ନକଲି ସାର ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ପ୍ରଦୀପ ମହାରଥୀ

ଭୁବନେଶ୍ୱର: ରୋଗପୋକ ଲାଗି ଫସଲ ନଷ୍ଟ ପ୍ରସଙ୍ଗକୁ ନେଇ ସାର ନକଲି ପ୍ରମାଣିତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଗୁରୁବାର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ସୂଚନା ଦେଇଛନ୍ତି । ଫସଲରେ ବ୍ୟବହୃତ ହେଉଥିବା ସାର ନକଲି ପ୍ରମାଣିତ ହେଲେ ଉଭୟେ ବ୍ୟବସାୟୀ ଓ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ମହାରଥୀ ଚେତାବନୀ ଦେଇଛନ୍ତି । ସମ୍ପୃକ୍ତ ବ୍ୟବସାୟୀ ଗିରଫ କରିବା ପୂର୍ବରୁ ସେମାନଙ୍କୁ ରାସ୍ତାରେ ଚଲାଇ ଚଲାଇ ନିଆଯିବା ଉଚିତ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ଚକଡ଼ା ପୋକ ଭାରି ମାରାତ୍ମକ । ମୁଁ ଅଙ୍ଗେ ନିଭେଇଛି। କୀଟନାଶକ ନକଲି ହୋଇଥାଇପାରେ
ତଦନ୍ତ ହେଉଛି, ସତ ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟବସାୟୀ ଓ ଅଫିସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ପ୍ରକୃତ ଚାଷୀ ହିଁ କ୍ଷତିପୂରଣ ପାଇବେ। ଜମିରେ ଚାଷ କରୁଥିବା ଲୋକ ହିଁ ପ୍ରକୃତ ଚାଷୀ’ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here