ନବୀନଙ୍କ ଟିମର ନବକଳେବର : ଶପଥ ନେଲେ ୧୨ ମନ୍ତ୍ରୀ , ୮ କ୍ୟାବିନେଟ୍ ପାହ୍ୟା ଓ ୪ ରାଷ୍ଟ୍ରମନ୍ତ୍ରୀ ,୫ ନୂଆ ମୁହଁ

ଭୁବନେଶ୍ବର : ନବୀନ ସରକାରଙ୍କ ଚତୁର୍ଥ ଟର୍ମର ମନ୍ତ୍ରୀ ମଣ୍ଡଳରେ ନବକଳେରବର ହୋଇଛି । ରାଜଭବନର ଅଭିଶେକ ହଲରେ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଏସସି ଜମୀର । ସକାଳ ୯ଟା ୧୦ରେ ଆରମ୍ଭ ହୋଇଥିଲା ଶପଥ ଗ୍ରହଣ ଉତ୍ସବ । ନବୀନ ନିଜର ନୂଆ ଟିମରେ ମୋଟ ୧୦ ନୂଆ ମନ୍ତ୍ରୀଙ୍କୁ ନିଜ ଟିମରେ ନେଇଥିବାବେଳେ ୨ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦନ୍ନୋ ଦେଇ କ୍ୟାବିନେଟରେ ସାମିଲ କରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୮ କ୍ୟାବିନେଟ ୪ ରାଷ୍ଟ୍ରମନ୍ତ୍ରୀ । ଦଳର ସାଂଗଠିନକ ଚିତ୍ରକୁ ସଜାଇବା ପରେ ଏବେ ମନ୍ତିମଣ୍ଡଳର ଚେହେରାକୁ ନୂଆ ରୂପ ଦେଇଛନ୍ତି ନବୀନ ।ନବୀନଙ୍କ ନୂଆଟିମ୍ ରେ ମୋଟ୍ ୧୪ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଅଛନ୍ତି ୬ ଜଣ  ।

-ପ୍ରଫୁଲ୍ଳ ମଲ୍ଲିକ୍ ଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରୁ ତାଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ମିଳିଛି । କାମାକ୍ଷାନଗରରୁ ତୃତୀୟ ଥର ପ୍ରତିନିଧିତ୍ୱ କରୁଥିବା ପ୍ରଫୁଲ୍ଲଙ୍କୁ ଶକ୍ତି ବିଭାଗ ମିଳିଛି । ଏହାସହ ଖଣି ଏବଂ ଷ୍ଟିଲ ବିଭାଗ ମଧ୍ୟ ହାତରେ ରହିଛି ।

-ଡାବୁଗାଁ ଓ ଝରିଗାଁର ତିନି ଥରର ବିଧାୟକ ରମେଶ ମାଝି ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । ତାଙ୍କୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ଦାୟିତ୍ୱ ମିଳିଛି।

-ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ପୁଣିଥରେ କ୍ୟାବିନେଟ୍ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ୬ ଥରର ବିଧାୟକ ସୂର୍ଯ୍ୟ ପାତ୍ରଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ଦାୟିତ୍ୱ ମିଳିଛି ।

-ପୂର୍ବତନ ବାଚସ୍ପତି ନିରଞ୍ଜନ ପୂଜାରୀଙ୍କୁ ଶିଳ୍ପ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ମିଳିଛି । ନବୀନଙ୍କ ତୃତୀୟ ଟର୍ମରେ ନିରଂଜନ ମନ୍ତ୍ରୀ ଥିଲେ । ଚତୁର୍ଥ ଟର୍ମରେ ତାଙ୍କୁ ବାଚସ୍ପତି କରାଯାଇଥିଲା ।

-ପ୍ରତାପ ଜେନାଙ୍କୁ ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ କରାଯାଇଛି । ୨୦୦୯ ରୁ ୧୨ ପର୍ଯ୍ୟନ୍ତ ସେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଥିଲେ । ଲଗାତର ୪ ଥର ହେଲା ପ୍ରତାପ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି ।

