You are here
Home > ଗସିପ ଖବର > ପାଟପୁର ଦୁଷ୍କର୍ମ ଓ ଡକାୟତି ଘଟଣା: ୪ଜଣ ଦୋଷିଙ୍କୁ ୭ବର୍ଷ ଲେଖାଁଏ କାରାଦଣ୍ଡ ଓ ଜୋରିମାନା

ପାଟପୁର ଦୁଷ୍କର୍ମ ଓ ଡକାୟତି ଘଟଣା: ୪ଜଣ ଦୋଷିଙ୍କୁ ୭ବର୍ଷ ଲେଖାଁଏ କାରାଦଣ୍ଡ ଓ ଜୋରିମାନା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପାଟପୁର ଗ୍ରାମରେ ଗତ ୨୦୧୫ ମସିହାରେ ହୋଇଥିବା ଏକ ବଳାକôାର ଓ ଡକାୟତି ମାମଲାରେ କୋର୍ଟ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ଲେଖାଁଏ ଜେଲ ଓ ୮ହଜାର ଟଙ୍କା  ଜୋରିମାନା ଦଣ୍ଡାଦେଶ ରାୟ ଶୁଣାଇଛନ୍ତି । ପାଟପୁର ଗ୍ରାମର ଅକ୍ଷୟ କୁମାର ସାହୁଙ୍କ ପନôୀ ମିନର୍ଭା ଗତ ୨୦୧୫ ଅକ୍ଟୋବର ୨୮ତାରିଖ ବିଳମ୍ବିତ ରାତିରେ ଘରେ ଏକାଥିବାର ସୁଯୋଗ ନେଇ ୫ଜଣ ତାଙ୍କ ଘରେ ପଶି ତାଙ୍କ ଗୋଡ ହାତ ବାନ୍ଧି ପକାଇଥିଲେ । ପରେ ସେମାନେ ତାଙ୍କୁ ବଳାକôାର କରିବା ସହ ସୁନାଚେନ, କାନଫୁଲ, ମୁଦି ଆଦି ବହୁ ସୁନାଗହଣା ଓ ୨୫ଶହ ଟଙ୍କା ଡକାୟତି କରି ନେଇଥିଲେ । ପରଦିନ ଏସଂକ୍ରାନ୍ତରେ ମିନର୍ଭା କୁଜଙ୍ଗ ଥାନାରେ ଲିଖିତ ଏତଲା ଦାୟର କରିଥିଲେ । ପରେ ପୁଲିସ ସେହି ଘଟଣାରେ ସାହାଡା ଗ୍ରାମର ସୂର୍ଯ୍ୟମଣି ଜେନା, ସୁଦର୍ଶନ ଜେନା, ପ୍ରକାଶ ସାମଲ ଓ ସର୍ବେଶ୍ୱର ସ୍ୱାଇଁଙ୍କୁ ଗିରଫ କରିଥିଲା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିଲା । ପୁଲିସ ପକ୍ଷରୁ ଜେଲରେ ଟି.ଆଇ ପ୍ୟାରେଡ କରାଯିବା ସମୟରେ ମିନର୍ଭା ମଧ୍ୟ ସମସ୍ତଙ୍କୁ ଚିହ୍ନଟ କରିଥିଲେ । ଏହି ଘଟଣାର ବିଚାର କରି ସ୍ପେଶାଲ ଟ୍ରାକ କୋର୍ଟ ତଥା ସହକାରୀ ଦୌରାଜଜ ଶୁଭଶ୍ରୀ ତ୍ରିପାଠୀ ୨୧ଜଣଙ୍କ ଠାରୁ ସାକ୍ଷ୍ୟଗ୍ରହଣ କରିବା ପରେ ବଳାକôାର ଓ ଡକାୟତି ଘଟଣାରେ ଉକ୍ତ ୪ଜଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୭ବର୍ଷ ଜେଲଦଣ୍ଡ ଓ ୮ହଜାର ଟଙ୍କା ଲେଖାଁଏ ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ବିଳାସ କୁମାର ଲେଙ୍କା ପରିଚାଳନା କରିଥିଲେ ।

Loading...
ONA

Leave a Reply

Top