You are here
Home > ଅଧିକ ଖବର > ତଣ୍ଟି କାଟିଲା ଓ ସୋସିଆଲ ମିଡିଆରେ ଭାଇରାଲ କଲା ସେକ୍ସ ଭିଡିଓ

ତଣ୍ଟି କାଟିଲା ଓ ସୋସିଆଲ ମିଡିଆରେ ଭାଇରାଲ କଲା ସେକ୍ସ ଭିଡିଓ

ପୁରୀ, ପୁରୀରେ ଏକ ଲଜ୍ୟାଜନକ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ପ୍ରେମର ପ୍ରତିଶୋଧ ନେବା ଲାଗି ସେକ୍ସ ଭିଡିଓକୁ ସୋସିଆଲ ମିଡିଆରେ ଭାଇରଲ କରିଛି ପ୍ରେମିକ । ତେବେ ଏଭଳିି ଘଟଣା ଘଟାଇଥିିବା ପ୍ରେମିକକୁ ପୋଲିସ ଆୟତ୍ତ କରିଛି ।
ସୁଚନାରୁ ପ୍ରକାଶ, ପୁରୀ ଥାନା ଅଞ୍ଚଳରେ ଦୁଇ ପ୍ରେମୀ ଯୁଗଳ ଫୋନ ମାଧ୍ୟମରେ ଏକତ୍ରିତ ହୋଇଥିଲେ । ତାଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ପ୍ରେମ ପରେ ଶାରିରୀକ ସମ୍ପର୍କ ରହିଥିଲା । କିନ୍ତୁ ତାପରେ ପ୍ରେମିକା ଦେଇଥିଲା ଧୋକା । ପ୍ରେମିକ ନିଜର ପ୍ରେମ ପାଇବା ଲାଗି ଅନକେ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ । ପରେ ପ୍ରେମିକାଙ୍କ ଘର ସାମନାରେ ପ୍ରେମିକ ନିଜର ତଣ୍ଟି କାଟି ଦେଇଥିଲେ । ତଥାପି ପ୍ରେମିକାଙ୍କ ମନ ପରିବର୍ତ୍ତନ ହୋଇନଥିଲା । ଗୁରୁତର ପ୍ରେମିକକୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଥିଲା । ପ୍ରେମିକ ଜଣକ ସୁସ୍ଥ ହେବା ପରେ ତାଙ୍କର କିଛି ଅନ୍ତରଙ୍ଗ ମୁହୁର୍ତ୍ତ୍ବକୁ ଏବେ ସୋସିଆଲ ମିଡିଆରେ ଭାଇରାଲ କରିଦେଇଛି ।
ସେପଟେ ଯୁବତୀ କହିବା ମୁତାବକ ସେ ଭିଡିଓ ସୁଟିଂ ବିଷୟରେ କିଛି ଜାଣିନାହିଁ । ତାକୁ ଧୋକା ଦେବା ଲାଗି ଯୁବକ ଜଣଙ୍କ ଏହା ଜାଣିଶୁଣି ସୁଟିଂ କରିଛି । ଏଥିସହ ଯୁବକ ଜଣଙ୍କ ପ୍ରଚୁର ମାତ୍ରାରେ ନିଶାଦ୍ରବ୍ୟ ଗ୍ରହଣ କରେ ବୋଲିି ଯୁବତୀ ଅଭିଯୋଗ କରିଛନ୍ତି । ତେଣୁ ସିଏ ଯୁବକଙ୍କ ଠାରୁ ଦୁରାଉଥିଲା ବୋଲି କହିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ସାରା ଅଞ୍ଚଳରେ ଏବେ ଆଲୋଚନାର ବିଷୟ ହୋଇଛି । ସେପଟେ ପୋଲିସ ଉଭୟ ଯୁବକ ଓ ଯୁବତୀଙ୍କ ପରିବାର ଲୋକଙ୍କୁ ଭେଟି ତଦନ୍ତ ଚଳାଇଛି ବୋଲି ସୂଚନା ମିଳିଛି ।

Loading...
ONA

Leave a Reply

Top