ଜେଲରୁ ମୁକୁଳିଲେ ବାକି ସର୍ଖେଲ

https://www.facebook.com/nnsodia/videos/267154983995629/?t=5

କଟକ: ପାରାଦୀପ ସିୱେଜ୍ ସିପିଂର ଜେନେରାଲ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ(ବାପି) ଆଜି ଜେଲରୁ ମୁକୁଳିଛନ୍ତି । ମାନ୍ୟବର ହାଇକୋର୍ଟ ବାପିଙ୍କ ଜାମିନ ଆବେଦନକୁ ମଞ୍ଜୁର  କରିବା ପରେ ଆଜି ସେ ଜେଲରୁ ବାହାରିଛନ୍ତି । ବହୁ ସଂଖ୍ୟାରେ ତାଙ୍କ ସମର୍ଥକ ଜେଲ ସମ୍ମୁଖରେ ତାଙ୍କୁ ଅପେକ୍ଷା କରିଥିଲେ  । ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ  ବାପିଙ୍କ ବିରୋଧରେ ପୋଲିସ ଲୁକଆଉଟ୍ ନୋଟିସ୍ ଜାରି କରିଥିଲେ । ଏହା ପରେ ଗତ ଅକ୍ଟୋବର ୨୬ ତାରିଖରେ ବାପି ପୋଲିସ୍ ନିକଟରେ ଆତ୍ମ ସମର୍ପଣ କରିଥିଲେ । ବାପିଙ୍କୁ ପ୍ରଥମେ କୁଜଙ୍ଗ ଜେଲ ଓ ପରେ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା ।  ଏହି ମାମଲାରେ ଗତ ଏପ୍ରିଲ ୧୭ ତାରିଖ ସୋମବାର ବାପିଙ୍କୁ ହାଇକୋର୍ଟ ଜାମିନ  ପ୍ରଦାନ କରିଥିଲେ । ୧ ଲକ୍ଷ ଟଙ୍କା ଓ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ  ମିଳିଥିଲା  ।
  ସୂଚନାଯୋଗ୍ୟ ଯେ, ଗତ ୨୦୧୬ ଅକ୍ଟୋବର ୨୬ରେ ସିୱେଜ ସିପିଂ ଏବଂ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ୍ର ଜିଏମ୍ ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା ।  ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେ ସହ ବାପିଙ୍କ ସମ୍ପର୍କ ରହିଥିଲା । ଏପରିକି ସର୍ଖେଲ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଥିବା ଦେଇ ପୋଲିସ ଜାଣିବାକୁ ପାଇଥିଲା  । ଚୌବେଙ୍କୁ ପୋଲିସ ପଚରାଉଚରା କରିବେ ସମୟରେ ବାପିଙ୍କ ସମ୍ପୃକ୍ତି ନେଇ ସେ ସୁରାକ ପାଇଥିଲା । ମହେନ୍ଦ୍ରଙ୍କ ହତ୍ୟା ଯୋଜନା କରାଯାଉଥିବା ବେଳେ ବାପି ସର୍ଖେଲ ସେ ସ୍ଥାନରେ ଉପସ୍ଥିତ ଥିଲେ । ହତ୍ୟା କରିସାରିବା ପରେ ଚୌବେ ବାପି  ସର୍ଖେଲ ସେ ସ୍ଥାନରେ ଉପସ୍ଥିତ ଥିଲେ  । ହତ୍ୟା କରିସାରିବା ପରେ ଚୌବେ ବାପି ସର୍ଖେଲଙ୍କ ଭୁବନେଶ୍ୱର, କଟକ, ପାରାଦୀପ ଅଭିଥିଭବନରେ ଲୁଚି ରହିଥିବା ଭଳି ତଥ୍ୟ ପୋଲିସର ହସ୍ତଗତ ହୋଇଥିଲା ।

ମତାମତ ଦିଅନ୍ତୁ

Please enter your comment!
Please enter your name here