ଦିବ୍ୟାଙ୍କା ପାଇଲେ ‘ମଧ୍ୟପ୍ରଦେଶ ରତ୍ନ ସମ୍ମାନ’

ଭୋପାଳ: ସବୁଠାରୁ ଅଧିକ ପାରିଶ୍ରମିକ ପାଉଥିବା ଟିଭି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କୁ ମିଳିଛି ମଧ୍ୟପ୍ରଦେଶର ଶ୍ରେଷ୍ଠ ସମ୍ମାନ । ତାଙ୍କୁ ମିଳିଛି ‘ମଧ୍ୟପ୍ରଦେଶ ରତ୍ନ ସମ୍ମାନ’ ଭଳି ସମ୍ମାନଜନକ ପୁରସ୍କାର ।
ଟିଭି ଜଗତରେ ଉତ୍ସାହଜନକ ସଫଳତା ଲାଗି ସୁନ୍ଦରୀ ଦିବ୍ୟାଙ୍କାଙ୍କୁ ଏହି ସମ୍ମାନ ମିଳିଛି । ଦିବ୍ୟାଙ୍କର ରହିଛନ୍ତି ଅସଂଖ୍ୟ ଫ୍ୟାନ ।

ସୌନ୍ଦର୍ଯ୍ୟର ଚମକ ତଥା ବଳିଷ୍ଠ ଅଭିନୟ ଯୋଗୁଁ ଦିବ୍ୟାଙ୍କା ଭାରତୀୟ ଘରେ ଘରେ ଲୋକପ୍ରିୟତା ହାସଲ କରିପାରିଛନ୍ତି । ଏହି ସମ୍ମାନ ପାଇବାରେ ତାଙ୍କର ଅଗଣିତ ପ୍ରଶଂସକ ଏବେ ଖୁସ୍ । ସୋସିଆଲ୍ ମିଡ଼ିଆରେ ତାଙ୍କର ପ୍ରଶଂସକମାନେ ତାଙ୍କର ଏହି ସଫଳତା ଲାଗି ଶୁଭେଚ୍ଛାର ବାର୍ତ୍ତା ଦେବାରେ ଲାଗିଛନ୍ତି ।

ତେବେ ଏହି ସମ୍ମାନ ପାଇପାରିଥିବାରୁ ସେ ବହୁତ ଖୁସି ଅନୁଭବ କରୁଛନ୍ତି ଏବଂ ତାଙ୍କର ଫ୍ୟାନମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ଅଧିକ ଲୋକପ୍ରିୟ ଧାରାବାହିକ ‘ୟେ ହେ ମୋହବତେ’ରେ ସୁନ୍ଦର ଓ ଜୀବନ୍ତ ଅଭିନୟ କରି ଅଭିନୟ ଜଗତରେ ବେଶ୍ ଚର୍ଚ୍ଚିତ ହୋଇପଡ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here