You are here
Home > ଏଣ୍ଟରଟେନମେଣ୍ଟ > “ଦ ଗଲ ଇନ୍ ଦ ରୁମ ନମ୍ବର ୧୦୫” …

“ଦ ଗଲ ଇନ୍ ଦ ରୁମ ନମ୍ବର ୧୦୫” …

ଲୋକପ୍ରିୟ ଉପନ୍ୟାସ ଲେଖକ ଚେତନ ଭଗତ ଏଥରକ ଏକ ଭିନ୍ନ ଅନ୍ଦାଜରେ ନିଜ ପୁସ୍ତକ ସମ୍ପର୍କିତ ତଥ୍ୟ ଉନ୍ମୋଚନ କରିଛନ୍ତି । ଖୁବ୍ ଶୀଘ୍ର ତାଙ୍କ ଲିଖିତ ପୁସ୍ତକ “ଦ ଗଲ ଇନ୍ ଦ ରୁମ ନମ୍ବର ୧୦୫” ବଜାରରେ ପ୍ରବେଶ କରିବ । ତେବେ ଏହାର ପ୍ରଚାର ପ୍ରସାର ସେ ଏକ ଚଳଚ୍ଚିତ୍ର ଟ୍ରେଲର ପରି କରିଛନ୍ତି । ଉପନ୍ୟାସର କାହାଣୀକୁ ଚିତ୍ରାୟିତ କରିଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୋହିତ ସୁରୀ । ଚେତନଙ୍କ ଲିଖିତ ପୁସ୍ତକ ଫାଇଭ ପଏଣ୍ଟ ସମଓ୍ବାନର କାହାଣୀ ଚଳଚ୍ଚିତ୍ର ଥ୍ରୀ ଇଡିଅଟସ, ଥ୍ରୀ ମଗେ୍ଧକ ଅଫ ଲାଇଫର କାହାଣୀ ଚଳଚ୍ଚିତ୍ର କାଇ ପୋ ଚେ, ଟୁଷ୍ଟସ ଓ ହାଫ୍ ଗାର୍ଲଫ୍ରେଣ୍ଡ ଇତିମଧ୍ୟରେ ଦର୍ଶକ ଗ୍ରହଣରେ ପ୍ରଶଂସିତ ହୋଇସାରିଛି । ତେବେ ଏହି ନୂଆ ଚଳଚ୍ଚିତ୍ର ନିର୍ମାଣ ସମ୍ପର୍କରେ ଚେତନ କହିଛନ୍ତି ପୁସ୍ତକର ଲୋକପ୍ରିୟତାବୃଦ୍ଧି ପାଇଲେ ସେ ପରବର୍ତ୍ତୀ ପଦକ୍ଷେପ ନିଶ୍ଚିତ ନେବେ । ଚେତନଙ୍କୁ ଯେତେବେଳେ ପଚରାଗଲା, ପୁସ୍ତକର ପ୍ରଚାର ନିମନ୍ତେ ଟ୍ରେଲର ନିର୍ମାଣ କରିବାର ଭିନ୍ନ ଯୋଜନା ତାଙ୍କ ମନକୁ କିପରି ଆସିଲା, ତାଙ୍କ ଉତ୍ତର ଥିଲା, ଜଣେ ଆଇଆଇଟି ଛାତ୍ର ଭାବେ କିଛି ଭାବେ କିଛି ଭିନ୍ନ ଚିନ୍ତା କରିବାର ପ୍ରେରଣା ସେ ବହୁ ପୂର୍ବରୁ ପାଇଛନ୍ତି ।

Loading...
ONA

Leave a Reply

Top