ନଭେମ୍ବରରୁ ଖରିଫ ଧାନ ସଂଗ୍ରହ

For the main Tribune A worker trying to dry up paddy brought in Ludhiana Dana Mandi Story by TRIBUNE REPORTERS photo by Inderjeet Verma
https://www.facebook.com/nnsodia/videos/267154983995629/?t=5
ଭୁବନେଶ୍ୱର: ନଭେମ୍ବର ମାସରୁ ଆରମ୍ଭ ହେବ ଧାନ ସଂଗ୍ରହ ପ୍ରକ୍ରିୟା । ପ୍ରଥମ ପର୍ୟ୍ୟାୟରେ ବରଗଡ଼ ଓ କଳାହାଣ୍ଡିରେ ଖରିଫ୍‌ ଧାନ ସଂଗ୍ରହ ଆରମ୍ଭ ହେବ । ଏହା ପରେ ଦ୍ୱିତୀୟ ପର୍ୟ୍ୟାୟ ଆସନ୍ତା ନଭେମ୍ବର ୧୫ ତାରିଖରୁ ଆରମ୍ଭ ହେବ । ସଚ୍ଚିବାଳୟରେ ବସିଥିବା ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଧାନ ସଂଗ୍ରହ ପାଇଁ ବୈଠକ ବସିଥିଲା । ବୈଠକରେ ସଚିବ ସୂଚନା ଦେଇ କହିଛନ୍ତି ଯେ ଚଳିତ ବର୍ଷ ୫୩ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ୪୪ ଲକ୍ଷ କ୍ୱିଣ୍ଟାଲ୍‌ ଖରିଫ୍‌ ଓ ୯ ଲକ୍ଷ କ୍ୱିଣ୍ଟାଲ ରବି ଧାନ ସଂଗ୍ରହ କରାଯିବ । ସେହିପରି ୩୬ ଲକ୍ଷ କ୍ୱିଣ୍ଟାଲ୍‌ ଚାଉଳ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି । ଏଥିପାଇଁ ରାଜ୍ୟର ମୋଟ ୧୦ ଲକ୍ଷ ଚାଷୀ ପଞ୍ଜିକରଣ କରିଛନ୍ତି । ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କୋ-ଅପରେଟିଭ ବ୍ୟାଙ୍କ ଜରିଆରେ ସିଧାସଳଖ ଟଙ୍କା ଜମା ହେବ ବୋଲି ସଚିବ ସୂଚନା ଦେଇଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here