ଦାୟୀତ୍ୱହୀନତା ପାଇଁ ବିଭାଗୀୟ ମନ୍ତ୍ରୀ ରମେଶ ମାଝୀ ଇସ୍ତଫା ଦିଅନ୍ତୁ ଏବଂ କମିଶନରଙ୍କୁ ତୁରନ୍ତ ନିଲ ମ୍ବନ କରାଯାଉ: ବିଜେପି

ଭୁବନେଶ୍ୱର : କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡିର ସରକାରୀ ଆଶ୍ରମସ୍କୁଲରେ ଗୋଟିଏ ୮ମ ଶ୍ରେଣୀର ଛାତ୍ରୀର ଗର୍ଭବତି ହେବା ସରକାରଙ୍କର ଆଦିବାସୀ ମାନଙ୍କ ପ୍ରତି ଥିବା ଅସୁୟା ଭାବକୁ ପ୍ରମାଣିତ କରୁଛି । ରାଜ୍ୟର ମହିଳା ବିଶେଷ ଭାବରେ ଆଦିବାସୀ ଝିଅମାନେ ଏପରି ଲଜ୍ଜାଜନକ ଘଟଣାର ଶିକାର ହେବା ଆହୁରି ଚିନ୍ତାର କାରଣ ବୋଲି ରାଜ୍ୟ ବିଜେପି ଅନୁସଚୂ ିତ ଜନଜାତି ମୋର୍ଚ୍ଚାର ସଭାପତି ଶ୍ରୀ ରବି ନାୟକ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଛନ୍ତି ଯେ, ୨୪ ମାର୍ଚ୍ଚ ୨୦୧୭ରେ ବିଧାନସଭାରେ ତତ୍କାଳିନ ଆଦିବାସୀ ମବୀ ଏକ ଲିଖିତ ଉତର ମାଧ୍ୟମରେ ଜଣାଇଥିଲେ କି ରାଜ୍ୟ ସରକାର ଅନୂସୁଚିତ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ସେବାଶ୍ରମ ଓ ଛାତ୍ରୀନବି ।ସରେ ମାସକୁ ଥରେ ଏ.ଏନ.ଏମଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏ ସର୍ମ୍ପକରେ ଏକ ନିର୍ଦ୍ଦେଶନାମା
ବିଭାଗର ପତ୍ର ସଂଖ୍ୟା ୭୧୬୮ ତାରିଖ ୩୦ମାର୍ଚ୍ଚ୨୦୧୫ରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଦିଆଯାଇଛି । ସେହି ଚିଠିରେ ଲେଖାଯାଇଛି ନାବାଳିକା ମାନଙ୍କ ଗର୍ଭବତି ସ ମ୍ବଦ୍ଧରେ ବିଶେଷ ମନିଟରିଙ୍ଗ ପାଇଁ ନିର୍ଦ୍ଦେଶ ଅଛି । ଆବାସିକ ବିଦ୍ୟାଳୟରେ ରହୁଥିବା ଝିଅମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ କମ ବୟସ ଗର୍ଭଧାରଣ ତୁରନ୍ତ ନରି ୂପଣ ନିମନ୍ତେ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିୟମ ରହିଛି । ଏହି ନିୟମ କଡା
