ନୁ ୍ୟ ଇଣ୍ଡିଆରେ ସମସ୍ତ ଜନସାଧାରଣ ଭିଆଇପି-ଧର୍ମେନ୍ଦ୍ର ପ୍ରଧାନ

https://www.facebook.com/nnsodia/videos/267154983995629/?t=5

♦ ମୋଦି ସରକାରଙ୍କ ଲାଲବତୀ ପ୍ରତ୍ୟାହାର ନିଷ୍ପତ୍ତି

ଭୁବନେଶ୍ୱର: ନୁ୍ୟ ଇଣ୍ଡିଆରେ ଦେଶର ସମସ୍ତ ଜନସାଧାରଣ ଭିଆଇପି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି  । ଦେଶରେ କେହି ନାଲି ବତୀ ବ୍ୟବହାର କରି ପାରିବେ ନାହିଁ ବୋଲି ମୋଦି ସରକାରଙ୍କ କ୍ୟାବିନେଟ୍ ନିଷ୍ପତ୍ତି ପରେ ଏହି ନିର୍ଣ୍ଣୟକୁ ସେ ଦୃଢ଼ତାର ସହିତ ସମର୍ଥନ କରୁଥିବା ମନ୍ତବ୍ୟ ଦେବା ସମୟରେ ସେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି  । ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୧୪ ମସିହାରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବେ  ଯୋଗ ଦେବା ଦିନରୁ ସେ କେବେ ତାଙ୍କ ଗାଡିରେ ନାଲିବତୀର ବ୍ୟବହାର କରିନାହାନ୍ତି  । ଦେଶରେ ଭିଆଇପି ସଂସ୍କୃତି ଶେଷ କରିବା ପାଇଁ ମୋଦି ସରକାରଙ୍କର ଏହା ସାଙ୍କେତିକ ନିର୍ଣ୍ଣୟ ବୋଲି ସେ କହିଛନ୍ତି  । ମୋଦି ସରକାର ଗରିବ କଲ୍ୟାଣ ପାଇଁ ସମର୍ପିତ  । ନରେନ୍ଦ୍ର ମୋଦି ନିଜେ ନିଜକୁ ପ୍ରଧାନମନ୍ତ୍ରୀ ନୁହେଁ ଦେଶର ପ୍ରଧାନ ସେବକ ଭାବେ ପ୍ରସ୍ତୁତ କରିଛନ୍ତି  । ଜନ ପ୍ରତିନିଧି ଭିଆଇପି ନୁହେଁ ସେ ଜନ ସେବକ  । ତେଣୁ ଲାଲ ବତୀ ପ୍ରତ୍ୟାହାର ନିଷ୍ପତ୍ତି ମୋଦି ସରକାରଙ୍କର ଏହି ମତକୁ ଆହୁରି ସ୍ପଷ୍ଟ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here