ଦୁର୍ନୀତିର ତାର ନବୀନ ନିବାସର ଅନ୍ତପୁର ପର୍ଯ୍ୟନ୍ତ ଲମ୍ବିଛି-ଧର୍ମେନ୍ଦ୍ର ପ୍ରଧାନ

https://www.facebook.com/nnsodia/videos/267154983995629/?t=5

ଗଞ୍ଜାମ/ଭୁବନେଶ୍ୱର : ଓଡିଶାରେ ଦୁର୍ନୀତିର ଦାନବକୁ ଦାନାପାଣି ନବୀନ ବାବୁ ଦେଉଛନ୍ତି । ଦୁର୍ନୀତିର ତାର ନବୀନ ନିବାସର ଅନ୍ତପୁର ପର୍ଯ୍ୟନ୍ତ ଲମ୍ବିଛି । ପିସି, ଚିଟଫଣ୍ଡ, ଖଣି ଦାନବକୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି । ମନ୍ତ୍ରୀ, ବିଧାୟକ ଓ ଆଇଏଏସ ମାନେ ପିସି ନେଉଥିବା ବେଳେ ଧରାପଡୁନାହାନ୍ତି । ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ଚିଟଫଣ୍ଡରେ ସମ୍ପୃକ୍ତ ଅଛନ୍ତି । ବିଜେପି ସରକାରକୁ ଆସିଲେ ଚିଟଫଣ୍ଡରେ ସମ୍ପୃକ୍ତ ସମସ୍ତଙ୍କୁ ଜେଲ ପଠାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛୋଟ ଦାନବ ସରୋଜ ସାହୁ କିଏ , ସିଏ କେଉଁଠାରେ ରହେ , ତାଙ୍କୁ ସିବିଆଇ କଣ ପାଇଁ ଜେରା କରିଥିଲା । ତାହା ସହ ନବୀନ ବାବୁଙ୍କର କଣ ସମ୍ପର୍କ ରହିଛି ଏହା ଉପରେ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

 ନବୀନ ବାବୁ ଦାନବ ମାନଙ୍କର ମୁଖ୍ୟ ସଂରକ୍ଷକ
 ବିଜେପି ସରକାରକୁ ଆସିଲେ ଚିଟଫଣ୍ଡରେ ସମ୍ପୃକ୍ତ ସମସ୍ତଙ୍କୁ ଜେଲ ପଠାଇବ
 ଦୁର୍ନୀତି ରାଜ୍ୟରେ ଚରମସୀମାରେ ପହଁଚିଥିବା ବେଳେ ମୁଖ୍ୟମନ୍ତ୍ରୀ ଆପଣ ମାନେ ଖୁସି ତ ବୋଲି କହି ବୁଲୁଛନ୍ତି
 ରାଜ୍ୟ ଶାସନରେ ରହିଥିବା ବିଜେଡି ସରକାର ଅସାଧୁ ଠିକାଦାର ମାନଙ୍କ ସହ ମେଂଟ କରିଛନ୍ତି
 ବିଧାୟକଙ୍କ ଚେଲାଚପାତି ମାନଙ୍କୁ ହାତଗୁଞ୍ଜା ନଦେଲେ ବାର୍ଧକ୍ୟଭତା ମିଳୁନାହିଁ
 ଏଥର ସୂର୍ଯ୍ୟପାତ୍ର ଓ ତାଙ୍କର ମାଲିକ ମାନଙ୍କୁ ସନ୍ୟାସ ନେବାକୁ ପଡିବ
 ୧୯ ବର୍ଷ ସରକାରର ରହିବା ପରେ ବାହାଘର ବେଳେ ବାଇଗଣ ରୁଆ ପରି ଏବେ ସୁନେଲୀ ସ୍ୱପ୍ନ
ଦେଖାଉଛନ୍ତି ବିଜେଡି ସରକାର
 ମୁଖ୍ୟମନ୍ତ୍ରୀଙ୍କ ନିଜ ଘରୋଇ ଜିଲ୍ଲାରେ ଆଜି ବିକାଶ ଦିଗହରା ପାଲଟିଛି
 ଗଞ୍ଜାମ ଜିଲ୍ଲାରେ ୬୨ ପ୍ରତିଶତ ଡାକ୍ତର ନାହାନ୍ତି
 ଏ ଅପାରଗ ଓ ସ୍ଥାଣୁ ସରକାରଙ୍କୁ ଋଷିକକୂଲ୍ୟା ଦେଇ ସମୁଦ୍ରକୁ ପଠାଇବାର ସମୟ ଆସିଯାଇଛି
 ଭାରତବର୍ଷର ୬୦୦ଟି ଜିଲ୍ଲାରେ ଶିଶୁଙ୍କ ଅବସ୍ଥା ତୁଳନାରେ ମୁଖ୍ୟମନ୍ତ୍ରଙ୍କ ନିଜ ଜିଲ୍ଲା ର ତାଲିକା ନମ୍ବର ରହିଛି ୪୦୮
 ଯିଏ ବେବିନାର ଦୁଃଖ ଦେଖିପାରେ ନାହିଁ, କନ୍ଧମାଳର ଝିଅକୁ ଦେଖିପାରେ ନାହିଁ, ସେହି ମୁଖ୍ୟମନ୍ତ୍ରୀ ଏବେ ପ୍ରଶ୍ନ ପଚାରୁଛନ୍ତି ମୋ ସରକାରରେ ଆପଣ ଖୁସି ତ ?

