ଡିଏଭି ସ୍କୁଲ ଛାତ୍ରୀ ଆତ୍ମହତ୍ୟା ଘଟଣା: ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ

3

ଭୁବନେଶ୍ୱର: ଡିଏଭି ସ୍କୁଲ ଛାତ୍ରୀ ତାନିଆ ବାନାର୍ଜୀଙ୍କ ଆତ୍ମହତ୍ୟା ନେଇ ମାନବାଧିକାର କମିଶନ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ମାଗିଛନ୍ତି । ଆସନ୍ତା ୩ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି ମାନବାଧିକାର କମିଶନ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୨୬ ତାରିଖରେ ହେବା ନେଇ ସୂଚନା ମିଳିଛି ।
ଭୁବନେଶ୍ୱର ୟୁନିଟ୍-୮ ସ୍ଥିତ ଡିଏଭି ସ୍କୁଲର ଛାତ୍ରୀ ତାନିଆ ବାନାର୍ଜୀଙ୍କର ମୃତ ଦେହକୁ ନଭେମ୍ବର ୨୭ ତାରିଖରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲରେ ସେ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ତନିଆଙ୍କ ହାତ ଲେଖା ଏକ ନୋଟରୁ ଜଣାପଡିଥିଲା । ତାନିଆ ବାନାର୍ଜୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପୋଲିସ ତାଙ୍କର ବାପାମାଆଙ୍କୁ ଜେରା କରିଥିଲେ । ରିପୋର୍ଟରୁ ଜଣାପଡିଥିଲା ଯେ ଶ୍ୱାସରୁଦ୍ଧ ହୋଇ ତାନିଆଙ୍କ ମୃତ୍ୟୁ ହୋଇଥିଲା । ଛାତ୍ରୀ ଜଣଙ୍କ ସ୍କୁଲ ହଷ୍ଟେଲର ଆତ୍ମହତ୍ୟା କରିଥିଲେ । ହଷ୍ଟେଲରେ ରହୁଥିବା କିଛି ଛାତ୍ରୀ ଚୋରଣୀ କହି ମାନସିକ ନିର୍ଯାତନା ଦେଇଥିବା କଥା ସେ ମାଆଙ୍କୁ କହିଥିଲେ । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ପୋଲିସ ତଥ୍ୟକୁ ଆସୁନଥିବା ବେଳେ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here