You are here
Home > ଲାଟେଷ୍ଟ > ପଛୁଆ ବର୍ଗ ଓ ଆଦିବାସୀଙ୍କ ବିକାଶରେ ରାଜନୈତିକ ମତ ପାର୍ଥକ୍ୟ ପ୍ରତିବନ୍ଧକ ସୃଷ୍ଟି ନ କରୁ-ଧର୍ମେନ୍ଦ୍ର

ପଛୁଆ ବର୍ଗ ଓ ଆଦିବାସୀଙ୍କ ବିକାଶରେ ରାଜନୈତିକ ମତ ପାର୍ଥକ୍ୟ ପ୍ରତିବନ୍ଧକ ସୃଷ୍ଟି ନ କରୁ-ଧର୍ମେନ୍ଦ୍ର

 ୧୧୫ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା
ଭାଷଣର ଭିଡିଓ ଲିଙ୍କ୍ ପଠାଇବା ସହିତ ଏହାକୁ ଥରେ ସମୟ କାଢ଼ି ଶୁଣିବା ପାଇଁ
ଅନୁରୋଧ
 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ପଷ୍ଟ ମତ, ଯେ ପର୍ଯ୍ୟନ୍ତ ପୂର୍ବ ଭାରତ ବିକଶିତ ହୋଇ
ନାହିଁ ସମ୍ପୂର୍ଣ ଭାରତକୁ ବିକଶିତ କରିବାର କଳ୍ପନା ପୂର୍ଣାଙ୍ଗ ହେବ ନାହିଁ
 ୨୦୨୨ ସୁଦ୍ଧା ନୂଆ ଭାରତ ହେଉ, ନୂଆ ଓଡିଶା ହେଉ- ଏହା ସମସ୍ତଙ୍କର ଦାୟିତ୍ୱ
ଭୁବନେଶ୍ୱର : ଦେଶର ୧୧୫ଟି ଆକାଂକ୍ଷୀ ଜିଲ୍ଲା ତାଲିକାରେ ଓଡ଼ିଶାର ୮ଟି ଜିଲ୍ଲାକୁ ସାମିଲ ନ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତିର ପୁର୍ନବିଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି ଯେ ସାଧାରଣ ଲୋକ, ଯୁବକ, ମହିଳା, ଦଳିତ, ପଛୁଆ ବର୍ଗ ଓ ଆଦିବାସୀ ଲୋକଙ୍କର ବିକାଶ ପାଇଁ ରାଜନୈତିକ ମତ ପାର୍ଥକ୍ୟ ପ୍ରତିବନ୍ଧକ ସୃଷ୍ଟି ନ କରୁ । ଓଡିଶାର ୮ଟି ଜିଲ୍ଲା ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଜପତି, ଢେଙ୍କାନାଳ, ବଲାଙ୍ଗୀର, କୋରାପୁଟ ଓ ମାଲକାନଗିରି ସମେତ ଦେଶର ୧୧୫ ଆଗକୁ ବଢିବାକୁ ଚାହୁଁଥିବା ‘ଆକାଂକ୍ଷୀ’ ଜିଲ୍ଲା ସମୂହକୁ ନେଇ ଓଡିଶାରେ ଏକ ଚର୍ଚା ଆରମ୍ଭ ହୋଇଛି । ଏହାକୁ ନେଇ ଅହେତୁକ ବିବାଦ ତିଆରି କରା ଯାଉଛି ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି । ଏହା ସହ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ନୀତି ଆୟୋଗଦ୍ୱାରା ଆୟୋଜିତ ୧୧୫ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣର ଭିଡିଓ ଲିଙ୍କ୍ ପଠାଇବା ସହିତ ଏହାକୁ ଥରେ ସମୟ କାଢ଼ି ଶୁଣିବା ପାଇଁ ଅନୁରୋଧ କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେ ଦିନ ଯେଉଁ ପ୍ରେରଣାଦାୟୀ ଭାଷଣ ଦେଲେ ଏବଂ ଆମ ସମସ୍ତଙ୍କ ଠାରୁ ଯେଉଁ ଅପେକ୍ଷା ରଖିଲେ ତାକୁ ଆପଣ ଥରେ ଶୁଣିବାକୁ ଅନୁରୋଧ କରୁଛି ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି, “ମୋର ଆଜି ବି ଅନୁରୋଧ ଆମେ ସମସ୍ତେ ମିଶି ଯଦି ଏକ ବିଂଶ ଶତାବ୍ଦୀରେ ଓଡିଶାକୁ ଅଗ୍ରଣୀ ରାଜ୍ୟ ଭାବରେ ଗଢି ତୋଳିବାକୁ ଚାହାନ୍ତି ତାହେଲେ ରାଜନୈତିକ ମତଭେଦରୁ ଉପରକୁ ଉଠି ଲୋକଙ୍କୁ ପ୍ରଥମେ ପ୍ରାଥମିକତା ଦେବାକୁ ପଡିବ । ଗୁଣ୍ଡୁଚି ମୂଷା ଭଳି ହେଉ ପଛେ ସେତୁବନ୍ଧ ନିର୍ମାଣରେ ଟିକେ ବାଲି ଝାଡିବା ଆମ ସମସ୍ତଙ୍କରର ଦାୟିତ୍ୱ ।” ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ପଷ୍ଟ ମତ ଯେ ପର୍ଯ୍ୟନ୍ତ ପୂର୍ବ ଭାରତ ବିକଶିତ ହୋଇ ନାହିଁ ସମ୍ପୂର୍ଣ ଭାରତକୁ ବିକଶିତ କରିବାର କଳ୍ପନା ପୂର୍ଣାଙ୍ଗ ହେବ ନାହିଁ । ସେଥିପାଇଁ ଏହି କଳ୍ପନାରେ ଓଡିଶାର
ଏକ ପ୍ରମୁଖ ଭୂମିକା ଓ ଦାୟିତ୍ୱ ରହିଛି । ସେଇଥିପାଇଁ ଆମେ ୨୦୧୮ରେ ଏହି ଜନ ଆନ୍ଦୋଳନକୁ ଆରମ୍ଭ କରିବା । ୨୦୨୨ ସୁଦ୍ଧା ନୂଆ ଭାରତ ହେଉ, ନୂଆ ଓଡିଶା ହେଉ- ଏହାର ଦାୟିତ୍ୱ ଆମ ସମସ୍ତଙ୍କର ଅଛି ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଲେଖିଛନ୍ତି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଲେଖୀଥିବା ପତ୍ରରେ ରାଜ୍ୟର ୮ଟି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ତାଳିକାରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି । ଏହା ସହ ପ୍ରଧାନ ମନ୍ତ୍ରୀଙ୍କ ଉଦବୋଧନର ଲିଙ୍କ୍ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ପଦସ୍ଥ ଅଫିସରମାନଙ୍କୁ ପଠାଇବା ପାଇଁ ଅନୁରୋଧ କରିଛନ୍ତି ।
         ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ଗୋଟିଏ ଜିଲ୍ଲାର ବେଷ୍ଟ ପ୍ରାକ୍ଟିସକୁ ଦେଶର ଅନ୍ୟ ଅଂଚଳରେ ଲାଗୁ କରିବା ପାଇଁ ପ୍ରୟାସ କରିବା ଏବଂ ଭଲ କାମ କରୁଥିବା ଜଣେ ଜିଲ୍ଲାପାଳକୁ ପ୍ରୋତ୍ସାହିତ କରିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ଗୋଟିଏ ଜିଲ୍ଲାର କେଉଁ ଗୋଟିଏ ବ୍ଲକରେ ଗ୍ରାମ ପଂଚାୟତରେ ବା ମ୍ୟୁନିସିପାଲଟି ସ୍ତରରେ ଯଦି ଗୋଟିଏ ଭଲ ମଡେଲ ତିଆରି ହୋଇଛି ଏହାକୁ ଅନ୍ୟ ଅଂଚଳକୁ ନେବାକୁ ହିଁ ପ୍ରଧାନମନ୍ତ୍ରୀ ପ୍ରଚେଷ୍ଟା କରିଛନ୍ତି । ଟିମ ଇଣ୍ଡିଆ ପାଇଁ ଗୋଟିଏ ନିର୍ଦିଷ୍ଟ ସମୟ ସୀମା ଭିତରେ ଲକ୍ଷ୍ୟ ହାସଲ କରିବା ପାଇଁ ଏକଜୁଟ କରିବାକୁ ଏହା ଏକ ପ୍ରଚେଷ୍ଟା ମାତ୍ର ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜାନୁଆରୀ ୪-୫ରେ ୧୧୫ ଆକାଂକ୍ଷୀ ଜିଲ୍ଲାର ଜିଲ୍ଲାପାଳ, ସେ ରାଜ୍ୟର ବରିଷ୍ଠ ଅଧିକାରୀ, ସଂପୃକ୍ତ ରାଜ୍ୟର ସେଂଟ୍ରାଲ ସକ୍ରେଟେରିଏଟରେ କାମ କରୁଥିବା ରାଜ୍ୟ କ୍ୟାଡର ଅଧିକାରୀ ଓ ଭାରତ ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଏକ କର୍ମଶା ଳାକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଥିଲେ ।

Loading...
ONA

Leave a Reply

Top