ଧାନର ଏଫ୍‌ଏକ୍ୟୁ ମାନ କୋହଳ: କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶୱାନଙ୍କୁ  ରାଜ୍ୟର ଚାଷୀଙ୍କ ସମସ୍ୟାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧ ର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । ଚିଠିରେ ଧାନ କିଣାରେ ଏଫଏକ୍ୟୁର ମାନ କୋହଳ କରିବାକୁ ଅନୁରୋଧ କରିବା ସହ ଓଡିଆ ଚାଷୀଙ୍କୁ ସର୍ବନିମ୍ନ ସହାୟତା ଯୋଗାଇବାକୁ ସେ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି । ଧର୍ମେନ୍ଦ୍ର ଲେଖିଛନ୍ତି ଯେ ଅଦିନିଆ ବର୍ଷାରେ ଫସଲ ହାନି ହୋଇ ଥିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ । ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଏଫ୍‌ସିଆଇର ଏକ ଟିମ୍‌ ବିଭିନ୍ନ ସ୍ଥାନକୁ ଗସ୍ତ କରି ରିପୋର୍ଟ ଦେଇଛନ୍ତି । ଟିମ୍‌ର ରିପୋର୍ଟ ଅନୁଯାୟୀ ଧାନର ଏଫ୍‌ଏକ୍ୟୁ ମାନ ହ୍ରାସ ପାଇଛି । ତେଣୁ ଧାନର ଏଫ୍‌ଏକ୍ୟୁ ମାନ କୋହଳ କରିବାକୁ ଧର୍ମେନ୍ଦ୍ର କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି । ଅନ୍ୟପକ୍ଷରା ଧର୍ମେନ୍ଦ୍ରଙ୍କ ଏହି ଚିଠିରେ ବିଜେଡ଼ି ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏ ନେଇ ଚିଠି ଲେଖିଛନ୍ତି । ତେଣୁ ଚିଠି ଲେଖିଲେ ହେବନି ଚାଷୀଙ୍କ ପାଇଁ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ତେବେ ଏ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦାୟୀ କରିଛନ୍ତି କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । ଶ୍ରୀ ବାହିନୀପତି କହିଛନ୍ତି ଯେ ବିଜେପି ଓ ବିଜେଡ଼ୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଓ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଚାଷୀ ପ୍ରତି ଦରଦ ନାହିଁ ବୋଲି ସେ କହିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here