-ପୁରୀ ବିଧାୟକ ମହେଶ୍ୱର ମହାନ୍ତି କ୍ୟାବିନେଟ୍ ମନ୍ତ୍ରୀଭାବେ ସେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ରାଜସ୍ୱ ବିଭାଗ ମିଳିଛି । ପୁରୀରୁ ଲଗାତର ୫ ଥର ଜିତି ଆସିଥିବା ମହେଶ୍ୱର ୨୦୧୧ ରୁ ୧୪ ପର୍ଯ୍ୟନ୍ତ ମନ୍ତ୍ରୀଥିଲେ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ମହେଶ୍ୱର ଥିଲେ ବାଚସ୍ପତି ।

-ପ୍ରଥମ ଥର ନବୀନଙ୍କ କ୍ୟାବିନେଟ୍ ରେ ସ୍ଥାନ ପାଇଥିବା ଜୟଦେବ ବିଧାୟକ ଶଶିଭୂଷଣ ବେହେରାଙ୍କୁ ମିଳିଛି ଅର୍ଥ ଓ ଅବକାରୀ ବିଭାଗ । ସେ ଆଗରୁ ରାଜ୍ୟସଭା ସାଂସଦ ଥିଲେ ।

-୫ଥରର ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱ ଦିଆଯାଇଛି ।  ୧୯୯୦ରେ ପ୍ରଥମ କରି ଜିତି ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ସେ ଶ୍ରମ ଓ ନିୟୋଜନ ମନ୍ତ୍ରୀ ହୋଇଥିଲେ । ନବୀନଙ୍କ ତୃତୀୟ ଟର୍ମରେ ସେ ପଞ୍ଚାୟତିରାଜ, ପର୍ଯ୍ୟଟନ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରହିଥିଲେ ।

– ନବୀନଙ୍କ ମନ୍ତ୍ରୀମଣ୍ଡଳରେ ପ୍ରଥମ କରି ସ୍ଥାନ ପାଇଛନ୍ତି ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ସାହୁ । ୪ ଥରର ବିଧାୟକ ନୃସିଂହଙ୍କୁ ବାଣିଜ୍ୟ ଓ ପରିବହନ ବିଭାର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି ।

-ସରକାରୀ ଦଳ ମୁଖ୍ୟ ସଚେତକ ଥିବା ଅନନ୍ତ ଦାସଙ୍କୁ  ପ୍ରଥମ ଥର ମିଳିଛି ମନ୍ତ୍ରୀପଦ । ରାଷ୍ଟ୍ରମନ୍ତ୍ରୀ ଭାବେ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ୨୦୦୪ରୁ ଲଗାତର ଭାବେ ସେ ଭୋଗରାଇ ଆସନରୁ ଜିତି ଆସୁଛନ୍ତି । ତାଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଦାୟିତ୍ୱ ଦିଆଯାଇଛି ।

-କଟକ ସଦରର ଯୁବ ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ନବୀନ । ପ୍ରଥମ ଥର ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ତାଙ୍କୁ କ୍ରିଡ଼ା, ଯୁବ ବ୍ୟାପାର ଓ ବୈଷୟିକ ଜ୍ଞାନ କୌଶଳ ବିଭାଗ ମିଳିଛି ।

– ନବୀନଙ୍କ ମନ୍ତ୍ରିମଣ୍ଡଳରେ ଆଉ ଜଣେ ନୂଆ ମୁହଁ ହେଲେ ସୁଶାନ୍ତ ସିଂହ । ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ୨୦୦୯ରୁ ସେ ଭଟଲି ବିଧାନସଭା ଆସନରୁ ଜିତି ଆସୁଛନ୍ତି । ତାଙ୍କୁ ଶ୍ରମ ଓ ଇଏସ୍ଆଇ ବିଭାଗ ମିଳିଛି।…

 

LEAVE A REPLY

Please enter your comment!
Please enter your name here