You are here
Home > Breaking News > ଦାବି ପୂରଣରେ ଅଟଳ +୨ ଶିକ୍ଷକ: ଦାବୀକୁ ସମର୍ଥନ କରି ଧାରଣାରେ ସାମିଲ ହେଲେ ଶତାଧିକ +୨ କଲେଜ ଛାତ୍ରଛାତ୍ରୀ

ଦାବି ପୂରଣରେ ଅଟଳ +୨ ଶିକ୍ଷକ: ଦାବୀକୁ ସମର୍ଥନ କରି ଧାରଣାରେ ସାମିଲ ହେଲେ ଶତାଧିକ +୨ କଲେଜ ଛାତ୍ରଛାତ୍ରୀ

ଭୁବନେଶ୍ୱର/ବାଲେଶ୍ୱର: ଆନ୍ଦୋଳନରତ କଲେଜ ଶିକ୍ଷକଙ୍କୁ ସିଏଚଏସସି ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ତାଗିତ କରିଥିଲେ ମଧ୍ୟ ଧାରଣାରୁ ଉଠୁନାହାଁନ୍ତି +୨ ଶିକ୍ଷକ । ଏପଟେ +୨ ଖାତା ଦେଖିବା ବିଳମ୍ବ ହେବାରେ ଲାଗିଛି । ସେପଟେ ଛାତ୍ରଛାତ୍ରୀଙ୍କ ସ୍ୱାଭାବିକ ଭାବେ ଫଳାଫଳ ପ୍ରକାଶ ହେବା ପ୍ରଭାବିତ ହେଉଛି । ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ଏହାକୁ ନମାନି ଏବଂ ପରୀକ୍ଷା ଖାତା ନଦେଖି ଶିକ୍ଷକ ମାନେ ଦାବୀ ପୂରଣ ଲାଗି ଧାରଣା ଦେଇଛନ୍ତି ।

ବିଜେବି ଓ ଏଫଏମ ସମେତ ଓଡ଼ିଶାର ୫୬ଟି କଲେଜରେ ଧାରଣା ଦେଲେ କଲେଜ ଶିକ୍ଷକ ଓ କର୍ମଚାରୀ । ତେବେ ଏହି ଆନ୍ଦୋଳନରତ ଶିକ୍ଷକମାନଙ୍କୁ ସମର୍ଥନ କରି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ଚାହିଁଲେ ଆମ ଅସୁବିଧା ଦୂର କରିପାରିବେ ବୋଲି କହିଛନ୍ତି ଧାରଣାରତ +୨ ଶିକ୍ଷକମାନେ । ଏବେ ମାତ୍ର ୩୬ ପ୍ରତିଶତ ଶିକ୍ଷକ ପରୀକ୍ଷକ ଭାବେ ଖାତା ଦେଖୁଛନ୍ତି, ଅବଶିଷ୍ଟ ଶିକ୍ଷକ ଖାତା ନଦେଖି ଧାରଣାରେ ବସିଛନ୍ତି ଦାବି ପୂରଣ ଲାଗି । ତେବେ ଚିନ୍ତାର ବିଷୟ ହେଉଛି ଯେ, ଖାତା ଦେଖିବା ଡେରି ହେବା ଯୋଗୁଁ ଫଳାଫଳ ମଧ୍ୟ ବିଳମ୍ବରେ ପ୍ରକାଶିତ ହେବ । ତେବେ ପ୍ରତିଯୋଗୀତା ମୂଳକ ପରୀକ୍ଷା ଜେଇଇ, ନିଟ୍, ନାଇଜର୍, ଏମ୍ସ୍ ଆଦି ଲାଗି ରହିଥିବା ଛାତ୍ରଛାତ୍ରୀ ନିଶ୍ଚିତ ଭାବେ ପ୍ରଭାବିତ ହେବେ ।

Loading...
ONA

Leave a Reply

Top