ଗଞ୍ଜାମ ଜିଲ୍ଲାର ବୁଗୁଡା ଓ ପାତ୍ରପୁର ଠାରେ ଆୟୋଜିତ ଜବାବ ମାଗୁଛି ଓଡିଶା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ ଯୁବକଙ୍କୁ ଚାକିରୀ ନାହିଁ , ଚାଷକୁ ଜଳସେଚନ ନାହିଁ, ମା ଭଉଣୀ ମାନଙ୍କୁ  ପିଇବା ପାଣି ମିଳୁନି, ଗାଁ ଗଣ୍ଡାରେ ୨୪ ଘଂଟିଆ ବିଜୁଳି ସେବା ନାହିଁ , ଦୁର୍ନୀତି ରାଜ୍ୟରେ ଚରମସୀମାରେ ପହଁଚିଥିବା ବେଳେ ମୁଖ୍ୟମନ୍ତ୍ରୀ ଆପଣ ମାନେ ଖୁସି ତ ବୋଲି କହି ବୁଲୁଛନ୍ତି । ଆପଣ ଖୁସି ଥାଇ ପାରନ୍ତି, ତେବେ ୧୯ ବର୍ଷ ଧରି ଓଡିଶାର ଲୋକଙ୍କୁ ହିନସ୍ତା ମଧ୍ୟରେ ରଖିଥିବା ସରକାରଙ୍କୁ ଏଥିଲାଗି ଜବାବ ଦେବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ୧୯ ବର୍ଷ ସରକାରର ରହିବା ପରେ ବାହାଘର ବେଳେ ବାଇଗଣ ରୁଆ ପରି ଏବେ ସୁନେଲୀ ସ୍ୱପ୍ନ ଦେଖାଯାଉଛି । ଏ ଅପାରଗ ଓ ସ୍ଥାଣୁ ସରକାରଙ୍କୁ ଋଷିକୂଲ୍ୟା ଦେଇ ସମୁଦ୍ରକୁ ପଠାଇବାର ସମୟ ଆସିଯାଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟ ଶାସନରେ ରହିଥିବା ବିଜେଡି ସରକାର ଅସାଧୁ ଠିକାଦାର ମାନଙ୍କ ସହ ମେଂଟ କରିଛନ୍ତି । ବିଧାୟକଙ୍କ ଚେଲାଚପାତି ମାନଙ୍କୁ ହାତଗୁଞ୍ଜା ନଦେଲେ ବାର୍ଧକ୍ୟଭତା ମିଳୁନାହିଁ । ରାଜ୍ୟରେ
ଲୋକମାନେ ହନ୍ତସନ୍ତ ଅବସ୍ଥାରେ ଥିବା ବେଳେ ନବୀନ ବାବୁ ଦାନବ ମାନଙ୍କର ମୁଖ୍ୟ ସଂରକ୍ଷକ ସାଜିଛନ୍ତି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ମଣ୍ଡିରେ ଧାନ ବିକ୍ରୀ ହେଉନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀ ମାନଙ୍କ ପାଇଁ କୁଇଟାଂଲ ପିଛା ବିନା କଟନୀ ଛଟନୀରେ ୧୭୫୦ ଟଙ୍କା ଦେଉଥିବା ବେଳେ ରାଜ୍ୟରେ ଚାଷୀ ତାର ହକ୍ ପାଉନାହିଁ । ହେଲେ ମନ୍ତ୍ରୀ ସୂର୍ଯ୍ୟପାତ୍ର କହୁଛନ୍ତି ପ୍ରମାଣ ଦେଲେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି କହୁଛନ୍ତି ା ଏବେ ତାଙ୍କର ଅସଲମୁଖା ପଦାରେ ପଡିଛି । ଏଥର ସୂର୍ଯ୍ୟପାତ୍ର ଓ ତାଙ୍କର ମାଲିକ ମାନଙ୍କୁ ସନ୍ୟାସ ନେବାକୁ
