ଦୁର୍ନିତୀଗ୍ରସ୍ତ କଂଗ୍ରେସ ବିମୁଦ୍ରାକରଣକୁ ନେଇ ଭୟଭୀତ : ଧର୍ମେନ୍ଦ୍ର

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ବିମୁଦ୍ରାକରଣ ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । ଭୋଟ ବ୍ୟାଙ୍କ ହରାଇବା ଭୟରେ କଂଗ୍ରେସ ତାର ଶାସନ କାଳ ଭିତରେ ଦେଶର ଅର୍ଥନୀତିକୁ ଶକ୍ତିଶାଳୀ କରିବା ପାଇଁ ଚାହିଁ ନଥିଲା । କିନ୍ତୁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦେଶର ହିତ ପାଇଁ ଭୋଟ ବ୍ୟାଙ୍କକୁ ଭୁଲି ଏଭଳି ବଳିଷ୍ଟ ପଦକ୍ଷେପ ନେଇଥିଲେ । ଧର୍ମେନ୍ଦ୍ର କହିଛନ୍ତି ତକ୍ତକାଳୀନ କଂଗ୍ରେସ ସରକାର ହାତରୁ କାଳେ ଭୋଟ ବ୍ୟାଙ୍କ ଚାଲିଯିବ ସେହି ଭୟରେ ବିମୁଦ୍ରାକରଣକୁ ଲାଗୁ କରିବା ପାଇଁ ସାହସ ଜୁଟାଇ ପାରିନଥିଲେ । କିନ୍ତୁ ମୋଦୀ ସରକାର ଦେଶର ଅର୍ଥନୈତିକ ଅଭିବୃଦ୍ଧି ଲାଗି ଭୋଟ ବ୍ୟାଙ୍କ ରାଜନୀତିକୁ ପଛରେ ପକାଇ ଜୀବନ୍ତ କାରୀ ପଦେକ୍ଷପ ନେଇଥିଲେ । ଏହି ବିରାଟ ସଂସ୍କାର ପଦେକ୍ଷପକୁ ଜନସାଧାରଣ ସର୍ମଥନ ଜଣାଇଥିଲେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ମୋଦୀଙ୍କ ଏହି ବିମୁଦ୍ରାକରଣ ପଦେକ୍ଷପରେ ଦୁର୍ନିତୀ ଗ୍ରସ୍ତ କଂଗ୍ରେସ ଭୟଭୀତ ହୋଇପଡିଥିଲା । ଧର୍ମେନ୍ଦ୍ର ବିମୁଦଦ୍ରାକରଣ ଦ୍ୱାରା କଣ ଲାଭ ହୋଇଛି ତାହା ମଧ୍ୟ ଦର୍ଶାଇଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here