ନରମୁଛନ୍ତି ସୁପ୍ରିମୋ

3

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖେଇ ଆସୁଛି,ବିଜେଡି ସୁପ୍ରିମୋ ନିଜ ରଣନିତୀ ସେତିକି ବଦଳଉଛନ୍ତି । କଡା ଆଭିମୁଖ୍ୟ ପୋଷଣ କରି ୪ଟି ନିର୍ବାଚନ ପାର ହୋଇଥିବା ନବୀନ ଏଥର ଭିନ୍ନ ରଣନୀତି ଆପଣାଇବାକୁ ଯାଉଛନ୍ତି । ନିଜ ନେତାଙ୍କ ଉପରେ କଡା ନୁହେଁ, ନରମ ଆଭିମୁଖ୍ୟ ରଖି ସମସ୍ତଙ୍କୁ ସାଙ୍ଗରେ ନେଇ ଏଥର ନିର୍ବାଚନ ଲଢିବାକୁ ନବୀନ ଯିବେ ବୋଲି ଚର୍ଚ୍ଚା । ଏବେ ଦଳରେ ସବୁ ବରିଷ୍ଠ ନେତାକୁ ଏକଜୁଟ କରିବାର ପର୍ବ ମଧ୍ୟ ଆରମ୍ଭ ହୋଇସାରିଛି । ଦଳରେ ଅଲୋଡା ହୋଇ ରହିଥିବା ଭେଟରାନଙ୍କୁ ନିର୍ବାଚନ ପୂର୍ବରୁ ପାୱାରଫୁଲ କରିବା ପାଇଁ ନିଜର କଡା ଆଭିମୁଖ୍ୟ ଛାଡି ନରମିଛନ୍ତି ବିଜେଡି ସୁପ୍ରିମୋ । ନବୀନଙ୍କ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ତାଙ୍କ ନରମ ମନଭାବକୁ ପଦାରେ ପକାଇଛି । ତାଙ୍କ ଲାଗି ଦଳର କୈଣସି ନେତା ଯେ,ଆଉ ଅଲୋଡା ନୁହଁନ୍ତି ସେଇ ବାର୍ତ୍ତା ଦେିଛନ୍ତି ନବୀନ । ତେଣୁ ଗଲା ୪/୫ ବର୍ଷ ତଳେ ଦରଳ ସୁପ୍ରିମୋ ଯେଉଁ ଆକ୍ସନ ମୁଡରେଥିଲେ ଏବେ ସେଥିରେ କୋହଲ ମନୋଭାବ ପୋଷଣ କରିଛନ୍ତି । ଗଲା ୩ ବର୍ଷ ତଳେ ଅର୍ଥତତ୍ୱ ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ବେଲ୍ରେ ମୁକୁଳିଥିବା ବାଙ୍କୀ ବିଧାୟକଙ୍କ ଉପରୁ ନିଲମ୍ବନ ଉଠାଇ ବିଜେଡି ସୁପ୍ରିମୋ ନବୀନ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ବିଜେଡି ନେତାଏ ଯେତେବି ଭୁଲ କରନ୍ତୁ ନା କାହିଁକି ଦଳ ତାଙ୍କ ସହ ରହିଛି ବୋଲି ବାର୍ତ୍ତା ଦେବାକୁ ଚାହିଁଛନ୍ତି ନବୀନ । ନିକଟରେ ସିସୋର ଚିଟଫଣ୍ଡ ଠକେଇ ମାମଲାରେ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିଲା । ସେତେବେଳେ ନବୀନ ମମତାଙ୍କ ବାଟ ଆପଣେଇ ପ୍ରଭାତ ଗିରଫ ହେବା ସତ୍ୱେ ତାଙ୍କୁ ଦଳରୁ ନିଲମ୍ବିତ ନକରି ସମର୍ଥନ ଦେଲେ । ଆଉ ସେହିଭଳି ଚିଟ ଫଣ୍ଡ ମାମଲାରେ ଫସିଥିବା ପ୍ରଭାତ ତ୍ରୀପାଠୀଙ୍କୁ ବେଲ ମିଳିବା ପରେ ନବୀନ ମଧ୍ୟ ତାଙ୍କ ପ୍ରତି ନରମ ମନୋଭାବ ଦେଖାଇ ଆସୁଥିଲେ । ବିଭିନ୍ନ ସଭା ସମିତିରେ ତାଙ୍କ ସହ ଷ୍ଟେଜ ସେୟାର କରୁଥିଲେ । ଏମିତିକି ପ୍ରଭାତଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ରାଜ୍ୟ ଛାତ୍ର ବିଜେଡି ଉପସଭାପତି ଦାୟିତ୍ୱ ଦେଇ ନବୀନ ତାଙ୍କ ପ୍ରତି ନରମ ମନୋଭାବ ଦେଖାଇଥିବା ପ୍ରମାଣ ଦେଇଛନ୍ତି । କାହିଁକିନା ପ୍ରଭାତ ହେଉଛନ୍ତି ଦଳର ଜଣେ ଟାଣୁଆ ନେତା । ଦଳର ମୁଖ୍ୟ ଛାଟିଆ ଥିବାବେଳେ ସେ ୨୦୧୪ ନିର୍ବାଚନ ଷ୍ଟାଟେଜୀ କରିଥିଲେ । ହେଲେ ବେଲରେ ଆସିବା ପରେ ନିଜ ପାଖକୁ ଆଣିବାକୁ ବାଟ ଖୋଜୁଥିଲେ । ହେଲେ ମାମଲା ସୁପ୍ରିମ କୋର୍ଟରେ ଥିବାରୁ କିଛି ନିଷ୍ପତ୍ତି ନେଇ ନଥିଲେ । ହେଲେ ପ୍ରଭାତଙ୍କୁ ନେଇ ସିବିଆଇ ସୁପ୍ରିମୋ କୋର୍ଟରେ କରିଥିବା ମାମଲା ଖାରଜ ହେବା ପରେ ନବୀନ ସଙ୍ଗେ ସଙ୍ଗେ ପ୍ରଭାତଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରି ଦଳକୁ ଫେରାଇ ଆଣିଛନ୍ତି ।
ସେହିଭଳି ବାଲେଶ୍ୱର ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଉପରେ ନବୀନ ନରମ ମନୋଭାବ ଦେଖାଇ ସାରିଛନ୍ତି । ତାଙ୍କୁ ମଧ୍ୟ ବାଲେଶ୍ୱର ଜିଲ୍ଲା ରାଜନିତୀରେ ସକ୍ରିୟ କରାଗଲାଣି । କେବଳ ପ୍ରଭାତ ତ୍ରିପାଠୀ କି ରଘୁନାଥ ମହାନ୍ତି ନୁହଁନ୍ତି ଦଳର ଆହୁରି ଅନେକ ନେତା ଅଛନ୍ତି ଯେଉଁମାନେ ଦଳରେ ଭିଭିନ୍ନ କାରଣରୁ ନିଷ୍କ୍ରିୟ ଅଛନ୍ତି ସେମାନଙ୍କୁ ପୁଣି ଦଳକୁ ଡାକି ସକ୍ରିୟ କରିବା ଯୋଜନାରେ ନବୀନ ରହିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here