You are here
Home > ଲାଟେଷ୍ଟ > ନିର୍ବାଚନୀ ହିଂସା: ମୋସନ ଉପରେ ଆଲୋଚନା ପାଇଁ ବିରୋଧୀଙ୍କ ଦାବି

ନିର୍ବାଚନୀ ହିଂସା: ମୋସନ ଉପରେ ଆଲୋଚନା ପାଇଁ ବିରୋଧୀଙ୍କ ଦାବି

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନକୁ ନେଇ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହୋଇଛି । ନିର୍ବାଚନରେ କଂଗ୍ରେସ ଓ ବିଜେପି ଅଘୋଷିତ ମେଣ୍ଟ କରି ନିର୍ବାଚନ ଲଢ଼ିଛନ୍ତି ବୋଲି ଶାସକ ଦଳର ବିଧାୟକମାନେ ଅଭିଯୋଗ ଆଣିଛନ୍ତି । ସେହିପରି ନିର୍ବାଚନରେ ଯେଉଁଭଳି ଭାବେ ହିଂସା କାଣ୍ଡ ଘଟିଲା, ବନ୍ଧୁକ ଓ ବୋମା ବ୍ୟବହାର କରାଗଲା ତାହା ଆଗାମୀ ଦିନରେ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିବ । ଏହି ପ୍ରସଙ୍ଗରେ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଓ ମୋସନ ଉପରେ ଗୃହରେ ନିହାତି ଆଲୋଚନା ହେବା ଦରକାର ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଗୃହକୁ ୧୧.୪୫ ପର୍ଯ୍ୟନ୍ତ ମୁଲତବୀ ରହିଥିଲା । ପରେ ଗୃହ ଚାଲିବାରୁ ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଓ ମୋସନ ଉପରେ ଗୃହରେ ଆଲୋଚନା ହୋଇ ପାରିବ କି ନାହିଁ, ତା ଉପରେ ମତାମତ ରଖିବା ଅବସରରେ ବିଧାୟକମାନେ ଏହା କହିଛନ୍ତି । ଅନ୍ୟପକ୍ଷରେ ଏହି ପ୍ରସଙ୍ଗ ଗଣତନ୍ତ୍ରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ ଏହା ଉପରେ ଆଲୋଚନା କରିବା ଲାଗି ଦିନ ଓ ସମୟ ଧାର୍ଯ୍ୟ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିବା କିମ୍ବା କାର୍ଯ୍ୟ ପରାମର୍ଶଦାତା କମିଟିର ବୈଠକ ପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକମାନେ ଦାବି କରିଥିଲେ । ବିରୋଧୀ ଦଳର ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ଯେ, ନିର୍ବାଚନରେ ଶାସକ ଦଳ ସମ୍ପୂର୍ଣ୍ଣ ଭାବେ ପ୍ରଶାସନିକ କଳକୁ ବ୍ୟବହାର କରିଛି । ବିଜୟୀ ହେବା ପାଇଁ ଟଙ୍କା ବାଣ୍ଟୁଥିବା ବ୍ୟକ୍ତିଙ୍କୁ ସାଧାରଣ ଲୋକେ ଧରିଥିଲେ ଓ ପୋଲିସରେ ଜିମା ଦେଇଥିଲେ । ମାତ୍ର ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ଏହା ବ୍ୟତୀତ ତାଙ୍କ ନିର୍ବାଚନ ମଣ୍ଡଳୀରେ ଜଣଙ୍କୁ ହତ୍ୟା କରାଗଲା, ହେଲେ ପୋଲିସ ଆସିଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମର ଶେରଗଡ ଓ କୋଦଳାରେ ହତ୍ୟାକାଣ୍ଡ ଘଟିଛି । ଅପରାଧୀମାନଙ୍କୁ ଏଥିରେ ସମ୍ପୂର୍ଣ୍ଣ ରୂପେ ନିୟୋଜିତ କରାଯାଇଛି । ବଲାଙ୍ଗୀର ବ୍ଲକରେ ଦୁଇଟି ସିଟରେ କଂଗ୍ରେସ ଜିତିଛି ବୋଲି ୧୭ ତାରିଖ ଦିନ ଖବର ଆସିଥିଲା କିନ୍ତୁ ସଂଧ୍ୟା ପରେ ଏହା ବଦଳିଗଲା । ୧୮ ତାରିଖ ସକାଳେ କଂଗ୍ରେସ ଗୋଟିଏ ସିଟରେ ବିଜୟୀ ହୋଇଛି ବୋଲି କୁହାଗଲା । ବିଜେଡି ଲୋକମାନେ ରାତି ଦୁଇଟା ବେଳେ ବ୍ଲକକୁ କାହିଁକି ଯାଇଥିଲେ । ଷ୍ଟ୍ରଙ୍ଗରୁମ ମଧ୍ୟରେ କାହାର ପ୍ରବେଶ କରିବାର ଅଧିକାର ନଥିବା ବେଳେ ସେମାନେ କେମିତି ଯାଇଥିଲେ । ଏହି ଘଟଣା ଜାଣିବା ପାଇଁ ଫୋନ କରିଥିଲେ ହେଁ କୌଣସି ଅଧିକାରୀ ଜବାବ ଦେଇ ନଥିଲେ, ଯାହାକି ବୁକ ସର୍କୁଲାରକୁ ଉଲ୍ଲଙ୍ଘନ କରୁଛି । ତୃତୀୟ ମହଲା ନିର୍ଦେଶରେ ନିର୍ବାଚନ ପରିଚାଳନା କରାଯାଉଛି । ଛତିଶଗଡରୁ ଶତାଧିକ ଲୋକ ଟଙ୍କା ଆଣି ପଞ୍ଚିମ ଓଡ଼ିଶାରେ ବାଣ୍ଟିଥିବା ବେଳେ ସେମାନେ ଧରାପଡିଥିଲେ । ଛତିଶଗଡର ଜଣେ ବିଧାୟକ ମଧ୍ୟ କଳାହାଣ୍ଡି ଆସି ବ୍ୟାଗରେ ଆଣିଥିବା ଟଙ୍କାକୁ ବାଣ୍ଟି ଥିଲେ । ନିର୍ବାଚନ ଏକ ଡ୍ରାମା ହୋଇଯାଇଛି । ବିରୋଧୀ ଦଳ ଏହା ଉପରେ ଟିକିନିଖି ଆଲୋଚାନା କରିଛି । ସେହିପରି ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂହଦେଓ ଆଲୋଚନା କରି କହିଥିଲେ ଯେ, ନିର୍ବାଚନୀ ହିଂସା ସମ୍ପର୍କରେ ଉଭୟ ବିରୋଧୀ ଓ ଶାସକ ଦଳ ମାନେ ଅଭିଯୋଗ କରିଛନ୍ତି । ଏହା ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ନିର୍ବାଚନ ସମୟରେ ରାଜନୈତିକ ହିଂସାକାଣ୍ଡ ସବୁ ଆଡେ ବ୍ୟାପିଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି ହୋଇଛି । କାର୍ଯ୍ୟ ପରାମର୍ଶଦାତା କମିଟିରେ ଏ ସମ୍ପର୍କରେ ଆଲୋଚାନ ପାଇଁ ସମୟ ଓ ଦିନ ଧାର୍ଯ୍ୟ କରାଯାଉ ବୋଲି ସେ ଦାବି କରିଥିଲେ । ଅନ୍ୟପକ୍ଷରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ ବିରୋଧୀ ଦଳର ମୋସନ ଓ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିଛନ୍ତି । ତା ଉପରେ ସେ କିଛି କହିପାରିବେ ନାହିଁ । ୨୫ ତାରିଖରେ କାଉଣ୍ଟିଂ ପରେ ସଠିକ ତଥ୍ୟ ମିଳିବ । କିଏ ତେକେ ଭୋଟ୍ ପାଇଛି ତାହା ସ୍ପଷ୍ଟ ହେବ । ପ୍ରଶ୍ନକାଳକୁ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଯେଉଁ ବାଦି ହେଉଛି ତାହା କରାନ ଯାଉ ବୋଲି ଅମର ଶତପଥୀ କହିଛନ୍ତି ।

Loading...
ONA

Leave a Reply

Top