ତୈଳଦର ବୃଦ୍ଧିରେ ଯୁବ ଛାତ୍ର ବିଜେଡ଼ିର ଶାନ୍ତିପୂର୍ଣ୍ଣ ବିରୋଧ: ରାଜ୍ୟବ୍ୟାପୀ ୩ଘଣ୍ଟା ପ୍ରତିବାଦ

0
1

ଭୁବନେଶ୍ୱର: ତୈଳଦର ବୃଦ୍ଧି ସାଧାରଣ ଖାଉଟିଙ୍କ ଠାରୁ ଆରମ୍ଭ କରି ଅର୍ଥନୀତିର ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଛି । ସାଧାରଣ ଜନତା କେନ୍ଦ୍ର ସରକାରଙ୍କ ଆନୁଷ୍ଠାନିକ ଷଡ଼ଯନ୍ତ୍ରର ଶିକାର ହେଉଛନ୍ତି । ଅହେତୁକ ପେଟ୍ରୋଲ ଓ ଡ଼ିଜେଲ ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ି ଛାତ୍ର ଓ ଯୁବ ସଂଗଠନ ପକ୍ଷରୁ ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଲିଫଲେଟ୍ ବଣ୍ଟନ କରିବା ସହିତ ଧାରଣା ଦିଆଯାଇଛି । ବାରମ୍ବାର ତୈଳଦର ବୃଦ୍ଧି ପାଉଥିବା ଯୋଗୁଁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି । ଆନ୍ତର୍ଜାତିକ ତୈଳ ବଜାରରେ ତୈଳଦର ହ୍ରାସ ପାଇଥିବା ସତ୍ତେ୍ୱ ଓଡ଼ିଶା ସମେତ ଭାରତର ପ୍ରାୟ ସମସ୍ତ ରାଜ୍ୟରେ ତେଲଦର ଅତିମାତ୍ରାରେ ବଢି ବଢି ଚାଲିଛି । ଏହି ଶାନ୍ତିପୂର୍ଣ୍ଣ ବିରୋଧରେ ନେତୃତ୍ୱ ନେଇଥିଲେ ଯୁବ ବିଜେଡ଼ି ସଭାପତି ଅମରେଶ ପତ୍ରୀ ଓ ଛାତ୍ର ବିଜେଡ଼ି ସଭାପତି ରାଣାପ୍ରତାପ ପାତ୍ର ।

ପେଟ୍ରୋଲ ଓ ଡ଼ିଜେଲ୍ର ମାତ୍ରାଧିକ ଦରବୃଦ୍ଧିକୁ ବିରୋଧ କରି ବିଜେଡ଼ିର ଛାତ୍ର ଓ ଯୁବ ଛାମୁଆ ବାହିନୀ ତରଫରୁ ଶାନ୍ତିପୂର୍ଣ୍ଣ ଭାବରେ ରାଜ୍ୟସାରା ଧାରଣା ଦିଆଯାଇଛି । ତୈଳଦର ଯୁକ୍ତିଯୁକ୍ତଭାବେ ଧାର୍ଯ୍ୟ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ପାତ୍ର ଓ ପତ୍ରୀ କହିଛନ୍ତି । ଦିନ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବିଜେଡ଼ିର ଯୁବକର୍ମୀମାନେ ଏହି ଶାନ୍ତିପୂର୍ଣ୍ଣ ଧାରଣାରେ ବସିରହି ସାରା ରାଜ୍ୟରେ ତୈଳଦରକୁ ବିରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here