ପଡିବ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଏହି ଜିଲାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଉଷାଦେବୀ, ବିକ୍ରମ ଆରୁଖ, ସୂର୍ଯ୍ୟପାତ୍ରଙ୍କ ପରି ୪-୪ ଜଣ ମନ୍ତ୍ରୀ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିଜ ଘରୋଇ ଜିଲ୍ଲାରେ ଆଜି ବିକାଶ ଦିଗହରା ପାଲଟିଛି । ଜିଲାର ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ୬୨ ପ୍ରତିଶତ ଡାକ୍ତର ପଦବୀ ଜିଲାରେ ଖାଲି ପଡିଛି । ମୁଖ୍ୟମନ୍ତ୍ରୀଙ୍କୁ ଏହି ସବୁର ଜବାବ ଦେବାକୁ ପଡିବ । ଶ୍ରୀ ପ୍ରଧାନ କହିଛନ୍ତି ବୁଢା, ବାପା ମା, ସ୍ତ୍ରୀ, ପିଲା ଛୁଅ. ସାଙ୍ଗକୁ ଛାଡି ଗଞ୍ଜାମର ଯୁବକ ସୁରଟକୁ ଯାଉଛନ୍ତି । ସେଠାରେ କାମ କରି ସୁରଟର ଅର୍ଥନୀତିକୁ ସୁଦୃଢ କରୁଛନ୍ତି । ଓଡିଶାରେ କାମ ନମିଳିବାରୁ ସେମାନେ ସୁରଟ ଯାଇ ସେଠାକାର ଅର୍ଥନୀତିକୁ ଟାଣ କରୁଛନ୍ତି । ଯଦି ଗଞ୍ଜାମର ଭଂଜନଗର, ଆସ୍କାରେ ରୋଜଗାର ମିଳିବ ତେବେ
ଗଞ୍ଜାମର ଜିଲ୍ଲାର ପରିଶ୍ରମୀ ଲୋକେ ଗୁଜୁରାଟ ଯାଇନଥାନ୍ତେ । ଏଠାରେ ରୋଜଗାର ମିଳିଲେ ସେମାନଙ୍କ ପରିଶ୍ରମ ଦ୍ୱାରା ଓଡିଶାର ଅର୍ଥନୀତି ସୁଦୃଢ ହୋଇପାରିଥାନ୍ତା । ହେଲେ ସରକାର ତାହା କରୁନାହାନ୍ତି । ଏଠିକାର ବିଧାୟକ ମାନେ ୭/୮ ଥର ଗୁଜୁରାଟରେ କ୍ୟାମ୍ପ କରୁଛନ୍ତି । ଭୋଟ ପାଇବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସୁରଟ ଯାଇଥିଲେ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହିଂସା କରି ଓଡିଶାରେ
ଆୟୁଷ୍ମାନ ଭାରତ ଯୋଜନା ଲାଗୁ କଲେ ନାହିଁ । ଏବେ ସୁରଟରେ କାମ କରୁଥିବା ଗରୀବ ଲୋକମାନେ ସେଠାକାର କେଉଁ ହସ୍ପିଟାଲରେ ଚିକିତ୍ସିତ ହେବେ ତା’ର ଉତର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି କି ବୋଲି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଗଞ୍ଜାମ ଜିଲା ଚଷାଚାଷୀ ଅଂଚଳ ହୋଇଥିବା ବେଳେ ଏହି ଜିଲାରେ ମେଗା ଜଳସେଚନ ପ୍ରକଳ୍ପ ନାହିଁ, ଚାଷ ଜମି ପାଇଁ ବିଜୁଳି ଶସ୍ତାରେ ମିଳୁନାହିଁ । ଓଡିଶାର କୋଇଲାରେ ଅଧା ଭାରତ ଆଲୋକିତ ହୁଏ କିନ୍ତୁ ଏଠାରେ ଚାଷ କରିବା ପାଇଁ ବିଦ୍୍ୟୁତ ନାହିଁ । ଚାଷ ଜମିକୁ ପାଣି ନାହିଁ, ପ୍ରତି ଘରକୁ ପାଇପରେ ମୁନ୍ଦେ ପିଇବା ଆସିନାହିଁ । ନବୀନ ସରକାର ତୃତୀୟ ମହଲାରେ ବସି କହୁଛନ୍ତି ମୁଁ ବାହାଘର ବେଳେ ବାଇଗଣ ରୋଇବି । ଯେ ୧୯ ବର୍ଷର ଶାସନ କାଳରେ ଚାଷ ଜମିକୁ ପାଣି ଦେଇନି, ଘରକୁ ପାଣି ଟୋପେ ଦେଇନି, ବିଦ୍ୟୁତ ଯୋଗାଇନାହିଁ, ସେ ରାଜ୍ୟକୁ ୧ ନମ୍ବର କରିବା କଥା କହୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେହିପରି