ଧାରଣାରେ ଶ୍ରମିକ: ପାରାଦୀପ ବନ୍ଦରରେ ମାଲ ପରିବହନ ଠପ୍

5

ପାରାଦୀପ: ପାରାଦୀପ ବନ୍ଦରରେ ଶ୍ରମିକ ଧାରଣା ଦେଇଛନ୍ତି । ଶ୍ରମିକ ସମନ୍ୱୟ ସମିତି ପକ୍ଷରୁ ଏହି ଧାରଣା ଦିଆଯାଇଛି । ବିଭିନ୍ନ ଷ୍ଟିଭେଡର୍ସ କମ୍ପାନୀର ଶ୍ରମିକ ଓ କର୍ମଚାରୀ ଧାରଣାରେ ବସି ରହିଥିବା ବେଳେ ବୁଧବାର ସକାଳୁ ବନ୍ଦରରେ ମାଲ ପରିବହନ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିଲା ।
ଶ୍ରମିକମାନେ ବନ୍ଦରର ୩ ଗେଟ୍ ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । ସେମାନଙ୍କ କାମ କରିବା ସମୟକୁ କମାଇବାକୁ ଦାବି କରିଛନ୍ତି ଆନ୍ଦୋଳନରତ ଶ୍ରମିକମାନେ । ୧୨ ଘଣ୍ଟା ପରିବର୍ତ୍ତେ ଏହାକୁ ୮ ଘଣ୍ଟାକୁ କମାଇବା ଓ ମାସିକ ସର୍ବନିମ୍ନ ୧୮ ହଜାର ଟଙ୍କା ଦରମା ଦାବି କରିଥିବା ସମିତି ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଶ୍ରମ ଆଇନ୍ କଡାକଡି ଭାବେ ଲାଗୁ କରିବା, ମନଇଚ୍ଛା ଶ୍ରମିକ ଛଟେଇ ବନ୍ଦ, ବେଆଇନ ଭାବେ ଶ୍ରମିକ ବଦଳି ବନ୍ଦ ଓ ଅନ୍ୟାନ୍ୟ ଦାବିରେ ଶ୍ରମିକମାନେ ଆନ୍ଦୋଳନ କରିଛନ୍ତି । ଏହି ଦାବି ନେଇ ଗତ କିଛି ଦିନ ତଳେ ଶ୍ରମିକ ଓ କର୍ମଚାରୀମାନେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା ।ଏଦୃଷ୍ଟିରୁ ପୁଣିଥରେ ଶ୍ରମିକମାନେ ଏକତ୍ରିତହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

LEAVE A REPLY

Please enter your comment!
Please enter your name here