ନିତୀଶ ବିଶ୍ୱାସଘାତକ, ରାଜ୍ୟପାଳଙ୍କ ବିରୋଧରେ ସୁପ୍ରିମକୋର୍ଟ ଯିବେ ଲାଲୁ

1

ନୂଆଦିଲ୍ଲୀ: ଜେଡିୟୁ ନେତା ନିତୀଶ କୁମାର ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଉତ୍ତେଜିତ ହୋଇପଡିଛନ୍ତି । ଲାଲୁ କହିଛନ୍ତି, ମହାତ୍ମା ଗାନ୍ଧି ଦେଶକୁ ଏକଜୁଟ୍ କରିଥିଲେ କିନ୍ତୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଲୋକ ତାଙ୍କର ହତ୍ୟା କରିଦେଇଛନ୍ତି । ନିତୀଶଙ୍କ ଏଭଳି ନିଷ୍ପତ୍ତିକୁ ପ୍ରତିଟି ଗାଁର ଲୋକେ ନାପସନ୍ଦ କରୁଛନ୍ତି । ଦୁଃଖର କଥା ଏହିକି ଯେ ଆମ ମଧ୍ୟରେ ଗାନ୍ଧି ନାହାନ୍ତି । ଲାଲୁ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛି ପ୍ରଧାନମନ୍ତ୍ରୀ । ଏନଡିଏ ସହ ହାତ ମିଳାଇ ନିତୀଶ ଆରଜେଡି ସହ ବିଶ୍ୱାସଘାତକତା କରିଛି । ଏହାର କଡା ଯାବଦ ଦେବେ ଜନତା ।
       ସେପଟେ ନିତୀଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାରେ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କ ବଳିଷ୍ଠ ଭୂମିକା ରହିଛି । କାରଣ ତାଙ୍କର ଭୁଲ ନିଷ୍ପତ୍ତି ଯୋଗୁଁ ନିତୀଶ କୁମାର ସରକାର ଗଢ଼ିଛନ୍ତି । ସେ ନିତୀଶ କୁମାରଙ୍କୁ ସରକାର ଗଢ଼ିବା ପାଇଁ ସୁଯୋଗ ଦେଇଛନ୍ତି । ଏଥିପାଇଁ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋଟ୍ ଯିବେ ବୋଲି ସୂଚନା ଦେଇଛନ୍ତି ଲାଲୁ । ସେ ଅଭିଯୋଗ ଆଣିଛନ୍ତି, ଆରଜେଡିକୁ ନେଇ ଉଭୟ ବିଜେପି ଓ ଜେଡିୟୁ ମଧ୍ୟରେ ଷଡଯନ୍ତ୍ର ଚାଲିଛି ।

LEAVE A REPLY

Please enter your comment!
Please enter your name here