ଟିଟୋ ଲିଙ୍କରେ ଦୁଇ ଯନ୍ତ୍ରୀଙ୍କୁ ଏସଟିଏଫର ଜେରା

https://www.facebook.com/nnsodia/videos/267154983995629/?t=5

ଗ୍ୟଙ୍ଗଷ୍ଟାର ଟିଟୋ ଲିଙ୍କରେ କ୍ରାଇମବ୍ରାଞ୍ଚର ଏସଟିଏଫ ଦୁଇ ଜଣ ୟନ୍ତ୍ରୀକୁ ଆଜି ଜେରା କରିଛି । କେନ୍ଦ୍ରାପଡା ଏସଡିପିଓଙ୍କ କାଯ୍ୟଳୟକୁ ଡାକି ମାରାଥନ ଜେରା କରିଛି ଏସଟିଏଫ । ଟିଟୋର ଠିକାଦାରୀ ସାମ୍ରାଜ୍ୟକୁ ନେଇ ଖୋଲତାଡ ଚାଲିଛି । ଏଥିରେ ଗ୍ରାମଉନ୍ନୟନ ବିଭାଗ ଓ ଉଠା ଜଲସେଚନ ବିଭାଗ ର ଦୁଇ ନିର୍ୱାହୀ ଯନ୍ତ୍ରୀକୁ ଡାକି ଜେରା କରାୟାଇଛି । ଗ୍ରାମ ଉନ୍ନୟନ ଓ ଉଠା ଜଳସସେଚନ ବିଭାଗରେ ଟିଟୋ ଏକାଧିକ ଠିକାଦାରୀ କାରବାର କରିବାରେ ପ୍ରମାଣ ଏସଟିଏଫର ହସ୍ତଗତ ହୋଇଛି । କେଉଁ ପରିସ୍ଥିତିରେ ଓ କିଭଳି ଭାବରେ ଏକାଧିକ ଠିକା କାମ ଦିଆଯାଇଥିଲା ସେ ସଂପର୍କରେ ଖୋଳତାଡ ଚାଲିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ନିବାହୀ ଯନ୍ତ୍ରୀ ନଳୀନ କାନ୍ତ ସେନାପତି ଓ ଉଠା ଜଳ ସେଚନର ନବାହୀ ଯନ୍ତ୍ରୀ ବିଦ୍ୟଭୂଷଣ ନାୟକଙ୍କୁ କେନ୍ଦ୍ରାପଡା ଏସଟିଏଫ କାଯ୍ୟଳୟକୁ ଡାକି ଦୀର୍ଘ ,ସମୟ ଜେରା କରାଇଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here