ଟାଟୁ ମାୟାରେ ଯୁବ ପୀଢି

ଷ୍ଟାଇଲରେ ବଞ୍ଚିବାକୁ କିଏ ବା ନଚାହେଁ । ସେଥିାଇଁ ନିଜ ସାଜସଜ୍ଜା ଓ ବେଶପୋଷାକ ଉପରେ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି । ବିଶେଷ କରି ଆଜିର ଯୁବପୀଢିଙ୍କ ମଧ୍ୟରେ ଷ୍ଟାଇଲକୁ ନେଇ ବେଶି କ୍ରେଜ୍ । କିଏ ନିଜ ଡ୍ରେସ୍ ଉପରେ ଧ୍ୟାନ ଦିଏ ତ ପୁଣି କିଏ ନିଜ ହେୟାର ଷ୍ଟାଇଲ ଉପରେ । ଏସବୁ ଭିତରେ ଏବେ ଆଉ ଏକ ଫ୍ୟାଶନ ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି । ଆଉ ସେଇଟା ହେଉଛି ଟାଟୁ ଫ୍ୟାଶନ । ନିଜ ଶରୀରରେ ବିଭିନ୍ନ ପ୍ରକାର ଟାଟୁ କରିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ସେ କଲେଜ ପଢୁଆ ପିଲା ହୁଅନ୍ତୁ ବା ଚାକିରି କରୁଥିବା ଯୁବକ ଯୁବତୀ ସମସ୍ତଙ୍କଠାରେ ଏହି ସଉକ ଦେଖିବାକୁ ମିଳୁଛି । ଆସନ୍ତୁ ଜାଣିନେବା ଏହି ଟାଟୁ ଫ୍ୟାଶନ ସମ୍ପର୍କରେ…
ପୂର୍ବରୁ ସମସ୍ତେ ଚିତା କୁଟୁଥିଲେ । ଛୁଞ୍ଚି ସାହାଯ୍ୟରେ ନିଜ ଶରୀରରେ ଭିନ୍ନ ଭିନ୍ନ ଦେବାଦେବୀଙ୍କ ଚିତ୍ରକୁ ନିଜ ହାତ ଓ ଶରୀରରେ ଆଙ୍କୁଥିଲେ । ଏବେ କିନ୍ତୁ ସମୟ ବଦଳିଛି ଲୋକେ ଆଉ ପୁରୁଣା ପଙ୍କରମ୍ପରକ୍ଟକ ପଦ୍ଧତିରେ ଚିତା କୁଟୁ ନାହାନ୍ତି ବରଂ ମେସିନ ସାହାଯ୍ୟରେ ଟାଟୁ ବନାଉଛନ୍ତି ।
♦ସେମିତି କିଛି ମେସିନ ହେଉଛି ରୋଟାରୀ ଓ କଏଲ । ରୋଟାରୀ ମେସିନରେ ସହଜରେ ଟାଟୁ କରିହେବ । ଏଥିରେ ଆଦୌ ଶବ୍ଦ ହୋଇନଥାଏ । ତେବେ କଏଲ ମେସିନରେ କିନ୍ତୁ ଟାଟୁ କଲାବେଳେ ଶବ୍ଦ ହୋଇଥାଏ । ଏଥିାଇଁ ବେଳେବେଳେ କିଛି ଲୋକେ ଭୟଭୀତ ହୋଇଯାଆନ୍ତି ।
♦ଟାଟୁ ସେଣ୍ଟର ଗୁଡିକରେ ବିଭିନ୍ନ ପ୍ରକାର ଡିଜାଇନ କରାଯାଇଥାଏ । ଗ୍ରାହକମାନେ ଯେଉଁ ଡିଜାଇନ ଚାହିଁବେ ସେହି ହିସାବରେ ଟାଟୁ କରିହେବ । ଆଉ କିଛି ସେଣ୍ଟରରେ ଗ୍ରାହକମାନେ ଚାହୁଁଥିବା ଟାଟୁ ଡିଜାଇନକୁ ମଡିଫାଏ କରି ଅଧିକ ଆକର୍ଷିତ କରାଯାଇଥାଏ ।
♦ଅଧିକାଂଶ ଯୁବତୀ ନିତ ଶରୀରରେ ଛୋଟ ଛୋଟ ଟାଟୁ ବନାଇବାକୁ ପସନ୍ଦ କରିଥାନ୍ତି । ଯେମିତିକି ପ୍ରଜାପତି, ଫୁଲ, ଷ୍ଟାର ଚିହ୍ନ, ନିଜ ନାଁ, ନିଜ ପସନ୍ଦର ଅକ୍ଷର ଆଦି ।
♦ଯୁବତୀମାନେ ବିଶେଷ କରି ନିଜ ହାତ, କାନ୍ଧ, ବେକ, ଅଣ୍ଟା, ପିଠି ପଛପାଖରେ ଟାଟୁ କରିଥାନ୍ତି । ସେହିରି ଅଧିକାଂଶ ଯୁବକ ନିଜ ହାତ ବାହୁ, କାନ୍ଧ, ବେକ, ପିଠି, ଛାତି ଆଦିରେ ଟାଟୁ କରିବାକୁ ପସନ୍ଦ କରନ୍ତି ।
♦ଯୁବପୀଢିଙ୍କ ଚାହିଦାକୁ ଦେଖି କିଛି ଲୋକେ ଟାଟୁ ବନାଇବାକୁ ବ୍ୟବସାୟ ଭାବେ ଆପଣାଇଥାନ୍ତି । ତେବେ ଏଥି ।ଇଁ କିନ୍ତୁ ସ୍ୱତନ୍ତ୍ର ତାଲିମ ନେବାକୁ ପଡିଥାଏ । ବିନା ତାଲିମରେ ଟାଟୁ ବନାଇବା ହାନିକାରକ ସାବ୍ୟସ୍ତ ହୋଇଥାଏ ।
♦ତେବେ ଟାଟୁ କରିବା ପୂର୍ବରୁ ସ୍କ୍ରିନଟେଷ୍ଟ କରିବାକୁ ପଡିଥାଏ । ଯଦି ସ୍କ୍ରିନରେ ଆଲର୍ଜି ହେବାର ଲକ୍ଷଣ ଦେଖାଦିଏ ତାହେଲେ ଟାଟୁ ନକରିବା ଭଲ । ସବୁ ସେଣ୍ଟର ଏହାକୁ ଅନୁକରଣ ନକରୁଥିଲେ ବି ଅଧକାଂଶ ସ୍ଥାନରେ ଏହି ଟେଷ୍ଟ କରାଯାଇଥାଏ ।
♦ତେବେ ବୟସ୍କ ଲୋକେ, ମଧୁମେହ ରୋଗୀ ଏବଂ ଗର୍ଭବତୀ ମହିଳା ଟାଟୁଠାରୁ ଦୂରେଇ ରହିବା ଭଲ । କାରଣ ତାଙ୍କର ସ୍ୱାସ୍ଥ୍ୟ ପାଇଁ ଏହା ହାନିକାରକ ସାବ୍ୟସ୍ତ ହୋଇପାରେ ।

LEAVE A REPLY

Please enter your comment!
Please enter your name here