ଦାମଙ୍କ ବିରୋଧରେ କାଯ୍ୟନୁଷ୍ଠାନ ପାଇଁ ବିଷ୍ଣୁ ଓ ପ୍ରଶାନ୍ତଙ୍କ ଦାବୀ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ଡା.ଦାମଦୋର ରାଉତଙ୍କ ବିରୋଧରରେ କାଯ୍ୟନୁଷ୍ଠାନ ପାଇଁ ପ୍ରକ୍ରିଆ ଆରମ୍ଭ ହୋଇଛି । ଏଥିପାଇଁ ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ଦଲ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାମ ରାଉତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଡ.ରାଉତଙ୍କୁ ଯଦି ତୁରନ୍ତ ବହିଷ୍କାର ନ କରାଯାଏ ତେବେ ଦଳ ଭାଙ୍ଗିବ ବୋଲି ସେମାନେ ଜଣାଇଛନ୍ତି । କିଛିଦିନ ହେଲା ଲଗାତାର ଭାବରେ ଡା. ରାଉତ ସରକାରଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣି ଅଡୁଆରେ ପକାଇବାକୁ ଉଦ୍ୟମ ଚଳାଇଛିନ୍ତି । ଚାରା ଘୋଟାଲା, ଓମଫେଡ ଦୁର୍ନିତୀ, ସମବାୟ ଋଣ ଜାଲିୟାତି ପରେ ଆଜି ସେ ସ୍ୱାସ୍ଥ୍ୟ ବିଭାଗ ଦୁର୍ନିତୀ ଉଠାଇଛନ୍ତି । ଦୈନିକ ନୂଆ ନୂଆ ଅଭିଯୋଗ ଆଣି ଦଳ ଓ ସରକାରଙ୍କୁ ଘାଇଲା କରିବାରେ ଲାଗିଛନ୍ତି । ଡ. ରାଉତ ଯେଭଳି ଆଭିମୁଖ୍ୟ ଗ୍ରହଣ କରି ଗୋଟିଏ ପରେ ଗୋଟି ଏ ଦୁର୍ନିତୀ ବୋମା ସରକାରଙ୍କ ଉପରେ ଫିଙ୍ଗିବାରେ ଲାଗିଛନ୍ତି ସେଥିରେ ବିରୋଧୀଙ୍କୁ ବଡ ସୁଲଭ ମିଳିଯାଇଛି । ଏଣୁ ତୁରନ୍ତ ଡ. ରାଉତଙ୍କ ତୁଣ୍ଡ ବନ୍ଦ କରିବା ପାଇଁ ଯଦି କିଛି ପଦେକ୍ଷପ ନ ନିଆଯାଏ ତେବେ ଆଗକୁ ସିଏ ବଡ ବିସ୍ଫୋରଣ କରିବାର ଆଶଙ୍କା କରାଯାଉଛି । ଏଣୁ ତାଙ୍କ ବିରୋଧରେ କାଯ୍ୟନୁଷ୍ଠାନ ପାଇଁ ଜିଲ୍ଲା ସ୍ତରରୁ ଦାବୀ ଆରମ୍ଭ ହୋଇଛି ।
ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶ୍ରୀ ଦାସ ଓ ଶ୍ରୀ ମୁଦୁଲି ଡ. ରାଉତଙ୍କ ବିରୋଧରେ କାଯ୍ୟନୁଷ୍ଠାନ ଦାବୀ କରିଛନ୍ତି । ଉଭୟ ନେତା ଅଭିଯୋଗ କରିଛନ୍ତି ଯେ ଡାକବଙ୍ଗଳାରେ ବସି କଂଗ୍ରେସ ଓ ବିଜେପି ନେତାଙ୍କୁ ପାଖରେ ବସି ଦଳ ବିରୋଧରେ ମନ୍ତ୍ରଣା କରୁଛନ୍ତି । ଡ. ରାଉତ ଦଳୀତ ମାନହ୍କର ବିରୋଧୀ, ଟିଟୋ ସହେଯାଗୀ ବାପୁ ପରିଡା ଗିରଫକୁ ସେ ବିରୋଧ କରିଥିଲେ । ସେ ଦଳ ବିରୋଧରେ କାମ କରୁଛନ୍ତି । ଗତକାଲି ଏର୍ସମାରେ କଂଗ୍ରେସ ଓ ବିଜେପି ନେତାଙ୍କୁ ନେଇ ବୈଠକ କରିଥିଲେ । ଦଳ ଓ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏଣୁ ତାଙ୍କ ବିରୋଧରେ କାଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରିଛନ୍ତି ।
କୁହାଯାଉଛି ଏହି ପରି ଦାବୀ ଆସିବା ପରେ ଦଳରୁ ବୈଜୟନ୍ତ ପଣ୍ଡାକୁ ନିଲମ୍ବିତ କରାଯାଇତିଲା । ଡ. ରାଉତଙ୍କ କ୍ଷେତ୍ରରେ ସେହି ନୀତି ଆରମ୍ଭ କରାଯାଇଛି । ଯେକୌଣସି ସମୟରେ ଡ. ରାଉତଙ୍କ ବିରୋଧରେ କାଯ୍ୟନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here