ନିଟ୍ ପରୀକ୍ଷା ପାଇଁ ନୂଆ କଟକଣା

ନୂଆଦିଲ୍ଲୀ: ଦେଶ ସାରା ମେଡିକାଲ କଲେଜରେ ଏମବିବିଏସ୍ ଓ ଡେଣ୍ଟାଲ  ପାଠ୍ୟକ୍ରମରେ ଆଡମିଶନ ନେବା ପାଇଁ ସିବିଏସଇର ପ୍ରବେଶିକା ପରୀକ୍ଷା  ନିଟ୍ ରବିବାର ହେବ  । ବୋର୍ଡ ଏଥିପାଇଁ ଡ୍ରେସ୍ କୋଡ ସହ ଅନ୍ୟ କିଛି ନୂତନ କଟକଣାମାନ ଜାରି କରିଛି  । ଶାଢ଼ି ପିନ୍ଧିକି କୌଣସି ଛାତ୍ରୀ ପରୀକ୍ଷା  ଦେଇ ପାରିବେନି ବୋଲି ଏଥର ନିୟମ କରାଯାଇଛି । ଏହା ସହ କୌଣିସ ଛାତ୍ରୀ ମେହେଦି ଲଗାଇଥିଲେ ପରୀକ୍ଷା ଦେବାରୁ ବଞ୍ଚିତ ହେବେ  । ଛାତ୍ରଛାତ୍ରୀମାନେ ଚପଲ, ସାଣ୍ଡେଲ, ହାଫ୍ ଟି ସାର୍ଟ ଅଥବା ଫୁଲ, ଟ୍ରାଉଜର, ପ୍ଲାଜୋ, ସାଲୱାର, କୁର୍ତ୍ତି, ଟପ୍ ପିନ୍ଧି ପରୀକ୍ଷା ଦେବାକୁ ଯାଇପାରିବେ  । ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ସିବିଏସଇ ବିଶେଷ ଏକ ପେନ୍ ତିଆରି କରିଛି । ପରୀକ୍ଷା ସେଣ୍ଟର ମଧ୍ୟରେ ପ୍ରବେଶ କରି ଆଡମିଟ୍ କାର୍ଡ ଦେଖାଇବା ପରେ  ଛାତ୍ରଛାତ୍ରୀଙ୍କୁ ପେନ୍ ଦିଆଯିବ ।  ଛାତ୍ରଛାତ୍ରୀ ବାହାରୁ ପେନସିଲ ମଧ୍ୟ ନେଇପାରିବେ ନାହିଁ । ବିବାହିତ ମହିଳାମାନେ ମଙ୍ଗଳସୂତ୍ର ପିନ୍ଧି ପାରିବେ  ।  କୌଣସି ପ୍ରକାର କ୍ରେଡିଟ୍ , ଡେବିଟ କାର୍ଡ, ତାବିଜ, ବ୍ରେସଲେଟ୍ ନିକ ପାଖରେ ରଖି ପାରିବେ ନାହିଁ  । ଲକେଟ୍, ଯୋତା , ଖରାପାଇଁ ବ୍ୟବହୃତ ଚଷମା, ହେୟାର କ୍ଲିପ୍, ଚୁଡି ଆଦି ବସ୍ତୁର ମଧ୍ୟ ପରୀକ୍ଷା ହଲରେ ପ୍ରବେଶ ନାହିଁ  । ଏହି ସବୁ ନିୟମର ପାଳନ ନହୋଇଥିଲେ ପରୀକ୍ଷା ଦେବାକୁ ଅନୁମତି  ମିଳିବ ନାହିଁ  । ସିବିଏସଇ କପି ରୋକିବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି  । ଚଳିତ ବର୍ଷର ନିଟ୍ ପରୀକ୍ଷା ଇଂରାଜୀ ଭାଷା ଛଡା ହିନ୍ଦୀ, ଆସାମି, ବଙ୍ଗଳା, ଗୁଜରାଟୀ, ମରାଠୀ, କନ୍ନଡ, ଓଡ଼ିଆ, ତାମିଲ ଓ ତେଲୁଗୁରେ ହେବ ବୋଲି ସ୍ପଷ୍ଟ କରାଯାଇଛି  ।

LEAVE A REPLY

Please enter your comment!
Please enter your name here