ଟେବୁଲ ଟେନିସରେ ସ୍ଵର୍ଣ୍ଣ ଜିତି ଇତିହାସ ରଚିଲା ଭାରତୀୟ ମହିଳା ଦଳ

3

ଗୋଲ୍ଡ କୋଷ୍ଟ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ କ୍ରମାଗତ ଭଲ ଖବର ଆସୁଛି। ସୁପର ସଣ୍ଡେରେ ଭାରତର ଖେଳାଳି କରିଛନ୍ତି ଦମଦାର ପ୍ରଦର୍ଶନ। ଆଜି ଭାରତୀୟ ଟେବୁଲ ଟେନିସ ଦଳ ସିଙ୍ଗାପୁରରକୁ ପରାସ୍ତ କରି ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଆଜି ଦିନରେ ଭାରତ ୩ଟି ସ୍ଵର୍ଣ୍ଣ ଜିତିବା ସହିତ ଏହି କ୍ରୀଡାରେ ମୋଟ୍ ୭ଟି ସ୍ଵର୍ଣ୍ଣ ପଦକ ହାସଲ କରିଛି। ଅକ୍ସେନଫୋର୍ଡ ଷ୍ଟୁଡିୟୋଜରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଭାରତ ସିଙ୍ଗାପୁରକୁ ୩-୧ରେ ମାତ୍ ଦେଇଛି। ଭାରତୀୟ ଟେବୁଲ ଟେନିସ ମହିଳା ଦଳ ପ୍ରଥମ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି।
ଟେବୁଲ ଟେନିସ ମୁକାବିଲାର ମନିକା ବତ୍ରା ଶେଷ ସେଟକୁ ୧୧-୭, ୧୧-୪ ଓ ୧୧-୭ରେ ଜିତି ଭାରତକୁ ସପ୍ତମ ସ୍ଵର୍ଣ୍ଣ ପଦକ ଦେଇଛନ୍ତି। ଫାଇନାଲ ପୂର୍ବରୁ ଦେଶର ଷ୍ଟାର ଖେଳାଳି ମନିକା ବତ୍ରା ତିୟାନବେଇ ଫେଙ୍ଗଙ୍କୁ ୧୧-୮, ୮-୧୧, ୭-୧୧, ୧୧-୯, ୧୧-୭ରେ ମାତ୍ ଦେଇ ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ମାତ୍ର ଦ୍ଵିତୀୟ ଏକକ ବର୍ଗ ମୁକାବିଲାରେ ଭାରତର ମଧୁରିକା ପାଟକରଙ୍କୁ ମେଙ୍ଗୟୁ ୟୁ ୧୩-୧୧, ୧୧-୨, ୧୧-୬ରେ ମାତ୍ ଦେଇ ମୁକାବିଲାକୁ ୧-୧ ସ୍ତରକୁ ଆଣିଥିଲେ।
ମନିକା ବାତ୍ରାଙ୍କ ଦମଦାର ପ୍ରଦର୍ଶନ
ଏହା ପରେ ତୃତୀୟ ମ୍ୟାଚରେ ଯୁଗଳ ବର୍ଗରେ ମୌମା ଦାସ ଓ ମଧୁରିକା ଯୋଡ଼ି ୟିହାନ ଝୁ ଓ ମେଙ୍ଗୟୁ ଯୋଡିଙ୍କୁ ୧୧-୭, ୧୧-୬, ୮-୧୧, ୧୧-୭ରେ ପରାସ୍ତ କରି ଭାରତକୁ ୨-୧ରେ ଅଗ୍ରଣୀ କରାଇଥିଲେ। ପରବର୍ତ୍ତୀ ମୁକାବିଲା ମଧ୍ୟ ଏକକ ବର୍ଗରେ ଥିଲା। ଯେଉଁଥିରେ ମନିକା ୟିହାନ ଝୁଙ୍କୁ ୧୧-୭, ୧୧-୪ ଓ ୧୧-୭ରେ ମାତ୍ ଦେଇ ଭାରତକୁ ସପ୍ତମ ସ୍ଵର୍ଣ୍ଣ ପଦକ ଜିତାଇଥିଲେ।

LEAVE A REPLY

Please enter your comment!
Please enter your name here