You are here
Home > ଅଧିକ ଖବର > ଦାମବାବୁ ଦୁର୍ନୀତି ବିଷୟରେ ଗୃହରେ କୁହନ୍ତୁ : ନରସିଂହ

ଦାମବାବୁ ଦୁର୍ନୀତି ବିଷୟରେ ଗୃହରେ କୁହନ୍ତୁ : ନରସିଂହ

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ଡା.ଦାମୋଦର ରାଉତ ଗୋଟେ ପରେ ଗୋଟେ ଦୁର୍ନିତୀର ବାଣ ମାରି ସରକାରଙ୍କୁ ଓ ଦଳକୁ ଘାଇଲା କରିବାରେ ଲାଗିଛନ୍ତି । ଏହାକୁ ନେଇ ରାଜନୈତିକ ହୋ ହାଲ୍ଲା ଚାଲିଛି । ଡା. ରାଉତ ପ୍ରଥମେ ଚାରା, ତାପରେ ଓମଫେଡ ଓ ଏହା ପରେ ସମବାୟ ଋଣ ଦୁର୍ନିତୀ ଏବଂ ସ୍ୱାସ୍ଥ୍ୟ ଦୁର୍ନୀତି କଥା ଉଠାଇଛନ୍ତି । ଦାମ ଦୈନିକ ବାଣ ମାରୁଥିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପ୍ରତିକ୍ରୟା ରଖି ବିରୋଧୀ ଦଳ ନେତା ନରସିଂହ ମିଶ୍ର ସମବାୟ ଦୁର୍ନିତୀ ବିଷୟରେ କହିଛନ୍ତି, ଦାମ ବାବୁଙ୍କ ଭଳି ନେତା ସମବାୟ ଦୁର୍ନୀତି ବିଷୟରେ ଗୃହରେ ଆଲୋଚନା କଲେ ଖୁସି ଲାଗିବ । ଖାଲି ବାହାରେ କହିଲେ କିଛି ଲାଭ ନାହିଁ । କାରଣ ଏହା ଉପରେ କୌଣସି ତଦନ୍ତ ହୋଇ ପାରିବ ନାହିଁ । ପୋଲିସ କହିବ ଲିଖିତ ଅଭିଯୋଗ ପାଇନୁ, ତେଣୁ ତଦନ୍ତ ହୋଇପାରିବନାହିଁ । କିନ୍ତୁ ଏହି କଥା ସେ ଗୃହରେ କହିଲେ ଲିପିବଦ୍ଧ ରହିବ ଏବଂ ପୋଲିସ ମାମଲା ପାଇଁ ବାଧ୍ୟ ହେବ । ମନ୍ତ୍ରୀ ବି ଲିଖିତ ଅଭିଯୋଗକୁ ଅପେକ୍ଷା ନକରି ତଦନ୍ତ କରିବେ । କିନ୍ତୁ ଦାମବାବୁ ଏଭଳି କଥା କହିବା ପଛରେ ତାଙ୍କର ଉଦ୍ଦେଶ୍ୟ କଣ ମୁଁ କହିପାରିବିନି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Loading...
ONA

Leave a Reply

Top