You are here
Home > ଲାଟେଷ୍ଟ > ନବୀନ ଓଡ଼ିଆ ନଜାଣିବା ଏକ ଲଜ୍ଜା: ବୈଷ୍ଣବ ପରିଡା

ନବୀନ ଓଡ଼ିଆ ନଜାଣିବା ଏକ ଲଜ୍ଜା: ବୈଷ୍ଣବ ପରିଡା

ଭୁବନେଶ୍ୱର: ଓଡ଼ିଶା ଭାଷାକୁ ନେଇ ଧୀରେ ଧୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପୂର୍ବରୁ କେବଳ ବିରୋଧୀ ଦଳର ନେତା ତାଙ୍କ ଓଡିଆ ଭାଷାକୁ ନେଇ ସମାଲୋଚନା କରୁଥିଲେ । ଏବେ ଦଳ ଭିତରେ ହିଁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି । ମଙ୍ଗଳବାର ବିଜେଡିର ପୂର୍ବତନ  ସାଂସଦ ବୈଷ୍ଣବ ପରିଡା ତାଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । ସମ୍ବଲପୁରରେ ଅନୁଷ୍ଠିତ ଭାଷା ସୁରକ୍ଷା ସମ୍ମିଳନୀରେ ପୂର୍ବତନ ସାଂସଦ ବୈଷ୍ଣବ ପରିଡା ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ସମାଲୋଚନା କରି କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ଓଡ଼ିଆ ଜାଣି ନାହାନ୍ତି, ତାହା ଓଡ଼ିଆ ଜାତି ପାଇଁ ଲଜ୍ଜା ଓ ଅପମାନର କଥା । ମୁଁ ମଧ୍ୟ ବଡ ଦୁଃଖର ସହ ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଇଂରାଜୀରେ କଥା ହୋଇଥାଏ ବୋଲି ବୈଷ୍ଣବ ପରିଡା କହିଛନ୍ତି  । ଆଗାମୀ ଦିନରେ ଯଦି ଭାଷା ନାହିଁ, ତେବେ ଭୋଟ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ।
  ନବୀନ ଯଦି ସାଧାରଣ ବ୍ୟକ୍ତି ହୋଇଥାନ୍ତେ, ତାହେଲେ ସେ ଓଡ଼ିଆ ଭାଷା ନଜାଣିବାରେ କିଛି ଅସୁବିଧା ନାହିଁ । କିନ୍ତୁ ଯେହେତୁ ସେ ଲୋକଙ୍କ ପ୍ରତିନିଧି, ତେଣୁ ଓଡ଼ିଆ ଜାତିର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ ଦେବା ତାଙ୍କର ପ୍ରଥମ ଦାୟିତ୍ୱ । ଯଦି ମୁଖ୍ୟମନ୍ତ୍ରୀ ମାତୃଭାଷାକୁ ସମ୍ମାନ ନ ଦେଇ ରହିବାକୁ ଚାହୁଁଥାନ୍ତି, ତାହା ଓଡ଼ିଆ ଜାତି ପ୍ରତି ଘୋର ଅପମାନ  । ଏଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କୁ ପରୋକ୍ଷରେ  ଗାଦି ଛାଡିବାକୁ କହିଛନ୍ତି ଏହି ପୂର୍ବତନ ସାଂସଦ ।

Loading...
ONA

Leave a Reply

Top