ଟାଇଗର ର୍ସଫଙ୍କ ସର୍ଟଲେସ ଅବତାର ଇଣ୍ଟରନେଟରେ ମଚାଇଲା ଧମାକା

ଜ୍ୟାକି ର୍ସଫଙ୍କ ପୁଅ ଟାଇଗର ର୍ସଫ ବଲିଉଡରେ ଧୁମ ମଚାଉଥିବାବେଳେ ତାଙ୍କ ଡ୍ୟାନ୍ସ ମଧ୍ୟ କଡା ଟକ୍କର ଦେଉଛି ଅନ୍ୟ ସମସ୍ତ ବଲିଉଡ କଳାକାରଙ୍କୁ । ଦମଦାର ଆକ୍ଟିଙ୍ଗ ସହ ତାଙ୍କ ଡ୍ୟାନ୍ସ ସମସ୍ତ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ । ଅନେକ ସମୟରେ ଟାଇଗର ର୍ସଫଙ୍କୁ ନିଜର ନାଚିବା ଭିଡିଓକୁ ସୋସିଆଲ ମିଡିଆରେ ଛାଡିବାର ଦେଖିବାକୁ ମିଳେ ଯାହା ଭାଇରାଲ ହେବାକୁ ବେଶି ସମୟ ଲାଗେ ନାହିଁ । ଗତ ଶୁକ୍ରବାର ହଲିଉଡ ଗୀତିକାର ଜଷ୍ଟିନ ବୀବରଙ୍କ ଗୀତରେ ଡାନ୍ସ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହାକି ଭାଇରାଲ ହେବା ସହ ତାଙ୍କର ଫ୍ୟାନମାନଙ୍କ ସଂଖ୍ୟା ମଧ୍ୟ ଖୁବ୍ ତୀବ୍ରରେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ହଲିଉଡ ଗୀତିକାର ଜଷ୍ଟିନ ବୀବରଙ୍କ 2015ର ଗୀତ “ହୋୟାର ଆର ୟୁ ନାଓ” ଗୀତରେ ପ୍ରଥମେ ଏକ ଟାୱଲ ପାନ୍ଧି ନିଜ ବଡି(ଶରୀର) ଦେଖାଉଥିବାବେଳେ ପର ସିନରେ ଏକ ଟି-ସାର୍ଟ ପିନ୍ଧିଥିବାର ଦେଖବାକୁ ମିଳୁଛି । ସେପଟେ ଏହି ଭିଡିଓରେ ସେ ଅନେକ ଅବତାରରେ ନଜର ଆସିଛନ୍ତି । ମାତ୍ର ଏତେ ଆଉଟଫିଟ ବଦଳିବା ସର୍ତ୍ତ୍ୱେ ତାଙ୍କ ନାଚ ଉପରୁ ଆଖି ହଟୁନଥିବା ଦର୍ଶକଙ୍କ ପତ୍ରିକ୍ରିୟାରୁ ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here