ରାଜ୍ୟ ସରକାର କହିଲେ ଅଙ୍ଗନବାଡି କର୍ମୀଙ୍କ ଦରମା ଦେଢ ହଜାର ଟଙ୍କା ବୃଦ୍ଧି କଲୁ । ଏହା ଦିନରେ ଲଣ୍ଠନ ଦେଖାଇବା ଭଳି । ଶ୍ରୀ ପ୍ରଧାନ କହିଛନ୍ତି ଭାରତବର୍ଷର ୬୦୦ଟି ଜିଲ୍ଲାରେ ଶିଶୁଙ୍କ ଅବସ୍ଥା ତୁଳନାରେ ମୁଖ୍ୟମନ୍ତ୍ର ଶେଷ୍ଠ ଜିଲ୍ଲା ର ତାଲିକା ନମ୍ବର ରହିଛି ୪୦୮ ।
ଶ୍ରୀ ପ୍ରଧାନ କହିଛନ୍ତି ମୁଖ୍ୟମନ୍ତ୍ରୀ ଲମ୍ବା ସମୟର ଜଳସେଚନ ବିଭାଗର ଦାୟିତ୍ୱରେ ରହିବା ପରେ ମଧ୍ୟ ଋଷିକଲ୍ୟା ନଦୀର ପାଣିକୁ ରୋକି ପାରିଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠା ଲୋକମାନଙ୍କ ପାଖରେ ନୁହେଁ ବରଂ ନିଜ ଅସାଧୁ ଗୁମାସ୍ତାଙ୍କ ପାଖରେ ।
ଗତକାଲି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । କନ୍ଧମାଳରେ ଆଦିବାସୀ ଝିଅ ସରକାରୀ ସ୍କୁଲରେ ରହି ଏକ ସନ୍ତାନ ପ୍ରସବ କଲେ । ସରକାରୀ ଅଧିକାରୀ ମାନେ ତାକୁ ଜଙ୍ଗଲରେ ଛାଡି ଦେଇ ଆସିଲେ । ସ୍ଥାନୀୟ ଲୋକମାନେ ଏହି ଘଟଣାର ପ୍ରତିବାଦରେ ବିକ୍ଷୋଭ କଲେ । ଏହା ପରେ ତଳିଆଙ୍କୁ ମାର୍ ନୀତିରେ କେତେ ଜଣ ଅଧିକରାରୀଙ୍କୁ ନିଲମ୍ବିତ କରାଗଲା । ୨୦୧୫ ମସିହାରୁ ଆଶ୍ରମ ସ୍କୁଲରେ ରହୁଥିବା ଝିଅ ମାନଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ହେବ ବୋଲି ନିୟମ ରହିଛି । ଯିଏ ବେବିନାର ଦୁଃଖ ଦେଖିପାରେ ନାହିଁ, କନ୍ଧମାଳର ଝିଅକୁ ଦେଖିପାରେ ନାହିଁ, ସେହି ମୁଖ୍ୟମନ୍ତ୍ରୀ ଏବେ ପ୍ରଶ୍ନ ପଚାରୁଛନ୍ତି ମୋ ସରକାରରେ ଆପଣ ଖୁସି ତ ? ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ ଜବାବ ମାଗୁଛି ଓଡିଶା ଅଭିଯାନକୁ ତୀବ୍ର କରିବାର ସମୟ ଆସିଛି । ଏ କୁମ୍ଭକର୍ଣ୍ଣ, ଅପାରଗ, ସମ୍ବେଦନହୀନ, ସ୍ଥାଣୁ, ମିଛୁଆ ସରକାରକୁ ଜବାବ ମାଗିବା ଦରକାର । ୯୫୫୫୨୨୭୨୨୭ରେ କଲ
କରି ଜବାବ୍ ମାଗୁଛି ଓଡିଶା ଅଭିଯାନରେ ସାମିଲ ହୋଇ ଏ ସରକାରଙ୍କୁ ଜବାବ ମାଗିବା ପାଇଁ ସେ ଆହ୍ୱାନ କରିଛନ୍ତି ।

3 ମତାମତ ଦିଅନ୍ତୁ

  1. […] କେନ୍ଦ୍ର ମନ୍ତ୍ରୀ ଦର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଏକ ରାଧୁଆ ମିଛୁଆ ସରକାର ଚାଲିଛି । … ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ […]

ମତାମତ ଦିଅନ୍ତୁ

Please enter your comment!
Please enter your name here