ଜିଏସଟି ବିଲ ପ୍ରସଙ୍ଗ: ମେ ୧୮ ଓ ୧୯ରେ ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

ଭୁବନେଶ୍ୱର: ଆସନ୍ତା ମାସ ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ବିଧାନସଭାର  ସ୍ୱତନ୍ତ୍ର ଅଧିବେଶନ ବସି ଜିଏସଟି ବିଲ ପ୍ରସଙ୍ଗରେ ଆଲୋଚନା ହେବ  । ବସ୍ତୁ ଓ ସେବା ଦର ବିଲ ଏବଂ ଭାଟ୍ ବିଲ ସଂଶୋଧନ ଉପରେ ଆଲୋଚନା ହେବ  । ସ୍ୱତନ୍ତ୍ର ଅଧିବେଶନ ପାଇଁ ରାଜ୍ୟପାଳଙ୍କଠୁ ଅନୁମୋଦନ ମିଳିସାରିଥିବା ଜଣାପଡିଛି । ଅଧିବେଶନ ପୂର୍ବରୁ ୧୭ରେ ଜିଏସଟି ଉପରେ କର୍ମଶାଳା ଆୟୋଜିତ ହେବ  । କର୍ମଶାଳାରେ କେନ୍ଦ୍ରୀୟ ଟିମ୍ ସହ ବିଧାୟକ ଯୋଗଦେବେ  । ସୂଚନାଯୋଗ୍ୟ ଆସନ୍ତା ଜୁଲାଇ ୧ରୁ ଦେଶରେ ଜିଏସଟି ବିଲ ଲାଗୁ କରିବାକୁ  କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି  । ଏହା ସହ ଗତକାଲି ରାଷ୍ଟ୍ରପତି ଭବନରେ  ଆୟୋଜନ ନୀତି ଆୟୋଜିତ ଗର୍ଭର୍ଣ୍ଣି କାଉନସିଲ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ନୁ୍ୟ ଇଣ୍ଡିଆ ଓ ଜିଏସଟି ନେଇ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛନ୍ତି  । ବିଶେଷକରି ସଂସଦର ଉଭୟ ଗୃହରେ ପାରିତ ହେବାର ଆବଶ୍ୟକତା ରହିଛି । ସେ ଦୃଷ୍ଟିରୁ ଆସନ୍ତା ମେ ୧୮ ଓ ୧୯ରେ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ବସିବ  ।