ପରଦାକୁ ଛୁଇଁବ ‘କୁଛ୍‌ କୁଛ୍‌ ହୋତା ହୈ’ ରିମେକ୍‌

https://www.facebook.com/nnsodia/videos/267154983995629/?t=5

ଦୋସ୍ତି, ଦୋସ୍ତିରୁ ଲଭ୍ ଓ ଲଭରୁ ବିବାହ କୁ ଆଧାରିତ କରି ଅନେକ ଫିଲ୍ମ ବଲିଉଡରେ ତିଆରି ହୋଇଛି । କିନ୍ତୁ ସେ ସବୁକୁ ପଛରେ ପକାଇଥିଲା 1198 ରେ ରିଲିଜ ହୋଇଥିବା ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ । ୨୦ ବର୍ଷ ପୂର୍ବରୁ ରିଲିଜ ହୋଇଥିବା ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ଅଭିନୀତ ‘କୁଛ୍‌ କୁଛ୍‌ ହୋତା ହୈ’ ପୁଣିଥରେ ପରଦାକୁ ଆସିବ । କିନ୍ତୁ ଏଥର ଆଉ ସେ ପୁରୁଣା ଷ୍ଟୋରୀକୁ ନେଇ ନୁହେଁ, ବରଂ ଏହି ଫିଲ୍ମର ରିମେକ୍‌ ଅର୍ଥାତ୍‌ ପାର୍ଟ-୨ ରିଲିଜ୍‌ ହେବ । କରନ୍‌ ଜୋହରଙ୍କ ନିର୍ଦ୍ଦେଶିତ ‘କୁଛ୍‌ କୁଛ୍‌ ହୋତା ହୈ’ ଫିଲ୍ମଟି ସେହି ସମୟରେ ଦର୍ଶକଙ୍କୁ ଅନେକ ପସନ୍ଦ ଆସିବା ସହ ବକ୍ସ ଅଫିସ୍‌ରେ ମଧ୍ୟ ଅନେକ ସଫଳତା ମିଳିଥିଲା । ଏବେବି ଦର୍ଶକମାନେ ଏହି ଫିଲ୍ମକୁ ପସନ୍ଦ କରୁଥିବା ବେଳେ ଏହାର ଗୀତକୁ ଗୁଣୁଗୁଣୁ କରି ଗାଉଥିବା ଦେଖିବାକୁ ମିଳୁଛି । ଇସ୍କ ୧୦୪.୮ ଏଫ୍‌ଏମ୍‌ରେ ପ୍ରସାରିତ ହେଉଥିବା ‘କଲିଙ୍ଗ୍ କରନ୍‌’ କାର୍ଯ୍ୟକ୍ରମରେ ଜଣେ ଶ୍ରୋତାଙ୍କ ପ୍ରଶ୍ନର ଉତ୍ତରରେ ଏହି ଫିଲ୍ମର ରିମେକ୍‌ କରିବାକୁ କରନ୍‌ଙ୍କୁ ପଚରାଯିବାରୁ ସେ ଏହାର ଉତ୍ତର ରଖିଥିଲେ ଏବଂ ଏହାର ଷ୍ଟାର କାଷ୍ଟ୍‌ଙ୍କ ବିଷୟରେ ମଧ୍ୟ କହିଥିଲେ । ସେ କହିଥିଲେ କେବେ ବି ଯଦି ‘କୁଛ୍‌ କୁଛ୍‌ ହୋତା ହୈ’ ପାର୍ଟ-୨ କରିବେ ତା’ହେଲେ ସେ ରଣବୀର କପୁର୍‌, ଆଲିଆ ଭଟ୍ଟ ଓ ଜାହ୍ନବୀ କପୁରଙ୍କୁ ନେବେ ବୋଲି ସୂଚନା ଦେଇଥିଲେ ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here