ଦଳି ଦେଲା ଦନ୍ତା…ଚାଲିଗଲା ଜୀବନ

ବୌଦ୍ଧ,: ଶୌଚ ହେବା ଲାଗି ଯାଇଥିଲେ । ହେଲେ ଆଉ ଫେରିଲେନି । ବାଟରେ ଦଳି ଦେଲା ଦନ୍ତା । ହାତୀ ଆକ୍ରମଣରେ ଆଜି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ନାଁ ଭରତ ବଗର୍ତ୍ତି । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ପଲସାପଦର ଗାଁରେ ।

ମିଳିଥିବା ରିପୋର୍ଟ ଅନୁସାରେ, ଭରତ ଆଜି ସକାଳୁ ଶୌଚ ହେବା ଲାଗି ଘରୁ ବାହାରକୁ ଯାଇଥିଲେ । ତେବେ ଏହି ସମୟରେ ସେ ଏକ ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ଦନ୍ତାଟି ତାଙ୍କୁ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଆଖି ବୁଜିଥିଲେ ଭରତ । ଏ ସମ୍ପର୍କରେ ଖବର ପାଇ ବନବିଭାଗ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।