ପରକିୟା ପ୍ରୀତି: ଯୁବତୀ ବି ଦୋଷୀ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପରକୀୟା ପ୍ରୀତି ମାମଲାରେ ବିବାହିତା ମହିଳା କାହିଁକି ଦୋଷୀ ହେବେ ନାହିଁ । ଭାରତୀୟ ପିଙ୍ଗଳ କୋଡର ଧାରା ୪୯୭କୁ ଚାଲେଞ୍ଜ କରି ହୋଇଥିବା ଏକ ଆବେଦନର ବିଚାର କରି ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏପରି ମାମଲାରେ ଉତ୍ତର ରଖିବାକୁ ନୋଟିସ୍ ଜାରି କରିଛନ୍ତି । ଏହି ଧାରା ଅନୁସାରେ ଜଣେ ବିବାହିତ ପୁରୁଷକୁ ଦଣ୍ଡ ମିଳୁଥିବା ବେଳେ ସମାନ ଭାବେ ପରକୀୟା ପ୍ରୀତି ପାଇଁ ବିବାହିତା ମହିଳା କାହିଁକି ଛାଡ ପାଇବେ ବୋଲି କୋର୍ଟ ସରକାରଙ୍କଠାରୁ ଜାଣିବାକୁ ଚାହିଁଛନ୍ତି । ଜୋସେଫ୍ ଶାଇନ୍ ନାମକ ଜଣେ ବ୍ୟକ୍ତିଙ୍କ ଜନସ୍ୱାର୍ଥ ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୩ଜଣିଆ ବେଞ୍ଚ ଏହାର ଶୁଣାଣି କରିଛନ୍ତି । ୪ ସପ୍ତାହ ମଧ୍ୟରେ ନୋଟିସ୍ ଜବାବ ଦେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି ।