ପତିକ୍ରିୟା ପ୍ରକାଶ ପାଇବା ପରେ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା ଫଟୋ ହଟାଇଲେ କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ୍

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ବର : ସୋସିଆଲ୍ ମିଡିଆରେ ଭୂରିଲା ଲିଙ୍ଗରାଜ ମନ୍ଦିରର ଭିତିର ଫଟୋ । କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ୍ ଉତ୍କଳ ଦିବସରେ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇ ଟ୍ୱିଟରରେ ଛାଡ଼ିଥିଲେ ଲିଙ୍ଗରାଜ ମନ୍ଦିରରେ ସେ ପୂଜାର୍ଚ୍ଚନା କରୁଥିବାର ଫଟୋ । ଯାହାକୁ ନେଇ ପ୍ରତିକ୍ରିୟା ତୀବ୍ର ହେବ ପରେ ଟ୍ୱିଟ୍ ଆକାଉଣ୍ଟରୁ ଫଟୋ ହଟାଇ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ବର୍ତ୍ତମାନର କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋୟଲ୍ । ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବାର ଫଟୋ ଏବେକାର ନୁହେଁ । ଗତବର୍ଷ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । ଗର୍ଭଗୃହରେ ପୂଜାର୍ଚ୍ଚନା ବେଳେ ସେ କିଛି ଫଟୋ ଉଠାଇଥିଲେ । ଆଉ ଗତକାଲି ଓଡ଼ିଶା ଦିବସରେ ଓଡ଼ିଆ ଲୋକଙ୍କୁ ଶୁଭେଚ୍ଛା ଜଣାଇବାକୁ ଟ୍ୱିଟରରେ ଛାଡ଼ି ଦେଇଥିଲେ । ଲିଙ୍ଗରାଜ ମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ଏବଂ କ୍ୟାମେରା ନେବା ମନା । କିନ୍ତୁ ଗତବର୍ଷ ଗର୍ଭଗୃହରେ ପୂଜାର୍ଚ୍ଚନା ବେଳେ ଫଟୋ ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ । ଯାହାକୁ ନେଇ ପ୍ରତିକ୍ରିୟା ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସ ନେତା ସୁରଶ ରାଉତରାୟ କହିଛନ୍ତି ଏହା ଦୁଖଦ ଘଟଣା । ଏଥପାଇଁ ଗୋଏଲ କ୍ଷମା ମାଗିବା ଦରକାର । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ । ନହେଲେ ତାଙ୍କୁ ଓଡିଶାରେ ପୁରାଇ ଦିଆଯିବ ନାହିଁ । ବିଜେଡି ମଧ୍ୟ ପତିକ୍ରିୟା ରଖି କହିଛି ଏହା ହେବା ଉଚିତ ନୁହେଁ । ସେପଟେ ବିଜେପିର ଯୁକ୍ତି ଦାୟିତ୍ବରେ ଥିବା ଅଧିକାରି କଣ କରୁଥିଲେ । ସୁରକ୍ଷା ନେଇ ସେମାନେ କାହିଁକି ମନ୍ତ୍ରୀଙ୍କୁ ବାରଣ କରି ନଥିଲେ । ଏଥିପାଇଁ ସେ ଦାୟୀ ନହଁନ୍ତି କି । ଏଥିଲାଗି ସରକାର ପ୍ରଥମେ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନଉଷ୍ଟାନ ନିଅନ୍ତୁ । ତେବେ ପତିକ୍ରିୟା ପ୍ରକାଶ ପାଇବା ପରେ ବିଜୟ ଗୋୟଲ୍ ତାଙ୍କ ଟ୍ୱିଟ୍ ଆକାଉଣ୍ଟରୁ ଫଟୋ ସବୁ ହଟାଇ ନେଇଛନ୍ତି । କହିଛନ୍ତି, ସେ କାହା ମନକୁ କଷ୍ଟ ଦେବାକୁ ଚାହାନ୍ତିନି । କିନ୍ତୁ କ୍ଷମା ମାଗି ନାହାନ୍ତି । ସେପଟେ ଲିଙ୍ଗରାଜ ମନ୍ଦିର ପ୍ରଶାସନ, ଏସବୁ ଫଟୋ ବର୍ଷକ ତଳର ବୋଲି କହୁଥିବା ବେଳେ ରେକର୍ଡ ଖାତା ଯାଞ୍ଚ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ।
ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ବଲିଉଡ୍ ଅଭିନେତ୍ରୀ ମଧ୍ୟ ଲିଙ୍କରାଜ ମନ୍ଦିରକୁ ଯାଇ ବିବାଦ ସୃଷ୍ଟି କରିଥିଲେ । ମନ୍ଦିର ବେଢାରେ ବସି ଏକ ବିଜ୍ଞାପନ ପାଇଁ ସୁଟିଂ କରିଥିଲେ । ଯାହାକୁ ନେଇ ଗଣମାଧ୍ୟମରେ ହୋ-ହାଲ୍ଲା ଚାଲିଥିବା ବେଳେ ଗସ୍ତ ସାରି ଓଡ଼ିଶାରୁ ଚାଲିଗଲେ ମସ୍ତ ମସ୍ତ ଗାର୍ଲ । ଏବେ ପୁଣି ଓଡ଼ିଶା ଦିବସରେ ଲିଙ୍ଗରାଜ ମନ୍ଦିର ଭିତର ଫଟୋ ଭାଇରାଲ୍ କରି ଓଡ଼ିଆଙ୍କୁ ବୋକା ବନାଇଲେ କେନ୍ଦ୍ରମନ୍ତ୍ରୀ । କେବଳ କେନ୍ଦ୍ର ମନ୍ତ୍ରୀ କାହିଁକି ଦେଖୁ ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି ବି ସେମିତି କିଛି କରିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here