କଡି ଭାବରେ ପାଳନ କରିବାରେ ପ୍ରଶାସନ କାହିଁକି ବିଫଳ ହେଲା ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ଅନୂସୁଚିତ ଜାତି ଓ ଜନଜାତି ବିଭାଗର କମିଶନର କମ ସଚିବ ପଦରେ ଜଣେ ଆଏଫଏସ ଅଫିସର ( ଆର ରଘୁ ପ୍ରସାଦ ) ଅଛନ୍ତି ଯେଉଁଟା ଜଣେ ଆଇଏଏସ ରହିବା ଦରକାର । ରାଜ୍ୟର ସମୁଦାୟ ୪୦% ଲୋକ ହେଉଛନ୍ତି ଅନୂସୁଚିତ ଜାତି ଓ ଜନଜାତି ବର୍ଗର । ୧ କୋଟି ୬୦ ଲକ୍ଷ ଲୋକଙ୍କ କଥା ବୁଝିବା ପାଇଁ ଥିବା ବିଭାଗର ଦାୟୀତ୍ୱରେ ଜଣେ ଆଇଏଏସ ଅଧିକାରିଙ୍କୁ ନରଖିବା ସରକାରଙ୍କ ଆଦିବାସୀ ବିରୋଧୀ ମାନସିକତାକୁ ଦେଖାଉଛି ବୋଲି ଶ୍ରୀ ନାୟକ କହିଛନ୍ତି ।
ୟୁଏନଏଫପି ବୋଲି ଯେଉଁ ସଂସା୍ଥକୁ ରାଜ୍ୟ ସରକାର ଆଶ୍ରମ ସ୍କୁଲରେ ସଚେତନତା ଏବଂ ଆଦିବାସୀ ବାଳିକାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣର ମନିଟରିଙ୍ଗର ଦାୟୀତ୍ୱ ଦେଇଛନ୍ତି ତାହାର ମୁଖ୍ୟ କିଏ ? ଡ. ଦୀପା ପ୍ରସାଦ ଯିଏ ୟୁଏନଏଫପର କନସଲଟାଂଟ ଅଛନ୍ତି ସେ କିଏ ? ଅନୂସୁଚିତ ଜାତି ଓ ଜନଜାତି ବିଭାଗର କମିଶନର ପଦରେ ଥିବା ଆର ରଘୁ ପ୍ରସାଦଙ୍କ ସର୍ମ୍ପକୀୟ ବୋଲି ତାଙ୍କୁ ସେହି ପଦରେ ରଖାଯାଇଛି କି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ସେହିପରି ଆଶ୍ରମ ସ୍କୁଲରେ ବିଭିନ୍ନ ସମସ୍ୟାକୁ ଆଖି ଆଗରେ ରଖି ବିଶେଷ ଭାବରେ ନାବାଳିକା ମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ସମସ୍ୟା ବିଷୟରେ ଝିଅ ମାନେ ନିଜେ କତୃପକ୍ଷକୁ ଜଣାଇବା ପାଇଁ ଏକ ହଟଲାଇନ ଟେଲିଫୋନର ବ୍ୟବସ୍ଥା ଅଛି । ତାହାର କଂଟ୍ରୋଲ ରୁମ ଅଛି ଆଦିବାସୀ ପଡିଆରେ । ତାହା ଠିକ ଭାବେ କାମ କରୁଥିଲା କି ? ତାହାର ଠିକା କାହାକୁ ଦିଆଯାଇଛି ତାହାର ମଧ୍ୟ ତଦନ୍ତ ହେବା ଉଚିତ । କେବଳ ସୁପରିଟେଣ୍ଡଙ୍କୁ ବହିଷ୍କାର କରି ଦାୟିତ୍ୱ ଖସାଇଲେ ଚଳିବ ନାହିଁ । ବେପରୁଆ ଏବଂ ଦାୟୀତ୍ୱହୀନତା ପାଇଁ ବିଭାଗୀୟ ମବୀ ରମେଶ ମାଝୀ ଇସ୍ତଫା ଦିଅନ୍ତୁ ଏବଂ କମିଶନରଙ୍କୁ ତୁରନ୍ତ ନିଲ ମ୍ବନ କରାଯାଉ ବୋଲି ଶ୍ରୀ ନାୟକ ଦାବି କରିଛନ୍ତି । ଏହି ସାମ୍ବାଦିକ ସ୧ଳି ନୀରେ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ସୁକେଶୀ ଓରାମ ଏବଂ ଏସଟି ମୋର୍ଚ୍ଚା ସଂପାଦକ ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।