ନିଜ ସ୍ବାର୍ଥ ଲାଗି ରାଜ୍ୟ ସ୍ବାର୍ଥ ରୋକିବାକୁ ଜୟଙ୍କ ଷଡଯନ୍ତ୍ର, ମେକେଇନ ଓଡିଶା ରେ ସିଆଇଆଇ ଯୋଗ ନଦେବା ପଛରେ ଜଗି ହୋଇଛନ୍ତି ଅସ୍ତ୍ର !

ଭୁବନେଶ୍ବର : ରାଜ୍ୟ ସ୍ବାର୍ଥରେ ନୁହେଁ ବଂର ବ୍ୟକ୍ତିଗତ ସ୍ବାର୍ଥରେ କାମ କରୁଛନ୍ତି ବୈଜୟନ୍ତ ପଣ୍ଡା । ରାଜ୍ୟ ବିକାଶର ବାହାନା କରୁଛନ୍ତି ହେଲେ ନିଜ ବ୍ୟକ୍ତିଗତ ସ୍ବାର୍ଥ ହାସଲ କରିବାକୁ ରାଜ୍ୟ ସ୍ବାର୍ଥରେ ବାଧକ ସାଜୁଛନ୍ତି । ରାଜ୍ୟରେ ଶିଳ୍ପ ବିକାଶ ଓ ନିଯୁକ୍ତି ଲାଗି ପ୍ରତିବନ୍ଧକ ଲାଗି ଷଡଯନ୍ତ୍ର କରୁଛନ୍ତି । ବିଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ । କେବଳ ଜୟ ନୁହଁନ୍ତି ତାଙ୍କ ଶିଳ୍ପ ପତି ପତ୍ନୀ ଜଗି ମଙ୍ଗତ ପଣ୍ଡାଙ୍କ ମାଧ୍ୟମରେ ଷଡଯନ୍ତ୍ର କରୁଛନ୍ତି ବୋଲି ସଙ୍ଗୀନ ଆରୋପ ଆଣିଛି ବିଜେଡି । ମେକ ଇନ ଓଡିଶା କନକ୍ଲେଭରେ ସିଆଇଆଇ ସହଯୋଗୀ ଭାବେ ଯୋଗ ନଦେବାକୁ ନେଇ ଏମିତି ଷଡଯନ୍ତ୍ରର ଗନ୍ଧ ବାରିଛି ବିଜେଡି । ସିଧା ସଳଖ ଅଭିଯୋଗ ମେକଇନ ଓଡିଶା କନକ୍ଲେଭରେ ସିଆଇଆଇ ଯୋଗ ନଦେବା ପଛରେ ନିଜ ପତ୍ନୀଙ୍କ ଦ୍ବାର ଷଡଯନ୍ତ୍ର କରିଛନ୍ତି ।
ପୂବର୍ରୁ ସିଆଇଆଇ ୩ ଥର ମେକ ଅନ ଓଡିଶାର ସହଯୋଗୀ ଥିଲା । ଏଥର ବି ପାର୍ଟନର ଭାବେ ସିଆଇଆଇ ସରକାରଙ୍କ ସହ ଆଲୋଚନା କରି ଜାନୁଆରୀରେ ବଜେଟ ଦେବା ସହ ଫେବ୍ରୁଆରୀରେ କୋ-ଅଡିନେଟର ନିଯୁକ୍ତି କରିଥିଲା । ହେଲେ ଏବେ୪ ତାରିଖରେ ସିଆଇଆଇ ପାର୍ଟର ହେବାକୁ ମନା କରୁଛି । ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡା ପୂର୍ବାଞ୍ଚଳ ସିଆଇଆଇର ଅଧ୍ୟକ୍ଷ ହେବା ପରେ ଜାଣିଶୁଣି ଏମିତି ଷଡଯନ୍ତ୍ର କରିଛନ୍ତି । ବୈଜୟନ୍ତଙ୍କୁ ବିଜେଡି ନିଲମ୍ବିତ କରିଥିବାରୁ ସେ ଜାଣଇ ଶୁଣି ରାଗ ସୁଝାଉଛନ୍ତି ବୋଲି ଅଭିଯୋଗ ହୋଇଛି । ବିଜେଡିକୁ ହଟାଇ ବିଜେପିକୁ ଆଗକୁ ବଢିବା ଲାଗି କାମ କରୁଥିବା ସାଂସଦ ବୈଜୟନ୍ତ ପଣ୍ଡା ରାଜ୍ୟ ସ୍ବାର୍ଥରେ ବାଧକ ସାଜୁଛନ୍ତି ବୋଲି ବିଜେଡି ସାମ୍ବାଦିକ ସମ୍ମଳନୀରେ ଆରୋପ ଆଣିଛି ।
ପତିଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେବାରୁ ସରକାରଙ୍କ ଉପରେ ରାଗ ସୁଝାଇଲେ ପତ୍ନୀ । ଏହା କୈଣସି ସାଧାରଣ ଲୋକଙ୍କ କଥା ନୁହେଁ ରଜ୍ୟ ରାଜନୀତିରେ ଘଟିଛି ଏଭଳି ଏକ ଘଟଣା ଯାହାକୁ ନେଇ କେବଳ ରାଜନୈତିକ ମହଲ ନୁହେଁ କର୍ପୋରେଟ ଜଗତରେ ବି ଚର୍ଚ୍ଚା ଚାଲିଛି । କେବଳ ଓଡିଶା ନୁହେଁ ସାରା ଦେଶରେ ଏହା ଏକପ୍ରକାର ଆଲୋଚନାର