You are here
Home > ଲାଟେଷ୍ଟ > ଠିକା ନର୍ସଙ୍କ ଆନ୍ଦୋଳନ ଜାରି: ରୋଗୀ ସେବା ପ୍ରଭାବିତ

ଠିକା ନର୍ସଙ୍କ ଆନ୍ଦୋଳନ ଜାରି: ରୋଗୀ ସେବା ପ୍ରଭାବିତ

ଭୁବନେଶ୍ୱର: ଚାକିରି ସ୍ଥାୟୀ କରିବା ଓ ଦରମା ବୃଦ୍ଧି ଦାବିରେ ଠିକା ନର୍ସଙ୍କ ଆନ୍ଦୋଳନ ଜାରି ରହିଛି । କଟକ ଏସସିବିରେ ନର୍ସମାନେ ମେଡିକାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସେମାନେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଥିପାଇଁ ରୋଗୀ ସେବା ପ୍ରଭାବିତ ହୋଇଛି । ଠିକା ଭାବେ ୬ ବର୍ଷ ହେଲାଣି କାମ କରୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ଅଣଦେଖା କରାଯାଉଥିବା ନର୍ସ ସଂଘ ଅଭିଯୋଗ କରିଛି । ଆନ୍ଦୋଳନରତ ନର୍ସମାନେ କହିଛନ୍ତି, ଆମେ ଦୁଇ ଦିନ ଧରି ଡ୍ୟୁଟି କରି ଧାରଣାରେ ବସିଛୁ । କେବଳ ମେଡିକାଲ ଅଧୀକ୍ଷକଙ୍କୁ ଦେଖା କରିବାକୁ ଧାରଣା ଦେଇଛୁ । ହେଲେ ସେ ଆମ କଥା ବୁଝି ନାହାନ୍ତି । ଆନ୍ଦୋଳନର ତୃତୀୟ ଦିନ ହେଲାଣି କିନ୍ତୁ ଅଧୀକ୍ଷକଙ୍କ ଦେଖା ନାହିଁ । ଅଧୀକ୍ଷକ ଆମ ସହିତ ଆଲୋଚନା ନକଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଠିକା ନର୍ସ । ସେହିପରି ଆନ୍ଦୋଳନରତ ଆଉ ଜଣେ ନର୍ସ କହିଛନ୍ତି, ଆମର ଏହି ଦାବି ନେଇ ସରକାରଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଜଣାଇଛୁ । ହେଲେ ଆମ ଦାବିକୁ କାହିଁକୁ ଅଣଦେଖା କରାଯାଉଛି ତାହା ଜାଣି ହେଉନି । ସମାନ ଦାବିରେ ବୁର୍ଲାରେ ବି ଠିକା ନର୍ସ ଆନ୍ଦୋଳନ ଚଳାଇଛନ୍ତି । ସେହିପରି ବ୍ରହ୍ମପୁରରେ ମଧ୍ୟ ନର୍ସ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Loading...
ONA

Leave a Reply

Top