You are here
Home > Breaking News > ନବୀନ ହିଞ୍ଜିଳି ଛାଡ଼ି ଭୁବନେଶ୍ୱରରୁ ଲଢନ୍ତୁ: ସୁର ରାଉତରାୟ

ନବୀନ ହିଞ୍ଜିଳି ଛାଡ଼ି ଭୁବନେଶ୍ୱରରୁ ଲଢନ୍ତୁ: ସୁର ରାଉତରାୟ

ଭୁବନେଶ୍ୱର: କଂଗ୍ରେସ ଦଳ ରାଜ୍ୟ ରାଜନୀତିରେ ଗୁରୁତ୍ୱ ହରାଉଥିବା ବେଳେ ଦଳର ଛାମୁଆ ନେତାମାନେ କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ବୟାନବାଜି ଚାଲୁରଖିଛନ୍ତି । ବୟାନ ଦେଇ ବେଶ୍ ଚର୍ଚ୍ଚାରେ ରହୁଥିବା ବିଧାୟକ ତାରା ବାହିନୀପତି ଆଜି ନିଜ ଦଳର ମୁଖିଆଙ୍କୁ କଟାକ୍ଷ କରିଥିବା ବେଳେ ଅନ୍ୟତମ ବରିଷ୍ଠ ନେତା ସୁର ରାଉତରାୟ ଖୋଦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।
ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଶ୍ୱଶୁର ନବୀନଙ୍କୁ ଭୁବନେଶ୍ୱରରେ ନିର୍ବାଚନ ଲଢିବାକୁ ଏକ ଖୋଲାଖୋଲି ଆହ୍ୱାନ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଛାଡ଼ି ନବୀନ ବାବୁ ରାଜଧାନୀରୁ ନିର୍ବାଚନ ଲଢନ୍ତୁ, ଏବଂ ଜିତିକି ଦେଖାନ୍ତୁ ବୋଲି କହିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା ।
ତେବେ ଓଡ଼ିଶା ରାଜନୀତିରେ ରାଜନୈତିକ ଉଷ୍ମତା ଏବେ ଆରମ୍ଭ ହୋଇଯାଇଥିବା ବେଳେ ରାଜନୈତିକ ବୟାନବାଜି ମଧ୍ୟ ସବୁ ଦଳରୁ ଆରମ୍ଭ ହୋଇଯାଇଛି । ଆଗକୁ ୨୦୧୯ ବିଧାନସଭା ନିର୍ବାଚନ । ଦେଖାଯାଉ ବୟାନବାଜିରେ ସବୁ ଦଳର କର୍ମୀ ତଥା ସାଧାରଣ ଭୋଟର କିପରି ପ୍ରଭାବିତ ହେଉଛନ୍ତି ତାହା ଦେଖିବାକୁ କେବଳ ବାକି ରହିଲା ।

Loading...
ONA

Leave a Reply

Top