ଜାମିନ ଆବେଦନ କରିବେ ପ୍ରଭାତ

0
1

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ୍‌ ସଂସ୍ଥା ସହିତ ଅର୍ଥ ଓ ଜମି କାରବାର ଅଭିଯୋଗରେ ଗିରଫ ହୋଇଥିବା କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଅସୁସ୍ଥ ଅଛନ୍ତି । ଏଥିପାଇଁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ପାଇଁ ଆବେଦନ କରାଯିବ ବୋଲି ବିଧାୟକଙ୍କ ଓକିଲ ଅନୂପ ସେନାପତି ସୂଚନା ଦେଇଛନ୍ତି । ସେପଟେ କୋର୍ଟରେ ହାଜର କରାଯିବା ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ବିଧାୟକଙ୍କ ଓକିଲଙ୍କ ସୂଚନା ଅନୁସାରେ ପ୍ରଭାତ ବିଶ୍ୱାଳ ବହୁତ ଅସୁସ୍ଥ ଅଛନ୍ତି । ନିକଟରେ ତାଙ୍କର ଏକ ଅସ୍ତ୍ରୋପଚାର କରାଯାଇଛି । ଯେଉଁଥିପାଇଁ ସେ ସଂପୂର୍ଣ୍ଣ ଅସୁସ୍ଥ ଅଛନ୍ତି । ସେ ଠିକ୍‌ରେ କଥା ମଧ୍ୟ କହି ପାରୁ ନାହଁନ୍ତି ବୋଲି ପ୍ରଭାତଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେଣୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ପାଇଁ ଆବେଦନ କରାଯିବ । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲର ଏକ ଡାକ୍ତରୀ ଦଳ ସିବିଆଇ କାର୍ଯ୍ୟାଳୟରେ ପହଂଚିଛନ୍ତି । ବିଧାୟକଙ୍କର ରକ୍ତ ଚାପ ବଢ଼ିଛି । ବିଧାୟକଙ୍କ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡ଼ିସିନ୍‌ ସ୍ପେଶାଲିଷ୍ଟଙ୍କୁ
ପଠାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି  ।

LEAVE A REPLY

Please enter your comment!
Please enter your name here