ଦିଲ୍ଲୀରୁ ଡାକରା: ୫ରେ ରାହୁଲଙ୍କୁ ଭେଟିବେ ବରିଷ୍ଠ ନେତା

0
3
New Delhi: A file photo of Congress Vice President Rahul Gandhi who has gone on a few weeks leave to reflect upon recent events and future course of the party. PTI Photo (PTI2_23_2015_000157B)

ଭୁବନେଶ୍ୱର: କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ ଡାକିଛନ୍ତି । ଦିଲ୍ଲୀ ଯିବେ ରାଜ୍ୟର କଂଗ୍ରେସର ବରିଷ୍ଠ ନେତା । ୫ ତାରିଖ ରାହୁଲଙ୍କୁ ଭେଟିବେ । ପିସିସି ସଭାପତି ଚୟନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ରାହୁଲଙ୍କ ସହ ଏହି ନେତାମାନେ ଆଲୋଚନା କରିପାରନ୍ତି । ଏଆଇସିସି ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପରେ ଦିଲ୍ଲୀରୁ ଏହି ଡାକରା ଆସିଛି । ରାଜ୍ୟ କଂଗ୍ରେସର କଳି ତୁଟାଇବା ପାଇଁ କିଛି ଦିନ ପୂର୍ବରୁ ୩ଜଣିଆ  ଏଆଇସିସି ପର୍ଯ୍ୟବେକ୍ଷକ ଟିମ୍ ଭୁବନେଶ୍ୱର ଆସିଥିଲେ । ଏହି ତିନି ଜଣିଆ ଟିମ୍  ଉଭୟ ବରିଷ୍ଠ ଓ ଜିଲ୍ଲା ସ୍ତରର ନେତାଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ବିଧାୟକମାନଙ୍କୁ ଭେଟି ବ୍ୟକ୍ତିଗତମତାମତ ସଂଗ୍ରହ କରିଥିଲେ । ବିଶେଷ କରି ପିସିସି ମଙ୍ଗୁଆଳ ପରିବର୍ତ୍ତନ ସାଙ୍ଗକୁ ଦଳର ସାଂଗଠନିକ ସ୍ଥିତି ସମ୍ପର୍କରେ ମତାମତ  ସଂଗ୍ରହ କରି ପର୍ଯ୍ୟବେକ୍ଷକ ସେମାନଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି । କିଛି ଦିନ ହେବ ରାଜ୍ୟ କଂଗ୍ରେସରେ ପିସିସି ସଭାପତି ପରିବର୍ତ୍ତନ ନେଇ କସରତ ଜୋରଦାର ଚାଲିଛି ।
  କଂଗ୍ରେସ ବିଧାୟକ ଭୁଜବଳ ମାଝି କହିଛନ୍ତି, ଆସନ୍ତା ୫ ତାରିଖରେ ରାଜ୍ୟ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବା ପାଇଁ ରାହୁଲ ଗାନ୍ଧିଙ୍କ ଅଫିସରୁ ଦିଲ୍ଲୀ  ଯିବା ପାଇଁ ଡାକରା ଆସିଛି । ଏଆଇସିସି ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ବିଷୟରେ ଆଲୋଚନା ହୋଇପାରେ । ଏହାପରେ ନିଷ୍ପତ୍ତି ହେବ । ସଂଗଠନକୁ ମଜଭୁତ କରିବା  ସହ ଓଡ଼ିଶାରେ କଂଗ୍ରେସକୁ ବଞ୍ଚାଇବାକୁ କିଛି ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here