ଦୀର୍ଘ ୪୫ ଦିନ ଧରି ନାବାଳିକାକୁ ଗଣଦୁଷ୍କର୍ମ

https://www.facebook.com/nnsodia/videos/267154983995629/?t=5

ଆଜି ଆଉ ଏକ ଲୋମହଂସକାରୀ ଘଟଣା ଘଟିଛି । ଜଣେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ କରିବା ପରେ ପୀଡିତାଙ୍କୁ ଗଣିକାଳୟରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଆଜି ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ନାବାଳିକା । ପୀଡିତା ସୂଚନା ମୁତାବକ, ତାଙ୍କୁ ପଶ୍ଚିିମବଙ୍ଗରେ କାମ ଦେବାକୁ କହି ଗାଁର ଜଣେ ଦୁର୍ବୁତ୍ତ ସାଙ୍ଗରେ ନେଇଯାଇଥିଲେ । ଅନ୍ୟ ଜଣଙ୍କ ଜରିଆରେ ପଶ୍ଚିିମବଙ୍ଗରେ ବିକ୍ରି କରିଦେଇଥିଲେ । ପ୍ରଥମେ ଉଭୟ ବ୍ୟକ୍ତି ତାଙ୍କ ସହ ଗଣଦୁଷ୍କର୍ମ କରିବାପରେ ଗଣିକାଳୟରେ ବିକ୍ରି କରିଥିବା ସେ ଅଭିଯୋଗ କରିଛନ୍ତି । ଗଣିକାଳୟରେ ମଧ୍ୟ ତାଙ୍କ ସହ ଦୀର୍ଘ ୪୫ ଦିନ ଗଣଦୁଷ୍କର୍ମ ହୋଇଥିଲା ବୋଲି ମଧ୍ୟ ସେ କହିଛନ୍ତି । ତାପରେ ସେ ବହୁ କଷ୍ଟରେ ସେଠୁ ମୁକୁଳି ଥିଲେ । ତେବେ ବର୍ତ୍ତମାନ ଯାଏଁ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଧରିପାରି ନାହିଁ ବୋଲି ସୂଚନା ମିଳିଛି ।

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here