You are here
Home > ଲାଟେଷ୍ଟ > ଟ୍ୱିଟରରେ ବୈଜୟନ୍ତଙ୍କ ପ୍ରତିକ୍ରିୟା

ଟ୍ୱିଟରରେ ବୈଜୟନ୍ତଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ତୃତୀୟ ମହଲାକୁ ହେଉଥିବା ଘନ ଘନ ଶାଣିତ ଆକ୍ରମଣର ଜବାବ ଦେଇଛନ୍ତି ନବୀନ । ଯେଉଁମାନେ ତୃତୀୟ ମହଲାକୁ ଟାର୍ଗେଟ୍ କରୁଛନ୍ତି ସେମାନଙ୍କ ପାଖରେ ପ୍ରସଙ୍ଗ ନାହିଁ । ବୈଜୟନ୍ତଙ୍କ ବିରୋଧରେ ଉଚିତ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ନିଜ ଟ୍ୱିଟର ଜରିଆରେ ଜବାବା ଦେଇଛନ୍ତି ସାଂସଦ ବୈଜୟନ୍ତ । ଶ୍ରୀ ପଣ୍ଡା ଟ୍ୱିଟ୍ କରି କହିଛନ୍ତି ଯେ ପ୍ରସଙ୍ଗ ନଥିଲା ତ ମୁଁ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ବେଳେ କାହିଁକି ୫ ପ୍ଲାଟୁନ୍ ଫୋର୍ସ ନିଶ୍ଚିନ୍ତକୋଇଲି ଓ ବୁହାଳୋରେ ନିୟୋଜିତ କରାଗଲା । ବିଜୁ ବାବୁ ମଧ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିଲେ । ମୁଁ ଏବେ ବି ମୋ ଦଳର ନେତାଙ୍କୁ ମୋ ବିଶ୍ୱାସନୀୟତା ପରୀକ୍ଷା କରିବାକୁ ଅନୁରୋଧ କରୁଛି ବୋଲି ବୈଜୟନ୍ତ ଟ୍ୱିଟ କରି ତୃତୀୟ ମହଲା ସହିତ ଚାଲିଥିବା ବାଦଦକୁ ନୂଆ ମୋଡ ଦେଇଛନ୍ତି ।

Loading...
ONA

Leave a Reply

Top