You are here
Home > ଏଣ୍ଟରଟେନମେଣ୍ଟ > ଜାନୁଆରୀ ୧୩ରେ ଆସିବ ହାରାମଖୋର

ଜାନୁଆରୀ ୧୩ରେ ଆସିବ ହାରାମଖୋର

ଜାନୁଆରୀ ଦ୍ୱିତୀୟ ସପ୍ତାହରେ ପରଦାକୁ ଆସିବ ନବାଜୁଦ୍ଦିନ ସିଦ୍ଦିକିଙ୍କ ଅଭିନୀତ ଫିଲ୍ମ ହାରାମଖୋର । ନିକଟରେ ଏହାର ଅଫିସିଆଲ୍ ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ନବାଜୁଦ୍ଦିକଙ୍କ ସହ ମସାନ୍୍ ଫେମ୍୍ ଶ୍ୱେତା ତ୍ରିପାଠୀ ନଜର ଆସିବେ । ଫିଲ୍ମଟି ଏକ ଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କ ଉପରେ ଆଧାରିତ । ପୂର୍ୱରୁ ଅନେକ ଫିଲ୍ମରେ ଗୁରୁ ଶିଷ୍ୟ ସମ୍ପର୍କ ବିଷୟରେ ଦେଖିବାକୁ ମିଳିଛି । ତେବେ ଏହା ଏକ ଭିନ୍ନ ଧରଣର ମୁଭି ବୋଲି ନିଦେ୍ର୍ଦଶକ କହିଛନ୍ତି । ଶ୍ଲୋକ ଶର୍ମାଙ୍କ ନିଦେ୍ର୍ଦଶନାରେ କରାଯାଇଥିବା ଏହି ଫିଲ୍ମରେ ଶ୍ୱେତା ଜଣେ ୧୪ ବର୍ଷର ଝିଅ ଏବଂ ନବାଜୁଦ୍ଦିକ ଜଣେ ଟ୍ୟୁସନ୍ ମାଷ୍ଟର ଭୂମିକାରେ ଅଭିନୟ କରିଛନ୍ତି । ପାଠ ପଢାଉ ପଢାଉ କେମିତି ଏମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠୁଛି ତାକୁ ଫିଲ୍ମରେ ଦେଖିବାକୁ ମିଳିବ । ଫିଲ୍ମଟି ଜାନୁଆରୀ ୧୩ରେ ବଡ ପରଦାକୁ ଆସିବ । ଫିଲ୍ମର ପ୍ରିମିୟର ନ୍ୟୁୟର୍କ ଇଣ୍ଡିଆନ୍୍ ଫିଲ୍ମ ଫେଷ୍ଟିଭାଲରେ କରାଯାଇଥିଲା । ଫିଲ୍ମ ପାଇଁ ନବାଜୁଦ୍ଦିନଙ୍କୁ ଶ୍ରେଷ୍ଠ ଅଭିନେତା
ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Loading...
ONA

Leave a Reply

Top