ଜେଟଲୀଙ୍କ ୨୪.୪୨ ଲକ୍ଷ କୋଟିର ବଜେଟ୍‌ : କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଭିତ୍ତିଭୂମୀକୁ ଅଧିକ ଗୁରୁତ୍ୱ, ବଢିନି  ବ୍ୟକ୍ତିଗତ ଆୟକର ସୀମା

0
1

ଭୁବନେଶ୍ବର :୧୯ ନିର୍ବାଚନ ପୂର୍ବରୁ ପୂର୍ଣ୍ମାଙ୍ଗ ବଜେଟ୍‌ରେ ଗ୍ରାମାଞ୍ଚଳରୁ ଡିଜିଟାଲ ଇଣ୍ଡିଆ ସମସ୍ତଙ୍କୁ ଛୁଇଁବାକୁ ଚେଷ୍ଟା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ସଂସଦରେ ପେସ୍ କରିଥିବା ୨୦୧୮-୧୯ ବଜେଟ୍‌କୁ ରୋଟି,କପଡା ଓ ମକାନର ବଜେଟ୍ କହିଛନ୍ତି ଅର୍ଥମନ୍ତ୍ରୀ । ୨୪.୪୨ ଲକ୍ଷ କୋଟିର ବଜେଟ୍‌ରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଭିତ୍ତିଭୂମୀକୁ ଅଧିକ ଗୁରୁତ୍ୱ । କର୍ପୋରେଟ ଟିକସରେ  କିଛି ଖୁସି ବି ଦେଇଛନ୍ତି ।ଏମଏସଏମଇ କୁ ଫୋକସ କରି ନିଯୁକ୍ତି ଆଶା ରଖିଛନ୍ତି । କିନ୍ତୁ  ବଢିନି  ବ୍ୟକ୍ତିଗତ ଆୟକର ସୀମା । ଶିକ୍ଷା –ସ୍ୱାସ୍ଥ୍ୟ ସେସ୍ ୪ ପ୍ରତିଶତକୁ ବୃଦ୍ଧି ହୋଇଥିବା ବେଳେ ଏଲଟିସିଜି ଉପରେ ଟିକସ ଯୋଗୁଁ  ବଜେଟ୍ ନେଇ ବଜାର ଖୁସି ହୋଇପାରିନି ।

AGRI—କୃଷି ଓ କୃଷକଙ୍କ ବିକାଶ ପ୍ରତିଶ୍ରୁତିବଦ୍ଧତା ଦୋହରାଇ  ବଜେଟ୍‌ରେ ଏନେକ ପ୍ରସ୍ତାବ ରଖିଛନ୍ତି ଅର୍ଥମନ୍ତ୍ରୀ । କୃଷକଙ୍କ ଆୟ ୨ ଗୁଣା କରିବାକୁ ଲକ୍ଷ୍ୟ ରହିଥିବା ପ୍ରକାଶ କରିଛନ୍ତି ।କୃଷି . କୃଷକ , ବଜାର ଓ ଭିତ୍ତିଭୂମି ଲାଗି ବିଭିନ୍ନ ଘୋଷଣା କରିଛନ୍ତି ଜେଟଲି୍ । ଅପରେସନ ଗ୍ରୀନ ପାଇଁ ୫ ହଜାର କୋଟି ଟଙ୍କା ସହ, ବାଉଁଶ ମିଶନ ପାଇଁ ୧୨୯୦ କୋଟି , ବଜାର ଦରର ଦେଢ ଗୁଣା ଏମଏସପି , କୃଷି ବଜାର ଓ ଭିତ୍ତିଭୂମି ଲାଗି କରିଛନ୍ତି ଘୋଷଣା । ପଶୁପାଳନ ଓ ମତ୍ସ୍ୟଚାଷୀଙ୍କୁ କିଷାନ କ୍ରେଡିଟ୍‌ କାର୍ଡ ଯୋଗାଇ ଦିଆଯିବ। ଏଥିପାଇଁ  ହେବ ୧୦ ହଜାର କୋଟିର କର୍ପସ ଫଣ୍ଡ ।

HEALTH_ ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ଜେଟଲିଙ୍କ ପୁଟୁଳିରୁ ବାହାରିଛି ଏକାଧିକ ଯୋଜନା । ସ୍ବାସ୍ଥ୍ୟ ସେବା ଲାଗି ୧୨ ହଜାର କୋଟି ଟଙ୍କାର ସହାୟତା ପ୍ରସ୍ତାବ ।  ବିଶ୍ୱର ସବୁଠୁ ବଡ ସ୍ୱାସ୍ଥ୍ୟ ସେବା ଯୋଜନା ପ୍ରସ୍ତାବ  ରଖିଛନ୍ତି । ୧୦ କୋଟି  ପରିବାର ପାଇଁ ୫ ଲକ୍ଷ ଲେଖାଏଁ  ସ୍ୱାସ୍ଥ୍ୟ  ସହାୟତା । ଦେଶରେ ପ୍ରତିଷ୍ଠା ହେବ  ୧.୫ ଲକ୍ଷ ସ୍ୱାସ୍ଥ୍ୟ କେନ୍ଦ୍ର , ୨୪ଟି ନୂଆ ମେଡିକାଲ କଲେଜ । ନୂଆକରି ଆରମ୍ଭ ହେବ ‘ଆୟୁଷ୍ମାନ ଭାରତ ଯୋଜନା ।

