You are here
Home > ଲାଟେଷ୍ଟ > ପଞ୍ଚଭୂତରେ ଲିନ ହେଲା ବର୍ଷିୟାନ ଅଭିନେତା ଶଶି କାପୁରଙ୍କ ମରଶରୀର

ପଞ୍ଚଭୂତରେ ଲିନ ହେଲା ବର୍ଷିୟାନ ଅଭିନେତା ଶଶି କାପୁରଙ୍କ ମରଶରୀର

♦ ପହଞ୍ଚିଲା ସମ୍ପୂର୍ଣ୍ଣ ବଲିଉଡ୍ ଜଗତ
ମୁମ୍ବାଇ: ମଙ୍ଗଳବାର ମାୟା ନଗରୀ ମୁମ୍ବାଇରେ ଝିପଝିପ୍ ବର୍ଷାକୁ ଲୁହଭିଜା ଆଖିରେ ବର୍ଷିୟାନ୍ ଅଭିନେତା ଶଶି କାପୁରଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଶାନ୍ତକୁଞ୍ଜରେ ସମ୍ପୂର୍ଣ୍ଣ ରାଜକୀୟ ଆଡମ୍ବର ସହିତ ତାଙ୍କ ଅନ୍ତିମ ସଂସ୍କାର କ୍ରିୟା ସମ୍ପର୍ଣ୍ଣ ହୋଇଛି । ବଲିଉଡ ସିନେମା ଜଗତକୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଥିବା ଶଶି କପୁରଙ୍କୁ ବିଦାୟ ଦେବା ପାଇଁ ବଲିଉଡର ସମସ୍ତ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ମାନେ ଉପସ୍ଥିତ ଥିଲେ । ଶଶି କପୁରଙ୍କ ସହିିତ ଗୋଟେ ଡର୍ଜନରୁ ଅଧିକ ଫିଲ୍ମରେ କାମ କରିଥିବା ମହାନ ଫିଲ୍ମ ଅଭିନେତା ଅମିତାଭ ବଚ୍ଚନ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସହିତ ଅନ୍ତେଷ୍ଟି ସ୍ଥଳରେ ପହଞ୍ଚି ଥିଲେ । ଲମ୍ବା ସମୟ ଧରି ଅସୁସ୍ଥ ଥିବା ଶଶି କପୁର ସୋମବାର ଦିନ ମୁମ୍ବାଇର କୋକିଲା ବେନ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ମୁମ୍ବାଇରେ ମଙ୍ଗଳବାର ସକାଳର ଦୃଶ୍ୟ ଅତ୍ୟନ୍ତ ହୃଦୟ ଦିବାରକ ଥିଲା । ପ୍ରଶଂସକ ଓ ପରିଜନଙ୍କ ଛଳଛଳ ଆଖି ସାଙ୍ଗକୁ ଆକାଶ ବି କାନ୍ଦି କାନ୍ଦି ତାଙ୍କ ବିଦାୟ ଦେଇଛି । ସକାଳୁ ଆମ୍ବୁଲାନ୍ସ ଯୋଗେ ଶଶିଙ୍କ ଶବକୁ ଶାନ୍ତାକୁଞ୍ଜରୁ ଶ୍ମଶାନ ପର୍ଯ୍ୟନ୍ତ ଅଣା ଯାଇଥିଲା । ଶଶି କପୁରଙ୍କ ପୁଅ କରଣ ତାଙ୍କୁ ମୁଖାଗ୍ନି ଦେଇ ବିଦା କରିଛନ୍ତି । ସେହିପରି ତାଙ୍କ ବିଦାୟ ଦେବା ପାଇଁ ଆମିର ଖାନ୍, ପ୍ରିୟଙ୍କା ଚୋପ୍ରା, ରିତିକ ରୋଶନ, କରଣ ଜୋହର ଓ ଆଗଧାଡିର ଅନେକ ଅଭିନେତା ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେଇଥିଲେ । ଅମିତାଭ ବଚ୍ଚନ ନିଜ ପ୍ରିୟ ସାଙ୍ଗ ଶଶିଙ୍କ ନିଧନରେ ଅତ୍ୟନ୍ତ ଭାବୁକ ବ୍ଲଗ୍ ଲେଖି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
୧୯୮୪ରେ ଶଶିଙ୍କ ପତ୍ନୀ ଜେନିଫର କ୍ୟାନ୍ସରରେ ପିଡିତ ହୋଇ ମୃତ୍ୟୁ ବରଣ କରିବା ପରେ ଏକା ହୋଇଯାଇଥିଲେ ଓ ଲଗାତର ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାକୁ ଲାଗିଥିଲା । ରୋଗ ପାଇଁ ଶଶି କପୁର ଫିଲ୍ମ ଠାରୁ ନିଜକୁ ଦୁରେଇ ରଖିଥିଲେ ।

Loading...
ONA

Leave a Reply

Top