପାଟି ଘା’

ପାଟି ଘା’ ବା ମାଉଥ ଅଲସର ଆଜିକାଲି ଏକ ସାଧାରଣ ସମସ୍ୟା । ବିଭିନ୍ନ କାରଣରୁ ଆମ ଭିତରୁ ଅନେକଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବିଶେଷ କରି ଜ୍ୱର କିମ୍ବା ଥଣ୍ଡା ହେଲେ ପାଟି ଘା ହୋଇଥାଏ । ଆଉ ପାଟି ଘା ହେଲେ ଆମକୁ ଖାଇବାରେ ଅସୁବିଧା ହୋଇଥାଏ । ଆହୁରି ମଧ୍ୟ ଅନେକ କାରଣ ଯୋଗୁଁ ପାଟି ଘା ହୋଇଥାଏ । ତେବେ ଏଥିପାଇଁ ବ୍ୟସ୍ତ ବିବ୍ରତ ହେବାର ଆବଶ୍ୟକତା ନାହିଁ । କାରଣ କେତେକ ଦିଗ ପ୍ରତିଧ୍ୟାନ ଦେବା ସହ ଘରୋଇ ଉପାୟରେ ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା ।

କାରଣ
ପାଟିରେ ଘା ହେବା ଏକ ସାଧାରଣ କଥା ହୋଇଥିଲେ ବି ଏହା ଖୁବ ଯନ୍ତ୍ରଣା ଦାୟକ । ଏହା ବିଶେଷ ଭାବରେ ପାଟିର ଭିତର ପାଖ ଗାଲ, ଦାନ୍ତ ମାଢି, ଜିଭ, ଓଠର ଭିତର ପାଖରେ ହୋଇଥାଏ । ଫଳରେ ଭଲରେ କିଛି ଜିନିଷ ଖାଇ ହୁଏ ନାହିଁ । ଯାହା କିଛି ଖାଇଲେ ପାଟି ପୋଡିଥାଏ । ତେବେ ଏହି ପାଟି ଘା ହେବାର ବିଭିନ୍ନ କାରଣ ରହିଛି । ପ୍ରଥମତଃ ଶରୀରରେ ଭିଟାମିନର ଅଭାବ । ଭିଟାମିନ ବି କମ୍ପେକ୍ସ, ଭିଟାମିନ-ସି ଓ ଆଇରନର ଅଭାବ ହେଲେ ପାଟିରେ ଘା ହୋଇଥାଏ । ଏହାସହ କୋଷ୍ଠକାଠିନ୍ୟ, ବଂଶାନୁଜନିତ ସମସ୍ୟା, ଅତ୍ୟଧିକ ଏସିଡିଟି, ହର୍ମୋନରେ ତାରତମ୍ୟ ମଧ୍ୟ ଏହାର ଅନ୍ୟତମ କାରଣ ।
ନିରାକରଣ
ପାଟି ଘା ପାଇଁ ସାଧାରଣତଃ ଡାକ୍ତରମାନେ ଭିଟାମିନ ମେଡିସିନ ଖାଇବାକୁ ପରାମର୍ଶ ଦେଇଥାନ୍ତି । ତେବେ ଡାକ୍ତରଙ୍କ ବ୍ୟତୀତ ଘରୋଇ ଉପାୟରେ ବି ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।
◊  ପାଟି ଘା ହୋଇଥିଲେ ନଖ ଉଷୁମ ପାଣିରେ ଦିନରେ ୪-୫ ଥର ପାଟି ଧୁଅନ୍ତୁ ।
◊ ଅତ୍ୟଧିକ ଥଣ୍ଡା ଜିନିଷ ଖାଆନ୍ତୁ ନାହିଁ । ଯେମିତିକି ଆଇସକ୍ରିମ, କୋଲ୍ଡ ଡ୍ରିଙ୍କସ୍୍, ଫ୍ରିଜରେ ଥିବା ଖାଦ୍ୟ ଆଦିଠାରୁ ଦୂରେଇ ରୁହନ୍ତୁ ।
◊ ପାଟି ଘା ବେଳେ ନଡିଆ ରସ ଭଲ କାମ କରେ । ଏକ ଚାମଚ ନଡିଆ ରସରେ ଅଳ୍ପ ମହୁ ମିଶାଇ ଘା ହୋଇଥିବା ସ୍ଥାନରେ ଲଗାଇଲେ ଆରାମ ଲାଗିବା ସହ ପାଟି ଘା ଭଲ ହୋଇଥାଏ । ଏହା ବ୍ୟତୀତ ନଡିଆ ପାଣିରେ ଦିନକୁ ୪-୫ଥର କୁଳି କଲେ ମଧ୍ୟ ସୁଫଳ ମିଳିପାରିବ ।
◊ ନଡିଆ ତେଲ ଭଳି ସୋରିଷ ତେଲ ମଧ୍ୟ ପାଟି ଘା ପାଇଁ ଉପଯୁକ୍ତ । ଜିଭରେ ଘା ହୋଇଥିଲେ ଅଳ୍ପ ସୋରିଷ ତେଲରେ କିଛି ଲୁଣ ମିଶାଇ ଜିଭରେ ଧିରେ ଧିରେ ଘଷନ୍ତୁ । ଏହାଦ୍ୱାରା ପାଟି ପୋଡିବା ସହ ପାଟିରୁ ଲାଳ ବାହାରିଥାଏ । ତେବେ ଏଥିରେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଏମିତି କରିବା ଦ୍ୱାରା ପାଟି ଘା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।
◊ ଲବଙ୍ଗ ତେଲକୁ ତୁଳା ସାହାଯ୍ୟରେ ପାଟି ଘା ହୋଇଥିବା ସ୍ଥାନରେ ୧୦ ମିନିଟ ପରର୍ଯ୍ୟନ୍ତ ଲଗାଇ ପରେ ଉଷୁମ ପାଣିରେ ଧୋଇ ଦେଲେ ଘା ଭଲ ହୋଇଥାଏ ।
◊ ଅଳ୍ପ ଘିଅକୁ ଉଷୁମ କରି ପାଟିରେ ଲଗାଇଲେ ପାଟି ଘା ସମସ୍ୟା ଦୂର ହୋଇଥାଏ ।
◊ ଏକ ଚାମଚ ଧନିଆକୁ ଏକ ପାଣିରେ ଫୁଟାଇ ଥଣ୍ଡା ହେବା ପରେ ଏହି ପାଣିକୁ ୨-୩ ଥର ପାଟି କୁଳି କରିବା ଦ୍ୱରା ପାଟି ଘାରୁ ଉପଶମ ମିଳିଥାଏ ।

LEAVE A REPLY

Please enter your comment!
Please enter your name here