ନେପାଳରେ ହାଇଡ୍ରୋ ପାଓ୍ଵାର ପ୍ରୋଜେକ୍ଟର ନିର୍ମାଣ ପାଇଁ ଭାରତକୁ ମିଳିବ ଠିକାଦାରୀ

https://www.facebook.com/nnsodia/videos/267154983995629/?t=5
କାଠମାଣ୍ଡୁ: ନେପାଳରେ ହାଇଡ୍ରୋ ପ୍ରୋଜେକ୍ଟର ନିର୍ମାଣ ମାମଲାରେ ଚୀନକୁ ଝଟକା ଦେଇଛି । ନେପାଳ ଏହି ପ୍ରଜୋକ୍ଟେର ନିର୍ମାଣ ପାଇଁ ଚୀନର ଏକ କମ୍ପାନୀର ଠିକାଦାରୀକୁ ରଦ୍ଦ କରି ଦେଇଛି। ନେପାଳ ଉପ ପ୍ରଧାନମନ୍ତ୍ରୀ କମଲ ଥାପ୍ପା ଟ୍ଵିଟ୍ କରି ବୁଢ଼ି ଗଣ୍ଡକି ହାଇଡ୍ରୋ ପାଓ୍ଵାର ପ୍ରୋଜେକ୍ଟର ନିର୍ମାଣରେ ଚୀନ କମ୍ପାନୀର ଠିକାଦାରୀକୁ ବାତିଲ କରିଥିବାର ସୂଚନା ଦେଇଛନ୍ତି। ବିଶେଷ ସୂତ୍ର ଅନୁସାରେ ଏହି ଠିକାଦାରୀ ଏବେ ଭାରତର କମ୍ପାନୀ NHPCକୁ ମିଳିପାରେ। ଉପ ପ୍ରଧାନମନ୍ତ୍ରୀ ଥାପା କହିଛନ୍ତି ଯେ ସଂସଦୀୟ ସମିତିର ନିର୍ଦ୍ଦେଶ ପରେ କ୍ୟାବିନେଟ୍ ବୈଠକରେ ଚୀନର କମ୍ପାନୀ ଗଜୁବା ଗ୍ରୁପ ସହିତ ହୋଇଥିବା ଚୁକ୍ତିନାମାକୁ ବାତିଲ କରାଯାଇଛି। ଏହି କମ୍ପାନୀ ବିଷୟରେ ଅନିୟମିତତା ଅଭିଯୋଗ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଥାପା କହିଛନ୍ତି। ମାତ୍ର ଏହି ବିଷୟରେ ପଚାରଯିବାରୁ ଚୀନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଏନେଇ ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ସେ କହିଛନ୍ତି ଯେ ଚୀନ ଓ ନେପାଳ ମଧ୍ୟରେ ମଧୁର ସଂପର୍କ ରହିଛି ଏବଂ ଦୁଇ ଦେଶ ଅନେକ ଦ୍ଵିପାକ୍ଷିକ ସହଯୋଗ ପାଇଁ କାମ କରୁଛନ୍ତି। ହାଇଡ୍ରୋ ପାଓ୍ଵାର ପ୍ରୋଜେକ୍ଟରେ ଚୀନ କମ୍ପାନୀର ଠିକାଦାରୀକୁ ନେପାଳ ବାତିଲ କରିବା ନିଷ୍ପତ୍ତି ଏଥିପାଇଁ ମହତ୍ଵପୂର୍ଣ୍ଣ କାରଣ ପୂର୍ବରୁ ଏହି ପ୍ରୋଜେକ୍ଟକୁ ଚୀନର ଓବିଓଆରରେ ସାମିଲ କରିବା ନେଇ ସହମତି ନେପାଳ ସହମତି ଦେବା ପରେ ଯାଇ ଦୁଇ ଦେଶ ମଧ୍ୟରେ ଚୁକ୍ତିନାମା ହୋଇଥିଲା । ପ୍ରାୟ ଏକ ବର୍ଷ ପୂର୍ବେ ନେପାଳର ପ୍ରଚଣ୍ଡ ସରକାର ଅମଳରେ ଚୀନର କମ୍ପାନୀ ଗଜୁବା ଓ୍ଵାଟର ଏଣ୍ଡ ପାଓ୍ଵାର ଲିମିଟେଡ ଏହି ପ୍ରୋଜେକ୍ଟର ନିର୍ମାଣ କାର୍ୟ୍ୟ ହାତେଇଥିଲା । ନେପାଳର ଏହି ପଦକ୍ଷେପ ଓ୍ଵାନ ରୋଡ ଓ୍ଵାନ ବେଲ୍ଟ ଜରିଆରେ କ୍ଷେତ୍ରୀୟ ଇଲାକାରେ ନିଜର ପ୍ରାଧ୍ୟାନ୍ୟ ବିସ୍ତାର କରିବାକୁ ଚାହୁଁଥିବା ଚୀନ ପାଇଁ ବଡ଼ ଝଟକା ସଦୃଶ ହୋଇଛି। ସମ୍ଭାବନା ରହିଛି ଯେ ନେପାଳ ଏହି ନିର୍ଣ୍ଣୟ ଭାରତରୁ ପ୍ରଭାବିତ ହୋଇ ନେଇଛି। ଅନେକ ଦଶନ୍ଧିରୁ ଭାରତ ଉପରେ ନିର୍ଭର ରହି ଆସୁଥିବା ନେପାଳ ପାଇଁ ଚୀନ ଏହି ହାଇଡ୍ରୋ ପ୍ରୋଜେକ୍ଟ ଜରିଆରେ ଏକ ଆକର୍ଷକ ବିକଳ୍ପ ଭାବେ ଉଭା ହୋଇଥିଲା । 

ମତାମତ ଦିଅନ୍ତୁ

Please enter your comment!
Please enter your name here