EDU-  ଶିକ୍ଷା କ୍ଷେତ୍ର ଲାଗି ଅର୍ଥମନ୍ତ୍ରୀ ମଧ୍ୟ କାର୍ପଣ୍ୟ ନକରିବାକୁ ଚେଷ୍ଟା କରିଛନ୍ତି । ମାନ ଯୁକ୍ତ ଶିକ୍ଷା ସହ ସ୍କୁଲ ଓ ଶିକ୍ଷା ଭିତ୍ତିଭୂମି ବିକାଶ ଲାଗି ୧ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ।ସ୍କୁଲରେ ବ୍ଲାକବୋର୍ଡ ବଦଳରେ ହେବ ଡିଜିଟାଲ୍ ବୋର୍ଡ ।  ୨୦୨୦ ସୁଦ୍ଧା ୫୦ ଲକ୍ଷ ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ୍‌ ସୁବିଧା ଉପଲବ୍ଧ କରାଯିବ। ସେହିପରି ୭୦ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ଲକ୍ଷ୍ୟ ରଖାଯାଇଛି ।

INFRA-  ଭିତ୍ତିଭୂମି ଲାଗି ବଜେଟ୍‌ରେ ବ୍ୟାପକ ବ୍ୟବସ୍ଥା । ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ୧୪.୩୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ସ୍ବଚ୍ଛ ଭାରତ ଯୋଜନାରେ ଆସନ୍ତା ୨ ବର୍ଷ ମଧ୍ୟରେ ୨ କୋଟି ଶୌଚାଳୟ ସ୍ଥାପିତ ହେବ। ସେହିପରି ୨୦୨୨ ସୁଦ୍ଧା ସମସ୍ତଙ୍କୁ ବାସଗୃହ ଯୋଗାଇ ଦିଆଯିବ।

ଗୁରୁତ୍ବପୂର୍ଣ୍ମ ହେଲା ରେଳବାଇ ପାଇଁ ବଜେଟ୍‌ରେ ୧ ଲକ୍ଷ ୪୮ ହଜାର କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି ଅର୍ଥ ମନ୍ତ୍ରୀ । ରେଳ ଯାତ୍ରୀଙ୍କ ସୁରକ୍ଷା , ଅଧିକ ରେଳପଥ ସହ ଷ୍ଟେସନ ଉନ୍ନତି କରଣକୁ ଫୋକସ । ନୂଆ ରେଳ ଲାଇନ ଏହା ସହ ଗ୍ରାମ୍ୟ ସଡକ, ଜାତୀୟ ରାଜଫଥ, ଭାରତମାଳା ପ୍ରକଳ୍ପ ଠାରୁ ଆରମ୍ଭ କରି ବିମାନ ସେବା କ୍ଷେତ୍ର ଲାଗି ମଧ୍ୟ ଅର୍ଥ ଓଜାଡିଛନ୍ତି ଜେଟଲି ।

TAX- ତେବେ ଆୟକର ଦାତାଙ୍କୁ ଖୁସି କରିନି ଜେଟଲିଙ୍କ ପେଡି । ଆୟକର ସୀମା ଅପରିବର୍ତ୍ତୀତ ରହିଛି । ତେବେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୪୦ ହଜାରକୁ ବଢିଛି । ତେବେ କର୍ପୋରେଟ ଟିକସରେ କିଛି ରିହାତି ସହ ଏମଏସଏମଇକୁ ମିଳିଛି ରିହାତି । ଶିକ୍ଷା ଏବଂ ସ୍ବାସ୍ଥ୍ୟ ସେସ୍ କୁ ୪ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହା ସହ ଏଲଟିସିଜି ଉପରେ ଟିକସ ପ୍ରସ୍ତାବ ।

LPG- ELECT () ଗ୍ରାମୀଣ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ଖର୍ଚ୍ଚ ହେବ ୧୬ ହଜାର କୋଟି । ୪ କୋଟି ଗରିବ ପରିବାରକୁ ମାଗଣା ବିଦ୍ୟୁତ୍‌ ଯୋଗାଇ ଦିଆଯିବ। ଉଜ୍ଜଳା ଯୋଜନାରେ ୮କୋଟି ମହିଳାଙ୍କୁ ମାଗଣା ଗ୍ୟାସ୍‌ ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅର୍ଥମନ୍ତ୍ରୀ  ଜେଟଲି ଅଭିବୃଦ୍ଧି ହାର ନେି ବେଶ୍ ଆଶାବ୍ୟକ୍ତ କରିଛନ୍ତି । କହିଛନ୍ତି ବର୍ତ୍ତମାନ ୨.୫ ଟ୍ରିଲିୟନ ଡଲାର ଥିବା ଭାରତୀୟ ଅର୍ଥନୀତି ଖୁବ୍ ଶିଘ୍ର ୫ ଟ୍ରିଲିୟନ ଡଲାର ହୋଇ ବିଶ୍ବର ପଞ୍ଚମ ବୃହତ ଅର୍ଥନୀତି ହେବ। ତେବେ ବିତ୍ତୀୟ ନିୟଣ୍ଟ ୩.୩ ରହିବ ବୋଲି ଅର୍ଥମନ୍ତ୍ରୀ କହିବା କିଛିଟା ଆଶଙ୍କା ଆଣିଛି ।

 

LEAVE A REPLY

Please enter your comment!
Please enter your name here