ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ,ସୌମ୍ୟ ପରେ କା ଧରିଲେ ଭାଇ ନିରଞ୍ଜନ

0
1

ଭୁବନେଶ୍ବର :  ରାଜଧାନୀରେ ନବନିର୍ମାଣ କୃଷକ ସଂଗଠନର ଗର୍ଜନ । ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ଆନ୍ଦୋଳନ । ଚାଷଚାଷୀଙ୍କୁ ସମ୍ମାନ, ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଓ ପେନସନ୍‌ ଦାବି ନେଇ ଆନ୍ଦୋଳନ ଚଳାଇଥିବା ନବନିର୍ମାଣ କୃଷକ ସଂଗଠକୁ  ସମର୍ଥନ କରିଛନ୍ତି ବରିଷ୍ଠ କଂଗ୍ରେସନେତା  ନିରଂଜନ ପଟ୍ଟନାୟକ।

କା ଧରିଲେ ବଡ଼ଭାଇ।   ସାନ ଶାସକ ଦଳରେ ମିଶିବା ପରେ ଚାଷୀଙ୍କ ବଡ଼ଭାଇ ହେବାକୁ ଆସିଲେ ବଡଭାଇ।  ପ୍ରାଇସ ପ୍ରେଷ୍ଟିଜ ପେନ୍‌ସନ ହକ ଲଢ଼େଇରେ ଏଣ୍ଟ୍ରି ମାରିଲେ ନିରଞ୍ଜନ ପଟ୍ଟନାୟକ। କୃଷକଙ୍କ ହକ ପାଇଁ  ନବ ନିର୍ମାଣ  କୃଷକ  ସଂଗଠନ ରାଜଧାନୀ​‌ରେ  ବିକ୍ଷୋଭ  ଜାରି ରଖିଛି।    ଚାଷୀ ବିକ୍ଷୋଭର  ନେତୃତ୍ବ   ନେଇଆସୁଥିବା ସୌମ୍ୟରଂଜନ   ପଟ୍ଟନାୟକ ଆଉ ଦେଖା ଦେଇନାହାନ୍ତି। କିନ୍ତୁ ଚାଷୀ ବିକ୍ଷୋଭକୁ ସମର୍ଥନ  ଜଣାଇଛନ୍ତି   ବରିଷ୍ଠ କଂଗ୍ରେସ  ନେତା  ନିରଂଜନ ପଟ୍ଟନାୟକ।  ​‌ସୌମ୍ୟରଂଜନଙ୍କୁ  ରାଜ୍ୟସଭା ଟିକେଟ  ମିଳିବା ପରେ    ନବ ନିର୍ମାଣ କୃଷକ ସଂଗଠନର    ମଙ୍ଗୁଆଳ  ସାଜିଛନ୍ତି ନିରଂଜନ। ସାଙ୍ଗରେ  ବହୁ  ବହ କଂଗ୍ରେସ ନେତା ବି ପହଂଚି ଚାଷୀଙ୍କ ହକ ପାଇଁ ଗର୍ଜନ କରିଛନ୍ତି।

୨ ୨୦୧୦ ମସିହାରୁ ଲଗାତର ଭାବେ ନବ ନିର୍ମାଣ  କୃଷକ  ସଂଗଠନ ଚାଷୀଙ୍କ ସମସ୍ୟା ପାଇଁ ଲଢ଼ି ଆସୁଛି।  ଯେଉଁଥିରେ ସାମିଲ ହୋଇ ସୌମ୍ୟ ରଞ୍ଜନ ପଟ୍ଟନାୟକ ନିଜ ରାଜନୈତିକ ଭବିଷ୍ୟତ ଦିଶା ସୃଷ୍ଟି କରିପାରିଛନ୍ତି।  ତଥାପି ସଂଗଠନର ସ୍ବର ବଦଳିନି କି ଦବିନି।  ଯଦି ରାଜ୍ୟ ସରକାର ଚାଷୀଙ୍କ ସମସ୍ୟାର ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ  ବୋଲି ଏହାର ନେତାମାନେ ​‌ଚେତାବନୀ  ଦେଇଛନ୍ତି।

ଅନିର୍ଦ୍ଦିଷ୍ଟକାଳ ପାଇଁ ଚାଲିବାକୁ ଥିବା ଏହି ଆନ୍ଦୋଳନରେ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାର ଚାଷୀ ଯୋଗ ଦେଉଛନ୍ତି ।  କୃଷକଙ୍କୁ ଢାଲ କରି ରାଜଧାନୀରେ ଚାଲୁଛି ଗୋଟି ଚାଳନା।

 

LEAVE A REPLY

Please enter your comment!
Please enter your name here