You are here
Home > ଲାଟେଷ୍ଟ > ଜନ୍ମ ମାଟି ଜଳିଲା ଚିତା,ଦେବଣା ନୂଆ ଗାଁରେ ସହିଦ ମନୋରଞ୍ଜନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଜନ୍ମ ମାଟି ଜଳିଲା ଚିତା,ଦେବଣା ନୂଆ ଗାଁରେ ସହିଦ ମନୋରଞ୍ଜନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ମୃତ୍ୟୁ ଆସିଲେ କିଛି ଲୋକ ମରନ୍ତିନି। ଏମିତି ଜୀବନ କେବଳ ଜଣେ ସହିଦଙ୍କୁ ହିଁ ଆଶୀର୍ବାଦ ହୋଇଥାଏ। ଆଉ ଏହି କଥାର ମର୍ମ କଣ ଆଜି ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା ରେବଣା ନୂଆ ଗାଁରେ। ସହିଦ ମନୋରଞ୍ଜନ ଲେଙ୍କାଙ୍କୁ ଏମିତି ସଗର୍ବେ ଅନ୍ତିମ ବିଦାୟ ଦେଇଛି ରାଜ୍ୟ। ପାଖାପାଖି ୩୦ଟି ଗାଁର ହଜାର ହଜାର ଲୋକ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ। …..

ପଞ୍ଚଭୂତରେ ବିଲୀନ ହୋଇଯାଇଥିଲେ ସହିଦ ମନୋରଞ୍ଜନ । ଗର୍ବ ଓ ଅଶ୍ରୁରେ ବିଦାୟ  ଦେଲା ଦେବଣା ନୂଆ ଗାଁ । ଗାଁ ମାଟିରେ ପହଞ୍ଚିଥିଲା ସହିଦ ମନୋରଞ୍ଜନ ଲେଙ୍କାଙ୍କ ମର ଶରୀର । ଗୋଟିଏ ପଟେ ଆଖିରୁ ଝରୁଥାଏ ଲୁହ ଆଉ ଗର୍ବରେ ଛାତି ଫୁଲି ଉଠୁଥାଏ। ସମୟ ଦିନ ଦୁଇଟାରେ ପୁରୀ ରେବଣା ନୂଆଗାଁରେ ପହଞ୍ଚିଥିଲା ମନୋରଞ୍ଜନ ଲେଙ୍କାଙ୍କ ମର ଶରୀର। ସେହିଠାରୁ ଶୋଭାଯାତ୍ରାରେ ଗାଁ ଲୋକେ ତାଙ୍କୁ ପାଛୋଟି ନେଇଥିଲେ। ସହିଦ ମନୋରଞ୍ଜନ ଅମର ରହେ। ଏମିତି କିଛି ସ୍ଲୋଗାନରେ ସାରା ପରିବେଶ ପ୍ରକମ୍ପିତ ହେଉଥାଏ। ଗାଁ ଶ୍ମଶାନ ନିକଟରେ ହୋଇଥିଲା ଏକ ଅସ୍ଥାୟୀ କ୍ୟାମ୍ପ ସେହିଠାରେ ସହିଦ ମନୋରଞ୍ଜନଙ୍କ ମର ଶରୀରକୁ ରଖାଯାଇଥିଲା। ଆଉ ସେହିଠାରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲା, ଏସପି ସାର୍ଥକ ଷଡ଼ଙ୍ଗୀ, ସିଆରପିଏଫ ଡିଆଜି ଛତିଶଗଡ଼ ରାମ ଚରିତଙ୍କ ସହିତ ହଜାର ହଜାର ଲୋକ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଗାର୍ଡ ଅଫ ଅନର ପରେ ଦିଆଯାଇଥିଲା ସଲାମୀ। ଭଣ୍ଡା ପବିତ୍ର ଦଳାଇ ଦେଇଥିଲେ ମୁଖାଗ୍ନୀ  ।  ମନୋରଞ୍ଜନଙ୍କ ପିଇସା ଝିଅ  ଭଉଣୀ କଳ୍ପନା ବରାଳ। ତାଙ୍କୁ ହୁଏତ କେହି ଜାଣିନଥିବେ। ଜାଣିଲେ ଆପଣ ବି ଗର୍ବ ଅନୁଭବ କରିବେ ସେ ହେଉଛନ୍ତି ବିଏସଏଫର ଯବାନ। ପୁରୀ ଜିଲ୍ଲାର ପ୍ରଥମ ମହିଳା ଯିଏ ବିଏସଏଫରେ କାର୍ଯ୍ୟରତ। ଆଉ ଆଜି ସେ ମଧ୍ୟ ଭାଇଙ୍କୁ ବିଦାୟ ଦେବାକୁ ପହଞ୍ଚିଥିଲେ।

ଛତିଶଗଡ଼଼ ସୁକମାରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଉଡ଼ିଯାଇଥିଲା ସିଆରପିଏଫ ଆଣ୍ଟି ଲ୍ୟାଣ୍ଡ ମାଇନ ଭେଇକିଲ୍‌। ଏଥିରେ ମନୋରଞ୍ଜନଙ୍କ ସହ ୯ ଜଣ ସହିଦ ହୋଇଛନ୍ତି। ମନୋରଞ୍ଜନଙ୍କ ମର ଶରୀର ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲା। ଆଉ ଭୁବନେଶ୍ବରରେ ବିମାନବନ୍ଦରରେ ସହିଦଙ୍କୁ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି  । ମୃତ୍ୟୁ ପରେ ବି କିଛି ଲୋକ ମରନ୍ତିନି। ସହିଦ ମନୋରଞ୍ଜନଙ୍କୁ ଅନ୍ତିମ ବିଦାୟ ଦେଇ ରେବଣା ନୂଆ ଗାଁ ଲୋକେ ଏମିତି କିଛି ସନ୍ଦେଶ ଦେଇଛନ୍ତି।

Loading...
ONA

Leave a Reply

Top