ଦ୍ୱିତୀୟ ପର୍ଯ୍ୟାୟ +୨ କଟଅଫ୍ ତାଲିକା ପ୍ରକାଶ

https://www.facebook.com/nnsodia/videos/267154983995629/?t=5

ବିଜ୍ଞାନରେ ରେଭେନ୍ସ, କଳାରେ ବିଜେବି ଆଗରେ
ଜୁଲାଇ ୬ରୁ ଆରମ୍ଭ ହେବ ପାଠପଢ଼ା
ଭୁବନେଶ୍ୱର: +୨ ପାଠ୍ୟକ୍ରମ ନିମନ୍ତେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଳିକା ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ରେଭେନ୍ସା ଆଗରେ ରହିଛି । ବିଜ୍ଞାନରେ କଟଅଫ୍ ମାର୍କ ୯୧.୩୩ ପ୍ରତିଶତ ରହିଛି ।
  ସେହିଭଳି  ବିଜେବିରେ କଟ୍ ଅଫ ମାର୍କ ୯୧.୨୦ % ରହିଛି । ବାଲେଶ୍ୱରର ଏଫଏମ କଲେଜରେ ବିଜ୍ଞାନ ପାଠ୍ୟକ୍ରମ ନିମନ୍ତେ କଟଅଫ୍ ମାର୍କ ୮୬.୧୭ % ରହିଛି  । ଖଲିକୋଟ୍ କଲେଜରେ ୮୫.୬୭%  ଓ ପୁରୀ ଏସସିଏସ୍ରେ ୭୪% ରହିଛି । ତେବେ କଳାରେ ଆଗରେ ରହିଛି ବିଜେବି  । ଏଠାରେ କଳାରେ କଟଅଫ୍ ମାର୍କ ୭୪.୭୬ ପ୍ରତିଶତ ରହିଥିବା ବେଳେ ରେଭେନ୍ସାରେ ୭୩%, ରମାଦେବୀରେ ୭୦.୬୭%, ଏଫଏମରେ ୭୨.୫୦%, ଶୈଳବାଳାରେ ୭୨.୩୩, ଏସସିଏସରେ ୭୦ ଓ ଖଲିକୋଟରେ ୬୨ ପ୍ରତିଶତ ରହିଛି  ।
  ବାଣିଜ୍ୟରେ ବି ବିଜେବି ଆଗରେ ରହିଛି  । ଏଠାରେ କଟଅଫ୍ ମାର୍କ ୮୧ ପ୍ରତିଶତ ଥିବା ବେଳେ ରେଭେନ୍ସାରେ ୭୭.୯୦,ରମାଦେବୀରେ ୬୬.୫୦, ଏସସିଏସରେ ୫୮.୮୩, ଖଲିକୋଟରେ ୬୪.୫୦, ଶୈଳବାଳାରେ ୭୪.୬୭, ବାଲେଶ୍ୱର ଏଫଏମରେ ୫୨.୬୭% କଟଅଫ୍ ମାର୍କ ରହିଛି ।
  ଗତ ଜୁନ୍ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ କଟଅଫ୍ ତାଲିକା ପ୍ରକାଶ ପାଇଥିଲା ।
ଚଳିତ ବର୍ଷ ନାମଲେଖା ପ୍ରକ୍ରିୟାକୁ ଗୋଟିଏ ଥରରେ ସାରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଭ ନିଷ୍ପତ୍ତି ନେଇଛି । ଜୁନ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମ ଲେଖା ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ୨୪ରୁ ୨୮ଏବଂ ତୃତୀୟ ପର୍ଯ୍ୟାୟ ନାମଲେଖା ଯଥାକ୍ରମେ ଜୁଲାଇ ୫ ଓ ୬ ତାରିଖରେ ହେବ  । ଏ ବର୍ଷ ରାଜ୍ୟର ୧,୫୦୨ଟି ଜୁନିୟର କଲେଜରେ ୪ ଲକ୍ଷ ୬୪୩ଟି ସିଟରେ ନାମଲେଖା ହେବ । କାଳରେ ୨ ଲକ୍ଷ୨୭ ହଜର ୭୯୦ଟି ସିଟ୍ ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୩୦ହଜାର ୧୮ ଓ ବାଣିଜ୍ୟରେ ୪୨ ହଜାର ୮୩୫ ଟି ସିଟ୍ ରହିଛି । ଜୁଲାଇ ୬ରୁ +୨ ପାଠପଢ଼ା ଆରମ୍ଭ ହେବ ।
  ଗତ ଏପ୍ରିଲ ୨୬ରେ ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ମୋଟ୍ ୮୫.୨୮ % ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ବାଲେଶ୍ୱର ଓ ଦେବଗଡରେ ଭଲ ଫଳାଫଳ ହୋଇଥିଲା । ସେହିପରି ମୟୂରଭଞ୍ଜ ଓ ମାଲକାନଗିରିରେ  ଫଳାଫଳ ଭଲ ହୋଇନଥିଲା ।୨୨ଟି ସ୍କୁଲରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରିନଥିଲେ । ୭୪୮ ସ୍କୁଲରେ ଶତପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲେ । ଗ୍ରେଡ୍ ଏ-୧ରେ ମୋଟ୍ ୨୪୧୬ଜଣ, ଗ୍ରେଡ୍-ଏ୨ରେ ୨୩,୪୭୨ଜଣ, ବି-୧ରେ ୬୧,୯୮୧, ବି-୨ରେ ୧,୦୧,୫୪୮, ସି ଗ୍ରେଡ୍ରେ ୧,୨୪,୨୮୨, ଡି ଗ୍ରେଡରେ ୧,୧୭,୯୭୫, ଇ ଗ୍ରେଡ୍ରେ ୫୪,୭୧୪ ଓ ଏଫ୍ ଗ୍ରେଡରେ ୭୬,୬୮୯ ଜଣ ଛାତ୍ରଛାତ୍ରୀ ପାସ କରିଥିଲେ ।
  ଚଳିତ ବର୍ଷ ମୋଟ୍  ୬ ଲକ୍ଷ ୫ ହଜାର ୭୧ଜଣ ମ୍ୟାଟ୍ରିକ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୩୮,୦୯୨ ଜଣ ପୁଅ ଏବଂ ୨,୪୭,୮୯୬ ଜଣ ଝିଅ ପାସ୍ କରିଥିଲେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here