ବିଷୟ ପାଲଟିଛି । ଏମିତି ଘଟଣା ପାଇଁ ଏବେ ଚର୍ଚ୍ଚା ଭିତରକୁ ଆସିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ବୋଲି ସବୁଠି ଚର୍ଚ୍ଚା । ବିଜେଡିରୁ ନିଲମ୍ବିତ ହୋଇ ଏବେ ରାଜ୍ୟ ରାଜନୀତିରେ ଏକ ଘରିକିଆ ହୋଇଯାଇଛନ୍ତି ସାଂସଦ ବୈୟଜନ୍ତ ପଣ୍ଡା । ଏତିକିବେଳକୁ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ସିଆଇଆଇର ପୂର୍ବାଞ୍ଚଳ ଅଧ୍ୟକ୍ଷା ହୋଇଛନ୍ତି । ଆଉ ଏବେ ରାଜ୍ୟ ସରକାରଙ୍କ ମେକ ଇନ ଓଡିଶା ଦ୍ୱିତୀୟ ସଂସ୍କରଣର ପାଇଁ ଭାରତୀୟ ଶିଳ୍ପ ମହାସଂଘ ସହଯୋଗୀ ହୋଇଥିଲା । ହେଲେ ଏହି ସଂସ୍କରଣରେ ଭାରତୀୟ ଶିଳ୍ପ ସଂଘ ସିଆଇଆଇ ପୂର୍ବାଞ୍ଚଳ ସହେଯାଗୀ ହେବ ନାହିଁ ବୋଲି ମନା କରିଦେିଛି । ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ । କୁହାଯାୁଛି ନିଜ ପତି ବୈଜୟନ୍ତଙ୍କ ଉପରେ ଶାସକ ଦଳ ବିଜେଡି କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ପୂର୍ବାଞ୍ଚଳର ଅଧ୍ୟକ୍ଷା ଭାବେ ଜାଗି ମଙ୍ଗତ ପଣ୍ଡା ଏଥିରେ ସିଆଇଆଇ ସହଯୋଗୀ ହେବ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ଖୋଦ ବିଜେଡି ଆଣିଛି ଏପରି ଅଭିଯୋଗ ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ “ମେକ୍ ଇନ୍ ଓଡ଼ିଶା” କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହେବ। ତେବେ ଏହା ପୂର୍ବରୁ ଦେଖାଦେଇଛି ବିବାଦ। ମେକ୍ ଇନ୍ ଓଡ଼ିଶା-୨୦୧୬” ଆୟୋଜନରେ ସହଯୋଗୀ ଭାବରେ ଯୋଗଦେଇଥିବା ଭାରତୀୟ ଶିଳ୍ପ ମହାସଂଘ (କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ ବା ସିଆଇଆଇ) ନିକଟରେ ବିଭିନ୍ନ କାରଣରୁ ଦ୍ୱିତୀୟ ସଂସ୍କରଣରେ ସହଯୋଗୀ ହୋଇପାରିବ ନାହିଁ ବୋଲି ପ୍ରକାଶ କରିଛି । କିନ୍ତୁ ପ୍ରସ୍ତାବିତ କନକ୍ଲେଭ୍ ନିର୍ଦ୍ଦିଷ୍ଟ ତାରିଖରେ ଆୟୋଜନ କରାଯିବ ବୋଲି ଶିଳ୍ପ ବିଭାଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଥିଲେ ମଧ୍ୟ ସିଆଇଆଇ କନକ୍ଲେଭରେ ଯୋଗ ନଦେବା ନେଇ ପୂର୍ବାଞ୍ଚଳ ଅଧ୍ୟକ୍ଷା ଜଗି ମଙ୍ଗତ ପଣ୍ଡାଙ୍କୁ ଦାୟୀ କରିଛି ବିଜେଡି । ବିଜେଡ଼ିର ଏଭଳି ଅଭିଯୋଗ ପରେ ପ୍ରତିକ୍ରିୟା ରଖି ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଖୋଦ ଜଗି ।

LEAVE A REPLY

Please enter your comment!
Please enter your name here