ଜାମିନ ସତ୍ତ୍ୱେ ଜେଲରୁ ମୁକୁଳି ପାରିବେନି ମହିମା ମିଶ୍ର

0
1

ଭୁବନେଶ୍ୱର: ସିୱେଜ ସିପିଂ କର୍ପୋରେସନ୍ର ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟ ମାମଲାରେ ଅଭିଯୁକ୍ତ ଶିଳ୍ପପତି ମହିମା ମିଶ୍ରଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । କିନ୍ତୁ ଆଉ କେତେକ ଅପରାଧିକ ମାମଲାରେ ଜଡିତ ଥିବାରୁ ଜାମିନ ସତ୍ତ୍ୱେ ସେ ଜେଲରୁ ମୁକୁଳିପାରିବେ ନାହିଁ  । ମଙ୍ଗଳବାର ହାଇକୋର୍ଟ ୫ ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାରଙ୍କ ବଦଳରେ ଏହି ଜାମିନ  ପ୍ରଦାନ କରିଛନ୍ତି  । କୋର୍ଟ କହିଛନ୍ତି, ମହିଳା ତାଙ୍କର ପାସପୋର୍ଟ ପୋଲିସ ନିକଟରେ ଦାଖଲ କରିବେ  । ଯେହେତୁ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ଜାରି ରହିଛି ତେଣୁ ସେ ପାରାଦୀପ ଯିବେ ନାହିଁ  । ଏଥିସହ କୋର୍ଟ ତାଙ୍କୁ ତଦନ୍ତରେ ସହଯୋଗ କରିବାକୁ ନିର୍ଦେଶ ଦେଇଛନ୍ତି  ।

LEAVE A REPLY

Please enter your comment!
Please enter your name here